Odisha news

ଭାରତର ଏହି ୩ଟି ରାଜ୍ୟ ର ମହିଳାମାନେ ଅଧିକ ହେଉଛନ୍ତି ବ୍ରେଷ୍ଟ କ୍ୟାନ୍ସର ରେ ପୀଡିତ, କଣ ରହିଛି ଏହା ପଛର କାରଣ : ରିସର୍ଚ୍ଚ

0

ଭାରତରେ ଦିନକୁ ଦିନ ବ୍ରେଷ୍ଟ କ୍ୟାନ୍ସର ର ମାମଲା ବଢ଼ିବାରେ ଲାଗିଛି l ନିକଟରେ ଅଧ୍ୟୟନ ହୋଇଥିବା ଗୋଟିଏ ରିପୋର୍ଟ ଅନୁସାରେ ଭାରତର ୪ଟି ରାଜ୍ୟରେ ବ୍ରେଷ୍ଟ କ୍ୟାନ୍ସର ର ବିପଦ ଦିନକୁ ବଢି ବଢି ଚାଲିଛି l କିଛିବର୍ଷ ପୂର୍ବରୁ ପୂର୍ବୋତ୍ତର ରାଜ୍ୟ ଗୁଡିକ ରେ ବ୍ରେଷ୍ଟ କ୍ୟାନ୍ସର ସମସ୍ୟା ଅଧିକ ଦେଖିବାକୁ ମିଳିଥିଲା l କିନ୍ତୁ ବର୍ତମାନ ଏହା ଦକ୍ଷିଣ ଭାରତର ୩ଟି ରାଜ୍ୟ ସହିତ ଭାରତର ରାଜଧାନୀ ମଧ୍ୟ ଆକ୍ରାନ୍ତ ହୋଇସାରିଛି l

ଏହି ୪ଟି ରାଜ୍ୟ ବ୍ରେଷ୍ଟ କ୍ୟାନ୍ସର ରେ ପ୍ରଭାବିତ –
ବର୍ତମାନ ର ରିପୋର୍ଟ ଅନୁସାରେ ଦକ୍ଷିଣ ଭାରତର ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ ସହିତ ରାଜଧାନୀ ଦିଲ୍ଲୀ ମଧ୍ୟ ପ୍ରଭାବିତ ହୋଇ ସାରିଛି l କିନ୍ତୁ ଏହା ପଛରେ କାରଣ କଣ ରହିଛି ବର୍ତମାନ ସୁଧା କାରଣ ସ୍ପଷ୍ଟ ହୋଇନାହିଁ l କିନ୍ତୁ ଏହି ରିପୋର୍ଟରୁ ଜଣାପଡିଛି ଯେ ବିଶେଷ ଭାବରେ ୩୦ ବର୍ଷ ଆୟୁ ର ମହିଳାମାନେ ଅଧିକ ପୀଡିତ ହେଉଛନ୍ତି l ରାଷ୍ଟ୍ରୀୟ ରୋଗ ସୂଚନା ବିଜ୍ଞାନ ଓ ଅନୁସନ୍ଧାନ କେନ୍ଦ୍ର ର ରିପୋର୍ଟ ଅନୁସାରେ ୨୦୧୬ ପରେ ଭାରତୀୟ ମହିଳା ମାନଙ୍କ ନିକଟରେ ବ୍ରେଷ୍ଟ କ୍ୟାନ୍ସର ର ସମସ୍ୟା ଅଧିକ ଦେଖିବାକୁ ମିଳୁଛି l ଅଧ୍ୟୟନ ରୁ ସାମ୍ନା କୁ ଆସିଛି ଯେ ୨୦୨୫ ମଧ୍ୟରେ ଦେଶରେ ୫.୬ ଲକ୍ଷରୁ ଉର୍ଧ୍ଵ ମହିଳା କ୍ୟାନ୍ସର ରେ ପୀଡିତ ହେବେ l

କଣ ରହିଛି ଏହା ପଛର କାରଣ –
– ଅଧ୍ୟୟନ ଅନୁସାରେ ଏହା ପଛର ପ୍ରଥମ କାରଣ ଜଳବାୟୁ ପ୍ରଦୂଷଣ କୁ ଅଧିକ ଗୁରୁତ୍ୱ ଦିଆଯାଇଛି l ଯାହାକି ଅନେକ ଗୁଡିଏ କ୍ୟାନ୍ସର ର ଅଟେ l

– ଏହାଛଡା ମଣିଷ ର ଖରାପ ଲାଇଫଷ୍ଟାଇଲ ମଧ୍ୟ କିଛି ମାତ୍ରାରେ ଦାୟୀ ଅଟେ, ଯାହାକି କ୍ୟାନ୍ସର ରେ ପୀଡିତ କରୁଛି l

– ଏବଂ ଅଧ୍ୟୟନ ରେ କୁହାଯାଇଛି ଯେ ସୂର୍ଯ୍ୟ ଙ୍କ ଅତି ବାଇଗଣୀ କିରଣ ମଧ୍ୟ ଦାୟୀ ରହିଛି l

– ବ୍ରେଷ୍ଟ କ୍ୟାନ୍ସର ରେ ସେହି ମହିଳାମାନେ ପୀଡିତ ରହୁଛନ୍ତି ଯେଉଁମାନେ ଆଧୁନିକତା କୁ ଅଧିକ ଅନୁସରଣ କରୁଛନ୍ତି l

– ବିଶେଷଜ୍ଞ ଙ୍କ ମତରେ ଆଜିର ଆଧୁନିକ ସମାଜ ରେ ଯେଉଁ ମହିଳାମାନେ ଧୁମ୍ରପାନ ଓ ମାଦକ ଦ୍ରବ୍ୟ ର ଶିକାର ହେଉଛନ୍ତି ସେଇମାନେ ହିଁ ବ୍ରେଷ୍ଟ କ୍ୟାନ୍ସର ରେ ପୀଡିତ ହେଉଛନ୍ତି l

– ପୁଷ୍ଟିକର ଖାଦ୍ୟ ଠାରୁ ଦୁରେଇ ରହି ଆଜିର ଫାଷ୍ଟ ଫୁଡ ପ୍ରତି ଅଧିକ ଆକର୍ଷିତ ହେବା  ହେଉଛି ବ୍ରେଷ୍ଟ କ୍ୟାନ୍ସର ର ଗୋଟିଏ ବଡ଼ କାରଣ ବୋଲି ଅଧ୍ୟୟନ ରେ କୁହାଯାଇଛି l

Leave A Reply