Odisha news

ସୁସ୍ଥ ସବଳ ଶରୀରରେ ମଧ୍ୟ କ୍ୟାନ୍ସର ସମସ୍ୟା ସୃଷ୍ଟି କରିଥାଏ ଏହି ୫ଟି ଜିନିଷ, ତଥାପି ଲୋକମାନେ ଛାଡୁ ନାହାନ୍ତି ଏହିସବୁ ଖରାପ ଅଭ୍ୟାସ

0
କ୍ୟାନ୍ସର ନାଁ ଶୁଣିବା ମାତ୍ରକେ ଛାତିରୁ ଝାଳ ବାହାରି ଯାଇଥାଏ, ମନରେ ଅନେକ ବାଜେ ଚିନ୍ତା ଦେଖା ଦେଇଥାଏ l କାହିଁକି ନା ଏହା ଗୋଟିଏ ଏପରି ରୋଗ ଯାହାର କୌଣସି ପରମାନେଣ୍ଟ ଚିକିତ୍ସା ନାହିଁ l ଯେପରି ଭାବରେ ଧୀରେ ଧୀରେ ଏହି ରୋଗ ବଢିବାକୁ ଲାଗେ ରୋଗୀର ବଂଚିବାର ଇଛା ମଉଳି ଯାଇଥାଏ l ଯେବେଠୁ ଆମ ହେତୁ ପାଇଛି ଜଣ୍ଡିସ, ହାର୍ଟ ଆଟାକ ଭଳି ବିଷମ ରୋପିଗ ବିଷୟରେ ଶୁଣିଥିଲୁ l କିନ୍ତୁ ଆଜିକାଲି ଧୀରେ ଧୀରେ କ୍ୟାନ୍ସର ବିଷୟରେ ଅଧିକ ଚର୍ଚା ଶୁଣୁଛୁ l

କ୍ୟାନ୍ସର ର କାରଣ –
କୋଚିର ଅମୃତା ହସ୍ପିଟାଲ ମେଡିକାଲ ର ପ୍ରଫେସର ଡାକ୍ତର ଜୋସ କ୍ୟାନ୍ସର ପଛରେ ରହିଥିବା କାରଣ ବିଷୟରେ କହିଛନ୍ତି l ସେ କହିଛନ୍ତି କ୍ୟାନ୍ସର ପଛର କାରଣ ଉଭୟ ଶରୀରର ଭିତର ଓ ବାହାର କାରଣ ଅଟେ l ଅନ୍ତରୀଣ କାରଣରେ ଜେନେଟିକ ମ୍ୟୁଟେସନ, ହର୍ମୋନ, ଇମ୍ୟୁନ ସହିତ ଯୋଡି ହୋଇଥିବା ସମସ୍ୟା, ଓଭର ଆକ୍ଟିଭେସନ ଓ ବାହାର କାରଣ ଧୁମ୍ରପାନ, ମଦ୍ୟପାନ, ଭାଇରଲ ଇନଫେକ୍ସନ ସାମିଲ ରହିଛି l ଯେପରିକି –

– ବୟସ :
କ୍ୟାନ୍ସର ଶରୀରରେ ଡେଭେଲପ ହେବା ପାଇଁ ଅନେକ ବର୍ଷ ଲାଗିପାରେ l ସେଥିପାଇଁ ଆପଣ ଦେଖିଥିବେ କ୍ୟାସର ରେ ପୀଡିତ ଅଧିକାଂଶ ଲୋକଙ୍କ ବୟସ ୬୫ ବର୍ଷ କିମ୍ବା ତଦୁର୍ଧ୍ୱ ଅଟେ l ବୟସ୍କ ଲୋକଙ୍କ ମଧ୍ୟରେ ଏହା ସାଧାରଣ ସମସ୍ୟା, କିନ୍ତୁ ସବୁ ଆୟୁ ବର୍ଗରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ l

– ଖରାପ ଅଭ୍ୟାସ :
ଆମ ଜୀବନ ଶୈଳୀ ର କିଛି ଖରାପ ଅଭ୍ୟାସ କ୍ୟାନ୍ସର ବିପଦକୁ ବୃଦ୍ଧି କରିଥାଏ l ଦିନରେ ଅଧିକ ଥର ମଦ୍ୟପାନ, ଅସୁରକ୍ଷିତ ଯୌନ ସମ୍ବନ୍ଧ, ଅଧିକ ଖରାକୁ ବାହାରିବା, ମୋଟାପଣ କ୍ୟାନ୍ସର ର କାରଣ l

– ବଂଶାନୁକ୍ରମିକ :
ଯଦି ଆପଣଙ୍କ ପରିବାରରେ କେହି କ୍ୟାନ୍ସର ପୀଡିତ ଥିଲେ ତେବେ ଏହା ଆପଣଙ୍କ ପାଇଁ ବଂଶାନୁକ୍ରମିକ ହୋଇପାରେ l କିନ୍ତୁ ସମସ୍ତ କ୍ଷେତ୍ରରେ ଏହା ଗ୍ରହଣୀୟ ନୁହେଁ l

– ମେଡିକାଲ କଣ୍ଡିସନ :
କିଛିଟା କ୍ରୋନିକାଲ ଡିଜିଜ ଯେପରିକି ଅଲସର କ୍ୟାନ୍ସର ର ବିକାଶ ମଧ୍ୟ କରିଥାଏ l ଯଦି ଆପଣ ଅଲସର ଦ୍ୱାରା ପୀଡିତ ତେବେ ବିଶେଷ ଭାବରେ ଧ୍ୟାନ ଦେବା ଜରୁରୀ l

– ବାତାବରଣ :
ଆମ ଚତୁର୍ପାର୍ଶ୍ୱ ବାତାବରଣ ରେ ହାନିକାରକ କେମିକାଲ ରହି ଥାଆନ୍ତି l ଯାହା ଆପଣଙ୍କ ଶରୀରରେ କ୍ୟାନ୍ସର ର ବିପଦ ସୃଷ୍ଟି କରି ଥାଆନ୍ତି l

Nalco
Leave A Reply