ଚଣ୍ଡିଖୋଲ : ଅଭିନବ ଉପାୟରେ ରୋଗିସେବା ପାଇଁ ଉଦୀଷ୍ଟ ଆମ୍ବୁଲାନ୍ସରେ ଅତି ସନ୍ତର୍ପଣରେ କଲିକତାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ବଡଚଣା ଥାନା ପୋଲିସ କୌଶଳକରି ଜାତୀୟ ରାଜପଥରୁ ସେହି ଆମ୍ବୁଲାନ୍ସ ଓ ଚୋରା ଗଞ୍ଜେଇକୁ ଜବତ କରିଥିବା ଜଣାପଡିଛି! ପୋଲିସ ରାସ୍ତାରେ ଗାଡି ତନଖିବେଳେ ଏହି ଆମ୍ବୁଲାନ୍ସକୁ ଧରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି! ତେବେ ଏ ସମ୍ପର୍କରେ ପୋଲିସଠାରୁ କୌଣସି ସୂଚନା ମିଳିପାରିନାହିଁ! ତେବେ ସୁଦୁର କନ୍ଧମାଳ ଜିଲ୍ଲାରୁ ଏକ ଗାଡିରେ କଟକ ଜିଲ୍ଲାର ମଙ୍ଗୁଳି ପର୍ଯ୍ୟନ୍ତ ଏହି ଚୋରା ଗଞ୍ଜେଇ ଆସିବା ପରେ ସେଠାରୁ ଆମ୍ବୁଲାନ୍ସରେ କୌଶଳକରି ତାହାକୁ କଲିକତାକୁ ଚାଲାଣ କରାଯାଉଥିବା ଜଣାପଡିଛି! ଏ ସମ୍ପର୍କରେ ବଡଚଣା ପୋଲିସ ସବିଶେଷ ତଥ୍ୟ ଦେଇନଥିବାରୁ ଆମ୍ବୁଲାନ୍ସରୁ କେତେ ପରିମାଣର ଗଞ୍ଜେଇ ଜବତ ହୋଇଛି ତାହା ମଧ୍ୟ ଜଣାପଡିନାହି!
