Odisha news

ବିଦ୍ୟାଳୟ ରେ ମଦୁଆ ପ୍ରଧାନ ଶିକ୍ଷକ : ଛାତ୍ର ଛାତ୍ରୀ ଭୟଭୀତ

0

ଦଶପଲ୍ଲା୨୯/୬ : ସରକାରୀ ବିଦ୍ୟାଳୟ ରେ ଶିକ୍ଷକ ମାନଙ୍କ ପାଠପଢ଼ା ନେଇ ସଦାସର୍ବଦା ସଧାରଣ ରେ ପ୍ରଶ୍ନ ଉଠୁଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୋଇ ମଦ ଖାଇ ବିଦ୍ୟାଳୟ କୁ ଯିବା,ଏବଂ ସ୍ହାକର୍ମି ଶିକ୍ଷକ ମାଁକୁଧମ୍କ ଦେବା ସହ ହାକିମ ଦେଖାଇବା ଭଳି ଲଯ୍ୟା କର ଘଟଣା ଭିଡିଓ ଭାଇରାଲ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଙ୍କ ଏଭଳି ରୁପ ଦେଖି ଛାତ୍ର ଛାତ୍ରୀ ମାନେ ଭୟଭୀତ ହୋଇ ପଡିଛନ୍ତି । ଅନ୍ୟ ପାର୍ଶ୍ୱରେ ଏହାକୁ ନେଇ ଛାତ୍ର ଛାତ୍ରୀ ମାନଂକ ଅଭିଭାବକ ମାନଂକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଘଟଣା ଭିଡିଓ ରେ ଭାଇରାଲ ହୋଇଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ଦର୍ଶନିପଡା ପ୍ରାଥମିକ ବିଦ୍ୟାଳୟ ରେ । ଏହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ସଂଜୟ ମଲ୍ଲିକ । ବୁଧବାର ଦିନ ପ୍ରଧାନ ଶିକ୍ଷକ ମଦ ପିଇ ପ୍ରଥମେ ବିଦ୍ୟାଳୟ ର ଜଣେ ଶିକ୍ଷକ ଙ୍କୁ ବାଇକ ଚାବି ମାଗିଲେ । ମାତ୍ର ସେ ବାଇକ ଚାବି ନ ଦେବାରୁ ମଦ ପିଇ ଆସିଥିବା ପ୍ରଧାନ ଶିକ୍ଷକ ସ୍କୁଲ ବାରଣ୍ଡାରେ ଚୌକି ରେ ବସି  ଅନ୍ୟ ଶିକ୍ଷକ ମାନଙ୍କୁ ଆଚରଣ ଖରାପ କରି ଧମକାଉଥିବା ବେଳେ ଅନ୍ୟ ଶିକ୍ଷକ ମାନେ ଯେତେ ମନା କାଲେ ମଧ୍ୟ ସେ ଶୁଣି ନ ଥିଲେ । ଏପରିକି ପ୍ରଧାନ ଶିକ୍ଷକ ଙ୍କ ଏଭଳି ମଦୁଆ ଆଚରଣ ରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ । ପ୍ରଧାନ ଶିକ୍ଷକ ଙ୍କ ଏଭଳି ବ୍ୟବହାର କୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥି ପ୍ରତି  ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରି ଦୃଷ୍ଟି ଦେଇ କାର୍ଯ୍ୟାନୁସ୍ଠାନ ଗ୍ରହଣ କରିବା ପାଈଁ ସଧାରଣ ରେ ଦାବି ହେଉଛି ।

Leave A Reply