ବ୍ୟାସନଗର : ଗୁରୁବାର ବିଚ୍ ରାସ୍ତାରେ ଜଣେ ଶିକ୍ଷୟତ୍ରୀଙ୍କୁ ଦୁର୍ବୃତ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିବା ବେଳେ ଆକ୍ରମଣରେ ଜଣେ ଶିକ୍ଷକ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଭଳି ଘଟଣା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଖଣ୍ଡାହତା ନୋହରା ସାହି ଛକରେ ଘଟିଛି । ଦୁର୍ବୃତର ଧାରୁଆ ଅସ୍ତ୍ର ଆଘାତରେ ଶିକ୍ଷୟତ୍ରୀ ଯୋଗମାୟା ଯେନା(୨୯)ଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଏସପି ଚରଣ ସିଂ ମିନା ପହଁଚି ତଦନ୍ତ କରି ଫେରିଥିଲେ । ଖବର ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ସମୟରେ ଦାନଗଦୀ ବ୍ଲକ ଅନ୍ତର୍ଗତ ନେଳିବାରି ସ୍କୁଲରେ ଶିକ୍ଷୟତ୍ରୀ ଥିବା ଯୋଗମାୟା ସହକାରୀ ଶିକ୍ଷକ ମୋହିନୀ ମୋହନ ମୁଦୁଲୀଙ୍କ ସହ ସ୍କୁଲରୁ ଫେରୁଥିବା ବେଳେ ବାଟରେ ଦୁର୍ବୃତ ଅଟକାଇ ହଠାତ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ବ୍ୟାସନଗର ପୈାରାଞ୍ଚଳର ସାପଗାଡ଼ିଆରେ ରହୁଥିବା ଯୋଗମାୟା ଦୈାଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ହେଁ ଦୁର୍ବୃତ ଗୋଡ଼େଇ ଗୋଡ଼େଇ ହାଣିଥିଲା ।
ଶିକ୍ଷକ ଶ୍ରୀ ମୁଦୁଲୀଙ୍କ ବାଇକ୍ ନଂ ଓଡ଼ି୦୪ବି-୬୩୨୦ ମଧ୍ୟ ଜୀବନ ବଞ୍ଚାଇବାକୁ ଦୈାଡ଼ି ପଳାଇବା ବେଳେ ଦୁର୍ବୃତ ଜଣକ ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ । ଦୁର୍ବୃତ ଆକ୍ରମଣରେ ଶିକ୍ଷୟତ୍ରୀଙ୍କ ଦୁଇ ହାତ ପାପୁଲି ଛିଡ଼ି ଯିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଶିକ୍ଷୟତ୍ରୀଙ୍କ ମୃତୁ୍ୟ ଘଟିଥିଲା । ଶିକ୍ଷକ ଜଣକ ହେଲମେଟ ପିନ୍ଧିଥିବାରୁ ନୃସଂଶ ଯୁବକ ଆକ୍ରମଣରେ ବଞ୍ଚିଯାଇଥିଲେ ହେଁ ମୁଣ୍ଡ ଓ ଛାତିରେ କ୍ଷତ ହୋଇଥିବାରୁ ଗୁରୁତର ହୋଇପଡ଼ିଥିଲେ । ଦୁର୍ବୃତ ଜଣକ ଆକ୍ରମଣ କରି ଘଟଣା ସ୍ଥଳୁ ଫେରାର୍ ହୋଇ ଯାଇଥିଲା । ଘଟଣା ସଂପର୍କରେ ଯାଜପୁର ରୋଡ଼ ପୁଲିସ ପାଇବା ପରେ ପୁଲିସ ଟିମ୍ ଯାଇ ପହଁଚି ଗୁରୁତର ଶିକ୍ଷକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଯାଜପୁର ରୋଡ଼ ମେଡ଼ିକାଲକୁ ପଠାଇଥିଲା । ଖବର ପାଇ ଏସପି ଶ୍ରୀ ମିନା ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିିଥିଲେ । ଯାଜପୁର ରୋଡ଼ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ଶବକୁ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ମେଡ଼ିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଥିଲେ ।
ବିଚ୍ରାସ୍ତାରେ ଶିକ୍ଷୟତ୍ରୀଙ୍କୁ ହାଣି ହତ୍ୟା କରିଥିବା ଦୁର୍ବୃତ ସଂପର୍କରେ ପୁଲିସ ତଥ୍ୟ ସଂଗ୍ରହ କରିଥିଲା । ହତ୍ୟାକାରୀ ଶିକ୍ଷୟତ୍ରୀ ଯୋଗମାୟାଙ୍କ ଛାଡ଼ପତ୍ର ଦେଇଥିବା ସ୍ୱାମୀ ବୋଲି ପୁଲିସ ସନେ୍ଦହ କରୁଥିବା ବେଳେ ମୃତାର ମାମୁଁ ସୂର୍ଯ୍ୟ ନାରାୟଣ ମଲିକ ମଧ୍ୟ ଏଭଳି ଅଭିଯୋଗ କରିଛନ୍ତି । ଶିକ୍ଷୟତ୍ରୀଙ୍କ ମାମୁଁ ଶ୍ରୀ ମଲିକ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଭାଣିଜୀ ୨୦୧୦ରେ ନଟପଡ଼ାର ସୈାମ୍ୟପ୍ରକାଶ ମଲିକ୍କୁ ପ୍ରେମ ବିବାହ କରିଥିଲା । ବିବାହର କିଛିମାସ ପରେ ଉଭୟଙ୍କ ମଧ୍ୟମରେ ମନମନାନ୍ତର ହୋଇଥିଲା । ଫଳରେ ୨୦୧୯ ମସିହାରେ ଆଇନ୍ମତେ ଛାଡ଼ପତ୍ର ଦେଇଥିଲା । ଛାଡ଼ପତ୍ର ଦେଇଥିଲେ ହେଁ ସୈାମ୍ୟ ପ୍ରକାଶ ବିଭିନ୍ନ ସମୟରେ ଯୋଗମାୟାକୁ ଫୋନ ଯୋଗେ ଧମକ-ଚମକ ଦେଇଆସୁଥିଲା । ୧୫ଦିନ ତଳେ ସୈାମ୍ୟ ପ୍ରକାଶ ଯୋଗମାୟାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା, ଏବଂ ସେହିଁ ହତ୍ୟା କରିିଥିବା ମାମୁଁ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଥାନା ଅଧିକାରୀ ଶ୍ରୀ ମହାନ୍ତି, ତଦନ୍ତଅଧିକାରୀ ପବିତ୍ର ମହାରଣା ହତ୍ୟାକାରୀ ଯୁବକକୁ ଖୋଜିବା ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି ।
