ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରଥଯାତ୍ରା ଯେପରି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି,ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ,କୋରାପୁଟ ଉପ ଜିଲ୍ଲାପାଳ ଲଲିତ କୁମାର କହଁର , ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ, ପୂର୍ତ୍ତି ବିଭାଗ ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର, କୋରାପୁଟ ଟାଉନ ଥାନା ଅଧିକାରୀ ଧିରେନ ପଟ୍ଟନାୟକ, ଟାଟା ପାୱାର କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମାର୍ଥା, ଅଗ୍ନିଶମ ସେକ୍ସନ ଅଫିସର ସଂଜୀବ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ,ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଜଗବନ୍ଧୁ ସାମଲ,ସଭ୍ୟ ତ୍ରିନାଥ ପାତ୍ର, କୋଷାଧ୍ୟକ୍ଷ ଭୀମସେନ ଜେନା,ପି ସି ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ସକାଳ ୧୦ ଘଣ୍ଟା ୫୦ ମିନିଟ ସମୟରେ ପହଣ୍ଡି ଆରମ୍ଭ ହେବ ଓ ୧୨ ଘଣ୍ଟା ୩୦ ମିନିଟ ସମୟରେ ରଥଟଣା ଯିବ ବୋଲି ସମ୍ପାଦକ ଶ୍ରୀ ସାମଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ପୂର୍ତ୍ତ ବିଭାଗ ପକ୍ଷରୁ ରଥ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। କମିଟି ପକ୍ଷରୁ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି।
