କୋଲେଷ୍ଟ୍ରାଲ ପାଇଁ ରାମବାଣ ଅଟେ ରସୁଣ : ଏହିଭଳି ସେବନ କରିବା ଦ୍ୱାରା ଦିନକୁ ୧୦ % ପ୍ରତିଶତ କମି ଯାଇଥାଏ କୋଲେଷ୍ଟ୍ରଲ
ଆଜିକାଲିର ଜୀବନଶୈଳୀ ମଣିଷକୁ ରୋଗଗ୍ରସ୍ତ କରାଇ ଦେଉଛି l ବିଶେଷ ହୃଦଘାତ, ମଧୁମେହ, ଉଚ୍ଚ ରକ୍ତଚାପ ଏହିସବୁ ସମସ୍ୟା ଦେଖିବାକୁ ମିଳୁଛି l ଶରୀରରେ ଯେତେବେଳେ ବ୍ୟାଡ଼ କୋଲେଷ୍ଟ୍ରଲ ବଢି ଯାଇଥାଏ ଏହା ଶିରାପ୍ରଶିରା ରେ ଜମିବାକୁ ଲାଗିଥାଏ l ହାର୍ଟ ସମସ୍ୟାର ଗୋଟିଏ ବଡ କାରଣ କୋଲେଷ୍ଟ୍ରଲ ଅଟେ l ଏହାଦ୍ୱାରା ହାର୍ଟ ବ୍ଳକେଜ ଓ ହାର୍ଟ ଆଟାକ ସମସ୍ୟା ମଧ୍ୟ ହୋଇଥାଏ l ଆମେ ଏଥିପାଇଁ ନିଜ ଜୀବନଶୈଳୀ ରେ ଛୋଟ ଛୋଟ ପରିବର୍ତନ କରି ନିଜକୁ ସୁରକ୍ଷିତ ରଖି ପାରିବା l ସେହିସବୁ ଘରୋଇ ସମସ୍ୟା ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ରସୁଣ ସେବନ l
କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ ରସୁଣ –
– ରସୁଣରେ ଏଲେସିନ ଓ ମୈଗନୀ ନାମକ ତତ୍ୱ ରହିଥାଏ ଯାହା ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ l
– ରସୁଣରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି, ତା ସହିତ ଆଣ୍ଟି ଭାଇରଲ, ଆଣ୍ଟି ଫଙ୍ଗାଳ ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି ଯାହା କୋଲେଷ୍ଟ୍ରେଲ ପାଇଁ ଖୁବ ଉପଯୋଗୀ l
– ରସୁଣରେ ଏଜୋଇନ, ଏଲୀନ ଓ ଏଲିସିନ ଭଳି କମ୍ପାଉଣ୍ଡ ରହିଛି l ଯାହା ଶରୀର ପାଇଁ ଖୁବ ଉପକାରୀ l
ରସୁଣ କିପରି ବ୍ୟବହାର କରିବେ –
– ଯଦି ଆପଣ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ରସୁଣ ସେବନ କରୁଛନ୍ତି ତେବେ ପ୍ରତିଦିନ ସକାଳୁ ଗୋଟିଏ ପାଖୁଡା ରସୁଣ ଖାଇ ପାରିବେ ଓ କିଛି ଉଷୁମ ପାଣି ପିଇ ପାରିବେ l ଏପରି ନିୟମିତ କରିବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ l
– ନଚେତ ଆପଣ ନିୟମିତ ଭାବରେ ମହୁ ସହିତ ରସୁଣକୁ ମିଶାଇ ସେବନ କରି ପାରିବେ l ଏହା କୋଲେଷ୍ଟ୍ରଲ ପାଇଁ ଖୁବ ଉପକାରୀ l ଏହା ଦ୍ୱାରା ରକ୍ତ ସଂଚାଳନ ମଧ୍ୟ ଠିକ ଭାବରେ ହୋଇଥାଏ l
– ରସୁଣ ହାର୍ଟ ପାଇଁ ମଧ୍ୟ ଖୁବ ଲାଭ ଦାୟକ ଏହାକୁ ସେବନ କରିବା ଦ୍ୱାରା ବ୍ୟାଡ଼ କୋଲେଷ୍ଟ୍ରଲ ନିୟନ୍ତ୍ରିତ ହେବା ସହିତ ହାର୍ଟ ସୁରକ୍ଷିତ ରହିଥାଏ l