ବୁଗୁଡ଼ା : ତା ୨୦/୧୦/୨୩ : ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ପିପୁଲ୍ସ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକଳାପ ଉଦଯାପିତ ହେବା ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ସମ୍ମିଳନୀ କକ୍ଷରେ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ସନ୍ତୋଷ କୁମାର ଜେନା ଏବଂ ମୁଖ୍ୟ ବକ୍ତା ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ କବାଡି , ବାସ୍କେଟବଲ୍ , ଭଲିବଲ୍ , ଦୌଡ , ଲଙ୍ଗଜମ୍ପ୍ , ହାଇଜମ୍ପ୍ , ଜାଭଲିନ୍ ଥ୍ରୋ , ସଟପୁଟ୍ ଥ୍ରୋ , ଡିସକ୍ସ୍ ଥ୍ରୋ , ବକ୍ତୃତା , ନୃତ୍ୟ , ସଙ୍ଗୀତ, କୌତୁକ , କଳା ପ୍ରଦର୍ଶନୀ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍ପୋର୍ଟସ୍ ଆସୋସିଏସନ ଉପସଭାପତି ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିବା ବେଳେ ଅଧ୍ଯାପକ ଆତ୍ମପ୍ରକାଶ ନାୟକ ସ୍ବାଗତ ଅଭିଭାଷଣ, ଆଇକ୍ୟୁଏସି ସଂଯୋଜକ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ ଏବଂ ପିଇଟି କ୍ରିଷ୍ଣା ରାଓ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।