Odisha news

ବୁଗୁଡ଼ାରେ ପାଗଳା କୁକୁର ଆତଙ୍କ , ୩ ଦିନରେ କାମୁଡ଼ାରେ ୪୮ ଜଣ ଆହତ 

0
ବୁଗୁଡ଼ା : ତା ୩୧/୧୦/୨୩ :  ବୁଗୁଡ଼ାରେ ଏକ ପାଗଳା କୁକୁର କାମୁଡ଼ାରେ ୩ ଦିନରେ ୪୮ ଜଣ ଆହତ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏ ନେଇ ଆତଙ୍କ ଖେଳିଯାଇଛି । ଗତ ୨୯ ତାରିଖରୁ ଏଇ ତିନି ଦିନ ମଧ୍ୟରେ ୨୫ ଜଣ ମହିଳାଙ୍କ ସମେତ ୪୮ ଜଣ ପାଗଳା କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ସେଥି ମଧ୍ୟରେ ଅଧିକାଂଶ ସ୍କୁଲ ପିଲା ଏବଂ ପ୍ରାତଃ ଭ୍ରମଣ କିମ୍ବା ଭୋର ସମୟରେ ଫୁଲ ତୋଳୁଥିବା ମହିଳା ରହିଛନ୍ତି । ପାଗଳା କୁକୁରଟି ଚିଲିଖମା, ଗୋଳାବନ୍ଧ ଓ ବେତାରସିଂ ଆଦି ଗ୍ରାମର ଲୋକଙ୍କୁ କାମୁଡିବା ପରେ ବୁଗୁଡ଼ା ସହରର ବୁଦ୍ଧଖୋଲ ଛକ, ମାଳିଝୋଳା ମନ୍ଦିର ରାସ୍ତା , ମହାରଣା ସାହି , ସିମାଞ୍ଚଳ ମାର୍ଗ , ଅର୍ଣ୍ଣପୂର୍ଣ୍ଣା ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ତା’ର ଦୌରାତ୍ମ୍ଯ ଜାରି ରଖିଥିବା ଫଳରେ   ସ୍କୁଲ ପିଲା ଏବଂ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକଙ୍କ ମଧ୍ୟରେ କୁକୁର କାମୁଡ଼ିବା ଭୟ ଘାରିଛି । ଏ ମଧ୍ୟରେ ପାଗଳା କୁକୁର ଭଳି ଦେଖା ଯାଉଥିବା ୨ଟି କୁକୁରକୁ ବାଡାଇ ବାଡାଇ ମାରି ଦେଇଥିଲେ ହେଁ ଲୋକଙ୍କୁ କାମୁଡୁଥିବା ପାଗଳା କୁକୁରଟି ଅଦ୍ୟାବଧି ବୁଗୁଡ଼ା ଅଞ୍ଚଳରେ ଘୁରି ବୁଲୁଥିବା ଯୋଗୁଁ ସାଧାରଣରେ ଆତଙ୍କ ଖେଳିଯାଇଛି ।
Govt
Leave A Reply