Odisha news

ଠାକୁରଙ୍କ ନବ ଯୌବନ ଦର୍ଶନ

0

ବୁଗୁଡ଼ା : ତା ୨୯/୦୬/୨୨ : ସ୍ଥାନୀୟ ବଳଦେବ ସ୍ବାମୀ ମନ୍ଦିରରେ ପୂଜିତ ହୋଇଆସୁଥିବା ବଳଦେବ, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ଆଦି ଠାକୁରଙ୍କ ନେତ୍ର ଉତ୍ସବ ସହ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ଉତ୍ସବ ଅବସରରେ ଔଷଧ ଓ ମଲମ ଲାଗି, ମାଘସ୍ନାନ ପଞ୍ଚାମୃତ , ହୋମ ଯଜ୍ଞ , ଆଳତି ଆଦି କାର୍ଯ୍ୟ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା । ପୁରୋହିତ ଅନ୍ତର୍ଯ୍ୟାମୀ ଦାଶ ଦ୍ବାରା ଠାକୁରଙ୍କ ପୂଜା କାର୍ଯ୍ୟ ସମ୍ପାଦନ ସମ୍ପନ୍ନ ପରେ ନବ ଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନାରେ ଜଗନ୍ନାଥ ଯୁବକ ସଂଘର ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ  ।

Leave A Reply