ବୁଗୁଡା : ୨୩/୦୩/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତ କର୍ଯାଳୟରେ ସମିତି ସ୍ତରୀୟ ବ୍ଯାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଖୋଳଖାଳି ସେବା ସମବାୟ ସମିତି ସଭାପତି ସମ୍ମତ କୁମାର ସାମଲଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶିକା ନନ୍ଦିନୀ ଭୂୟାଁ , ସମ୍ମାନିତ ଅତିଥି ଭାବେ ଆସିକା ଚିନିଶିଳ୍ପର ଉପସଭାପତି ସ୍ନେହଲତା ଚଣ୍ଡ , ବୁଗୁଡା ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବ୍ଯାଙ୍କିଙ୍ଗ୍ ସେବା ,ଭୂମି ହୀନ ଚାଷୀଙ୍କୁ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରିବା ,ବିନା ସୁଧରେ ଏସ୍ଏଚଜି ମହିଳାଙ୍କୁ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ ଓ ବିନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ ଆଦି ବିଷୟରେ ଆଲୋଚନା କରିଥିଲେ । ଏଥି ସହ ବ୍ଯାଙ୍କିଙ୍ଗ୍ ସେବାକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଅତିଥିମାନେ ଆହ୍ବାନ ଦେଇଥିଲେ । ଉକ୍ତ କର୍ମଶାଳାରେ ଚାଷୀମାନଙ୍କ ସହ ବ୍ଳକର ସମ୍ପାଦକମାନେ ଉପସ୍ଥିତ ରହିଥିଲେ।
