Odisha news

ଟମାଟୋ ଫ୍ଲୁ କଣ : ଛୋଟ ପିଲାଙ୍କ ପାଇଁ କାହିଁକି ବିପଦ ସୃଷ୍ଟି କରୁଛି ଓ କଣ ରହିଛି ଏହାର ଲକ୍ଷଣ

0

ନୂଆଦିଲ୍ଲୀ : ୫ବର୍ଷ ରୁ କମ ବୟସର ପିଲାମାନେ ଯେଉଁ ସଂକ୍ରମଣ ଦ୍ୱାରା ସଂକ୍ରମିତ ହେଉଛନ୍ତି ତାହାକୁ ଟମାଟୋ ଫ୍ଲୁ କୁହାଯାଉଛି l ଏହି ଫ୍ଲୁ ର ପ୍ରଭାବ ବର୍ତମାନ ଦକ୍ଷିଣ ଭାରତରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି l ଯାହା ବର୍ତମାନର ସଂକ୍ରମଣ ସଂଖ୍ୟା ୧୦୦ ରୁ ଅଧିକ ଅତିକ୍ରମ କରି ସାରିଛି l ଯେତିକି ଛୁଆ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ବୟସ ସୀମା ୫ବର୍ଷ ରୁ କମ ରହିଛି l

ଟମାଟୋ ଫ୍ଲୁ କଣ –
ଏହା ଗୋଟିଏ ଅଜ୍ଞାତ ଜ୍ୱର, ଯାହାକୁ ନେଇ ବର୍ତମାନ ମଧ୍ୟ କୌଣସି ତଥ୍ୟ ସାମ୍ନା କୁ ଆସିନାହିଁ l ଏହା ଚିକେନ ଗୁନିଆ କିମ୍ବା ଡେଙ୍ଗୁ ଜ୍ୱର ନା ତା ଠାରୁ କିଛି ପୃଥକ ସେହି ବିଷୟରେ ଅଧ୍ୟୟନ ଜାରି ରହିଛି l ଏହି ଜ୍ୱର ଆସିବା ଦ୍ୱାରା ସଂକ୍ରମିତ ପିଲାଙ୍କ ଶରୀରରେ ନାଲି ନାଲି ଚକଡା ଚକଡା ହୋଇ କିଛି ଫଳି ଯାଉଛି l ଏହି ଜ୍ୱର ହେବା ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରୁ ଦୁରେଇ ହୋଇ ରହିବା ଆବଶ୍ୟକ l ଏହାଛଡା ସଂକ୍ରମିତ ପିଲା ଓ ବଡ ମାନଙ୍କୁ ଅନ୍ୟ ମାନଙ୍କ ନିକଟରୁ ଦୂରତା ରକ୍ଷା କରିବା ଜରୁରୀ l

ଏହାଛଡା ପିଲା ମାନଙ୍କ ନିକଟରେ ଡିହାଇଡ୍ରେସନ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି l ଏହି ଜ୍ୱର ଦ୍ୱାରା ଆକ୍ରାନ୍ତ ହେଲେ ପ୍ରବଳ ଜ୍ୱର, ମୁଣ୍ଡରେ ଯନ୍ତ୍ରଣା, ଗଣ୍ଠି ଫୁଲିବା, ଏହାଛଡା ନାଲି ଫୋଟକା ଗୁଡିକ ସାମାନ୍ୟ ପୋଡିବା ସମସ୍ୟା ଦେଖା ଯାଉଛି l ଝାଡା ସହିତ ବାନ୍ତି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି l

ଉପଚାର – ଏହି ରୋଗଟି ନୂଆ ହୋଇ ଥିବାରୁ ଏହାଠାରୁ ରକ୍ଷା ପାଇବାର କୌଣସି ଉପାୟ ବାହାରି ନାହିଁ l ଏହି ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ସଫା ସୁତୁରା ରହିବ ଖୁବ ଜରୁରୀ l ଶରୀରକୁ ଥଣ୍ଡା ରଖିବା ଭଳି ପାନୀୟ ଓ ଖାଦ୍ୟ ଶିଶୁ ମାନଙ୍କୁ ଦେବା ଆବଶ୍ୟକ l ଯେପରି ପିଲାମାନେ ଶରୀରକୁ କୁଣ୍ଡାଇବେ ନାହିଁ ସେଥିପ୍ରତି ଧ୍ୟାନ ଦେବା ଉଚିତ l

Leave A Reply

Your email address will not be published.