Odisha news

ମୁକ୍ତା ଯୋଜନା ସମ୍ବନ୍ଧିତ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

0
ବୁଗୁଡ଼ା : ତା ୨୨/୦୨/୨୪ : ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶ କ୍ରମେ ତୃଣମୂଳ ସ୍ତରରେ ମୁକ୍ତା ଯୋଜନାର ସଫଳ ରୂପାୟନ ନିମନ୍ତେ ମିଶନ୍ ଶକ୍ତି ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟାଗଣ ଏବଂ ପୌରସଂସ୍ଥାର ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ଯବସ୍ଥା ପରିପ୍ରେକ୍ଷୀରେ ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ମିଶନ ଶକ୍ତି ସ୍ବଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ଯାଙ୍କ ସମେତ ମାଷ୍ଟର ଟ୍ରେନର ଉଷାରାଣୀ ମହାପାତ୍ର ଓ ସସ୍ମିତା ମିଶ୍ର  ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା  ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରି ମାଷ୍ଟର ଟ୍ରେନରମାନଙ୍କୁ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ଯ ବିଷୟରେ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ଭାରପ୍ରାପ୍ତ କାର୍ଯନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ , କାଉନସିଲର ଉର୍ମିଳା ସାହୁ , ପ୍ରୋଜେକ୍ଟ କୋଅର୍ଡିନେଟର ସର୍ବେଶ୍ଵର ବାରିକ , ସାନିଟେସନ ଏକ୍ସପର୍ଟ ମୁନା ଗୌଡ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ସମ୍ପର୍କେ ନିଜ ନିଜର ଅଭିଭାଷଣ ରଖିଥିଲେ  ।
Leave A Reply