ବୁଗୁଡା. ୨୦/୦୨ (ଗଞ୍ଜାମ ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଆଜି ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧିନସ୍ଥ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବୁଦ୍ଧ ଖୋଲ ପ୍ରକୃତି ଉଦ୍ୟାନ ଠାରେ ବନ ବିଭାଗ ତରଫରୁ ଏକ ଛାତ୍ର ଛାତ୍ରୀ ସଚେତନତା ଶିବିର ତଥା ସାଇକେଲ ଶୋଭାଯାତ୍ରା ଆୟୋଜିତ କରିଛନ୍ତି ବନ ବିଭାଗ । ସ୍ଥାନୀୟ ରେଞ୍ଜର ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ଙ୍କ ଆୟୋଜନରେ ସ୍ଥାନୀୟ ପିପୁଲସ କଲେଜ,ବୁଗୁଡା ର ସମସ୍ତ ଛାତ୍ର ଛାତ୍ରୀ ସ୍ଵଛତା, ପରିବେଶ ସୁରକ୍ଷା, ବନଅଗ୍ନି ନିୟନ୍ତ୍ରଣ,ପ୍ରଦୂଷଣ ନିୟନ୍ତ୍ରଣ ଓ ବୃକ୍ଷ ରୋପଣ ସମ୍ପର୍କୀତ ବିଭିନ୍ନ ପ୍ଲାକାର୍ଡ ଧରି ବୁଗୁଡା ସହର ଠାରୁ ବୁଦ୍ଧଖୋଲ ଯାଏଁ ସାଇକେଲ ରାଲି କରି ବନ ସଚେତନତା ସୃଷ୍ଟି କରିଥିଲେ ଓ ବୁଦ୍ଧଖୋଲ ଠାରେ ବିଭାଗ ତରଫରୁ ଆୟୋଜିତ ବନ-ସଚେତନତା ଶିବିରରେ ଅଂଶ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମକୁ ଘୁମୁସର ଦକ୍ଷିଣ ବନ ବିଭାଗ ଭଞ୍ଜନଗର ଡି ଏଫ ଓ ଙ୍କ ପ୍ରତିନିଧି ସ୍ୱରୂପ ସହକାରୀ ବନ ସଂରକ୍ଷକ ଶ୍ରୀ ପ୍ରଦୀପ ବେହେରା(ଓଡିଶା ବନ ସେବା)ପ୍ରଦୀପ ଜାଳି ଉଦ୍ଘାଟନ କରି ସଭା ପରିଚାଳନା କରିଥିଲେ ।ଶ୍ରୀ ଶୁଳପାଣି ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିକ୍ଷା ନବିଶ ଓଡ଼ିଶା ବନ ସେବା ଅଧିକାରୀ ଶ୍ରୀ ଓଁକାର ଦାସ,ଅବସର ପ୍ରାପ୍ତ ବନ କର୍ମଚାରୀ ଶ୍ରୀ ଗଙ୍ଗାଧର ବିଶୋଇ, ମହାବିଦ୍ୟାଳୟ ର ଏନସିସି ଅଫିସର ,ଘୁମୁସର ବନ ବିଭାଗ ସହକାରୀ ବନ ସଂରକ୍ଷକ ଶ୍ରୀ ପ୍ରଦୀପ ବେହେରାଙ୍କ ସମେତ ବୁଗୁଡା ବୁଦ୍ଧଖୋଲ ପରିଚାଳନା କମିଟିର ମୂଖ୍ୟ ଶ୍ରୀ ସୁରେଶ ଚନ୍ଦ୍ର ଦାଶ ମଂଚ।ସୀ ନ ପୂର୍ବକ ଆଲୋଚନା କରିଥିଲେ । ଅନ୍ୟତମ ସଂଯୋଜକ ସେକ୍ସନ ଅଧିକାରୀ ଅଶୋକ ସାହୁ ଅନୁରୂପ ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ବନ ସଚେତନତା କରାଇ ଥିଲେ ଓ ସ୍ୱରଚିତ ଉଦ୍ବୋଧନୀ ମୂଳକ ବନ ଚେତନା ଗୀତ ଗାନ କରିଥିଲେ । ।ଶ୍ରୀମତୀ ପଲ୍ଲବୀ ନନ୍ଦ ଧନ୍ୟବାଦ ଦେଇଥିଲେ । ପ୍ଲାଷ୍ଟିକ ଓ ପରିମଳମୁକ୍ତ ସ୍ଵଛ ଭାରତ ଓ ସ୍ବଛ ଓଡିଶା ଗଠନ ନିମନ୍ତେ ସଂକଳ୍ପ ନିଆ ଯାଇଥିଲା ।ତେବେ ଆଗାମୀ ଦିନ ମାନଙ୍କରେ ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବୁଗୁଡା ପିପୁଲସ କଲେଜ କ୍ୟାମ୍ପ ସରେ ପ୍ରତ୍ୟକ୍ଷ ଭାବେ ଏକ ସାମୁହିକ ବନ ଚେତନା କରାଯାଇ ବ୍ୟାପକ ପ୍ରଚେଷ୍ଟା କରାଯିବା ନେଇ ଯୋଜନା ରହିଛି ବୋଲି ବନାଞ୍ଚଳ ଅଧିକାରୀ ପ୍ରାକ ସୂଚନା ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ସରାଫ,ଶ୍ରୀ ସୁବୋଧ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ.