Odisha news

ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମେରନ ନୂଆ ବିଦେଶ ମନ୍ତ୍ରୀ ହେଲେ

0

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ସୋମବାର (ନଭେମ୍ବର ୧୩) ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ଛୋଟ ମାତ୍ର ଗୁରୁତ୍ବପୂର୍ଣ୍ଣ ଅଦଳବଦଳ କରିଛନ୍ତି। ସେ ବ୍ରିଟେନର ନୂଆ ବୈଦେଶିକ ସଚିବ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମେରନଙ୍କୁ ନିଯୁକ୍ତ କରିଛନ୍ତି। ଏହା ସହ ସୁନକ ଭାରତୀୟ ବଂଶୋଦ୍ଭବ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି । ତାଙ୍କ ସ୍ଥାନରେ ଜେମ୍ସ କ୍ଲେଭର୍ଲିଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ କ୍ଲେଭର୍ଲି ସହ ବୈଦେଶିକ ମନ୍ତ୍ରୀ ଥିଲେ।

ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି କ୍ୟାମେରନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋତେ ତାଙ୍କ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ କହିଛନ୍ତି ଏବଂ ମୁଁ ଏହାକୁ ଗ୍ରହଣ କରିଛି। ଆମେ ୟୁକ୍ରେନର ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟର ସଙ୍କଟ ସମେତ ବିଭିନ୍ନ ଅନ୍ତର୍ଜାତୀୟ ଆହ୍ୱାନର ସମ୍ମୁଖୀନ ହୋଇଛୁ ।

ସେ କହିଛନ୍ତି, ମୁଁ ଗତ ୭ ବର୍ଷ ଧରି ରାଜନୀତିରୁ ଦୂରେଇ ଅଛି, ମୁଁ ଆଶା କରୁଛି ଯେ ୧୧ ବର୍ଷ ପାଇଁ କଞ୍ଜରଭେଟିଭ୍ ଦଳର  ନେତା ଏବଂ ୬ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ମୋର ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରିବ।

ସୂଚନାଯୋଗ୍ୟ ଯେ, ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷକୁ ନେଇ ବ୍ରିଟେନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ଆଇନଶୃଙ୍ଖ​ଳା ପରିସ୍ଥିତି ବି ସୃଷ୍ଟି ହେଉଛି । ଗତ ସପ୍ତାହରେ ପାଲେଷ୍ଟାଇନ ସମର୍ଥନରେ ହୋଇଥିବା ଏକ ରାଲି ବେଳେ କିଛି ଲୋକ ପୁଲିସ ଉପରେ ବି ଆକ୍ରମଣ କରିଥିଲେ । ଗୃହମନ୍ତ୍ରୀଭାବେ ଏହି ସ୍ଥିତିକୁ ନିୟନ୍ତ୍ରଣ କରିବା ବଦଳରେ ସୁଏଲା ଓଲଟି ପୁଲିସକୁ ଦୋଷ ଦେଇଥିଲେ । ଏହାକୁ ନେଇ ବିବାଦ ବଢିବା ପରେ ସୁଏଲା ବିରୋଧୀ ଦଳଙ୍କ ଟାର୍ଗେଟରେ ଥିଲେ ।

Leave A Reply