Odisha news

ପଞ୍ଚଦଶ ଦିବସରେ କାତ୍ୟାୟନୀ ବେଶରେ ମା ବନଦୁର୍ଗା

0
ନିରାକାରପୁର: ୨୦/୧୦/୨୦୨୩ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମାଁ ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ଶାରଦୀୟ ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜାର ପଞ୍ଚଦଶ ଦିବସରେ ଓ ନବରାତ୍ରର ଷଷ୍ଠ ଦିବସରେ କାତ୍ୟାୟନୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ହୋମ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ମହାପ୍ରସାଦ ମା’ଙ୍କୁ ଅର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଡଃ କୃପାସିନ୍ଧୁ ପଣ୍ଡା ଓ ପଣ୍ଡିତ ତପନ କୁମାର ମହାପାତ୍ର ପୂଜାର୍ଚ୍ଚନା କରିଥିଲେ ଏହି ଅବସରରେ ସମାଜସେବୀ ଦିଲ୍ଲିପ କୁମାର ତ୍ରିପାଠୀ, ସୁନୀତା ମଙ୍ଗରାଜ, ଦେବୀଦତ୍ତ ପାଇକରାୟ, ଲିଙ୍ଗରାଜ ଜେନା ଏବଂ ଗ୍ରାମର ବିଷ୍ଣୁପ୍ରିୟା ପଟ୍ଟଯୋଷୀ ଙ୍କ ସମେତ ସମାଜସେବୀ ସଂଯୁକ୍ତା ସାହୁ ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା’ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।
Nalco
Leave A Reply