ବୁଗୁଡ଼ା : ତା ୧୧/୦୨/୨୪ : ବୁଗୁଡ଼ା ଥାନା ଅନ୍ତର୍ଗତ ସୋଲଣ୍ଡି ଗ୍ରାମର ଏକ ପୋଖରୀରେ ବୁଡି ଜନୈକ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ବୃଦ୍ଧ ଜଣକ ହେଲେ ସୋଲଣ୍ଡି ଗାଁର ବୁଦ୍ଧିରାମ ପ୍ରଧାନ(୬୧)। ପ୍ରକାଶ ଯେ , ଆଜି ସକାଳେ ବୁଦ୍ଧିରାମ ଗାଁର ସାନଘାଇ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ସେ ପାଣିରେ ବୁଡି ଯାଇଥିଲେ । ଆଖପାଖରେ ଥିବା ଲୋକେ ତାଙ୍କୁ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ କେସ ନଂ ୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଏଏସ୍ଆଇ ସୁବଳ କଅଁରଙ୍କଠାରୁ ପ୍ରକାଶ ପାଇଛି ।