Odisha news

ବୈଜ୍ଞାନିକ ପଦ୍ଧତିରେ ବାଇଗଣ ଚାଷ

0

ବାଇଗଣ ଜନ୍ମ ଭାରତ ବର୍ଷରେ ହୋଇଛି । ଏହା ଏକ ଅତ୍ୟନ୍ତ ଲୋକପ୍ରିୟ ପରିବା । ଏହାର ଚାଷ ଅଧିକ ଉଚ୍ଚତା ବିଶିଷ୍ଟ ପାହାଡିଆ ସ୍ଥାନକୁ ଛାଡ଼ିଦେଲେ ଭାରତର ପ୍ରାୟ ସମସ୍ତ ଭାଗରେ ପ୍ରଧାନ ପରିବା ଫସଲ ହିସାବରେ ଚାଷ କରାଯାଏ । ପୌଷ୍ଟିକତା ଦୃଷ୍ଟିରୁ ଏହା ବିଲାତି ବାଇଗଣର ସମତୁଲ । ବାଇଗଣକୁ ଅନ୍ୟ ପରିବା ସହିତ ମିଶାଇ ତରକାରୀ କରିବା ସଙ୍ଗେ ସଙ୍ଗେ ଭଜା, ଦହିବାଇଗଣ ଇତ୍ୟାଦି ପ୍ରସ୍ତୁତ କରାଯାଏ । ବାଇଗଣକୁ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଏ । ଧଳା ବାଇଗଣ ମଧୁମେହ ରୋଗୀଙ୍କ ପାଇଁ ଲାଭପ୍ରଦ ଅଟେ । ତିଳ ତେଲରେ ଭଜାହୋଇଥିବା ବାଇଗଣ ଦାନ୍ତବିନ୍ଧା ରୋଗକୁ ଉପଷମ କରେ । ବାଇଗଣର ସବୁଜ ପତ୍ରରେ ଭିଟାମିନ୍‍ – “ସି’ ମିଳେ ଏବଂ ଏହା ଯକୃତ ରୋଗୀଙ୍କ ପାଇଁ ଫଳପ୍ରଦ ଅଟେ । ଏହାର ମଞ୍ଜି ଭୋକ ବଢ଼ାଏ ଏବଂ ଏହାର ପତ୍ର କୋଷ୍ଠକାଠିନ୍ୟ ଏବଂ ମନ୍ଦାଗ୍ନି ବା ବଦହଜମି ପାଇଁ ଔଷଧ ରୂପେ ବ୍ୟବହୃତ ହୁଏ ।

ଜମି ଓ ଜଳବାୟୁ
ପାଣି ଜମୁ ନଥିବା ସମସ୍ତ ପ୍ରକାର ମାଟିରେ ବାଇଗଣ ଚାଷ କରାଯାଇ ପାରିବ କିନ୍ତୁ ଅଧିକ ଉତ୍ପାଦନ ପାଇଁ ବାଲି ଦୋରସା କିମ୍ବା ମଟାଳ ମାଟି ଯେଉଁଥିରେ ଅଧିକ ମାତ୍ରାରେ ଜୈବିକ ପଦାର୍ଥ ଯୁକ୍ତ ମାଟି ଉପଯୁକ୍ତ ଅଟେ । ମାଟିର ପି.ଏଚ୍‍.ମାନ ୫.୫ ରୁ ୭ ହେବା ସହିତ ଜଳସେଚନ ଏବଂ ଜଳନିଷ୍କାସନରେ ଉଚିତ୍‍ ପ୍ରବନ୍ଧ ହେବା ଦରକାର ।
ବାଇଗଣ ଚାଷ ପାଇଁ ଗରମ ଜଳବାୟୁ ଦରକାର । ଏହାପାଇଁ ପ୍ରତିଦିନ ପ୍ରାୟ ୧୩ ରୁ ୨୧ ଡିଗ୍ରୀ ସେଣ୍ଟିଗ୍ରେଡ୍‍ ତାପମାତ୍ର ଅତି ଉପଯୁକ୍ତ । ଖରାଦିନରେ ଅଧିକାଂଶ କିସମରେ ଫୁଲ ଓ ଫଳ ଠିକ୍‍ ଭାବରେ ହୁଏ ନାହିଁ । ତେଣୁ ଜଳବାୟୁ ଅନୁସାରେ ବାଇଗଣ କିସମ ଲଗାଇବା ଉଚିତ୍‍ ।

ଉନ୍ନତ କିସମ
ବାଇଗଣ ଓ ରଙ୍ଗ ଏବଂ ଆକାର ବିଭିନ୍ନ ପ୍ରକାର ହୋଇଥାଏ । ମୁଖ୍ୟତଃ ଏହାର ଫଳ ଧଳା, ସବୁଜ, ଗୋଲାପି ଏବଂ ବାଇଗଣି ରଙ୍ଗର ହୋଇଥାଏ । ସେହିପରି ଫଳର ଆକାର ମଧ୍ୟ ଭିନ୍ନତା ଦେଖିବାକୁ ମିଳିଥାଏ ଯଥା ଗୋଲାକାର, ଲମ୍ବା ଏବଂ ନାସପାତି ଭଳି । ବିଭିନ୍ନ ସ୍ଥାନ ଅନୁସାରେ ବାଇଗଣର ରଙ୍ଗ ଏବଂ ଆକାରର ମହତ୍ୱ ମଧ୍ୟ ଭିନ୍ନ ହୋଇଥାଏ । ଓଡ଼ିଶାରେ ଗୋଲାକାର କିମ୍ବା ନାଷ୍ପାତି ଭଳି ସବୁଜ ଏବଂ ବାଇଗଣି ରଙ୍ଗର କିସମର ଲୋକ ପ୍ରିୟତା ଅଧିକ । ନିମ୍ନଲିଖିତ କେତେଗୁଡିଏ କିସମ ଓଡ଼ିଶା ଜଳବାୟୁ ପାଇଁ ଉପଯୁକ୍ତ ଅଟେ ।

ଉତ୍କଳ ମାଧୁରୀ : ଏ ପ୍ରକାର କିସମ ଝାଉଁଳା ରୋଗ ପ୍ରତିରୋଧକ ଏବଂ ଓଡ଼ିଶାରେ ଏହା ଭଲ ଉତ୍ପାଦନ ହୁଏ ।

ସ୍ୱର୍ଣ୍ଣଶ୍ରୀ : ଏହାର ଉଚ୍ଚତା ୬୦ ରୁ ୭୦ ସେ.ମି. ଲମ୍ବ, ଅଧିକ ଶାଖାଯୁକ୍ତ ଏବଂ ଚଉଡା ପତ୍ର । ଫଳ ଅଣ୍ଡାକାର ଓ ଲହୁରି ପରି ଧଳା ଏବଂ ନରମ ଓ ଭରତା ପାଇଁ ଉପଯୁକ୍ତ କିସମ । ଉତ୍ପାଦନ କ୍ଷମତା ୬୦୦-୭୦୦ କ୍ୱିଣ୍ଟାଲ ପ୍ରତି ହେକଫର ପିଛା ହୋଇଥାଏ ।
ପୁସାହାଇବ୍ରିଡ୍‍ : ଏହା ଶଙ୍କର କିଷମ ଅଟେ । ଗଛର ଉଚ୍ଚତା ୬୦-୭୦ ସେ.ମି., ଫଳ ଗୋଲ୍‍ ଏବଂ ଗହୀରା ବାଇଗଣ । ଫଳର ଓଜନ ୨୦୦ – ୨୫୦ ଗ୍ରାମ୍‍ ଏବଂ ଉତ୍ପାଦନ କ୍ଷମତା ୬୦୦-୭୦୦ କ୍ୱିଣ୍ଟାଲ ପ୍ରତି ହେକଫର ହୋଇଥାଏ ।

ସ୍ୱର୍ଣ୍ଣ ମଣି : ଏହି କିସମ ଗଛର ଉଚ୍ଚତା ୭୦-୮୦ ସେ.ମି. ଏବଂ ପତ୍ର ଓ ଫଳ ବାଇଗଣି ରଙ୍ଗର ହୋଇଥାଏ । ଏହାର ଫଳ ୨୦୦-୩୦୦ ଗ୍ରାମ୍‍ ଓଜନ ହୋଇଥାଏ । ଏହା ଜୀବାଣୁ ଜନିତ ଝାଉଁଳା ରୋଗ ପ୍ରତିରୋଧି କିସମ ଅଟେ । ଉତ୍ପାଦନ କ୍ଷମତା ୬୦୦-୭୦୦ କ୍ୱିଣ୍ଟାଲ ପ୍ରତି ହେକଫର ହୋଇଥାଏ ।
ବ୍ଲୁଷ୍ଟାର : ଏହା ଏକ ଝାଉଁଳାରୋଗ ପ୍ରତିରୋଧକ ବାଇଗଣି ରଙ୍ଗ କିସମ । ଏହାର ଉତ୍ପାଦନ ଓଡ଼ିଶାରେ ବହୁତ ଭଲ ।
ଏହାଛଡା ଓଡ଼ିଶାରେ ଚାଷୀମାନେ ନିଜ ଅନୁଭବରେ ନିଜର (କିସମ) ମଞ୍ଜିରେ ଚାଷ କରିଥାନ୍ତି । ସେ କିସମଗୁଡିକ ବହୁତ ପୁରୁଣା କିନ୍ତୁ ଏହାର ଉତ୍ପାଦନ ଠିକ୍‍ ହୁଏ । ତେଣୁ ଏହାର ମଞ୍ଜି ବ୍ୟବହାର କଲେ ମଧ୍ୟ ଭଲ ।

ତଳି ପ୍ରସ୍ତୁତି
ଶରତକାଳୀନ ଫସଲ ପାଇଁ ଅଗଷ୍ଟ-ସେପେଫମ୍ବର, ଗ୍ରୀଷ୍ମକାଳୀନ ଫସଲ ପାଇଁ ଡିସେମ୍ବର-ଜାନୁଆରୀ ଏବଂ ବର୍ଷାକାଳୀନ ଫସଲ ପାଇଁ ମଇ-ଜୁନ୍‍ ମାସ ତଳି ପକାଇବାର ଉଚିତ୍‍ ସମୟ । ଏକ ହେକଫର ପାଇଁ ସାଧାରଣ କିସମର ୨୫୦-୩୦୦ ଗ୍ରାମ୍‍ ଏବଂ ଶଙ୍କର କିସମର ୧୫୦-୨୦୦ ଗ୍ରାମ୍‍ ମଞ୍ଜି ଆବଶ୍ୟକତା ହୋଇଥାଏ । ତଳି ଘରା ପ୍ରସ୍ତୁତ ପାଇଁ ୫ ମି. ଲମ୍ବା, ୧.୨ ମିଟର ଓସାର ଏବଂ ୧୫ ସେ.ମି. ଉଚ୍ଚତା ପଟାଳି ତିଆରି କରାଯାଏ । ଏକ ହେକଫର ବାଇଗଣ ଚାଷ ପାଇଁ ୨୫-୩୦ ପଟାଳିର ଆବଶ୍ୟକତା ହୋଇଥାଏ । ପଟାଳି ପ୍ରସ୍ତୁତି ପରେ ୩-୪ ଝୁଡି ସଢ଼ା ଗୋବରଖତ ପ୍ରତି ପଟାଳିରେ ପ୍ରୟୋଗ କରାଯାଏ । ଏଥି ସହିତ ଚାରାଗଛକୁ ସୂତ୍ର କୃମି ଏବଂ ପୋକ ଦାଉରୁ ରକ୍ଷା କରିବା ପାଇଁ ପ୍ରତି ପ୍ରଟାଳିରେ ୧୫-୨୦ ଗ୍ରାମ କାରବୋସାନ୍‍୍‍ ମାଟିରେ ମିଶାଯାଏ ।

ସାର ଏବଂ ଔଷଧ ପ୍ରୟୋଗର ଏକ ଦିନପରେ ୧୦ ସେ.ମି. ଦୂରତାରେ ଓ ୧ ସେ.ମି. ଗହୀରରେ ମଞ୍ଜି ବୁଣାଯାଏ । ମଞ୍ଜି ବୁଣିବାର ଗୋଟିଏ ଦିନ ଆଗରୁ ମଞ୍ଜିପଟାଳିକୁ କ୍ୟାପଟାନ (୨ଗ୍ରା/ଲି. ପ୍ରତି ପାଣି) କିମ୍ବାା କପର୍‍ ଅକ୍‍ସିକ୍ଲୋରାଇଡ୍‍ (୪ ଗ୍ରା/ଲି. ପାଣି) ଦ୍ୱାରା ଶୋଧନ କରିବା ଉଚିତ୍‍ । ଏହା ପରେ ମଞ୍ଜିକୁ ଧାଡିରୁ ଧାଡି ୧୦ ସେ.ମ.ି ଦୂରତାରେ ଓ ୧ ସେ.ମି. ଗଭୀରରେ ପକାଇବା ଉଚିତ୍‍ । ମଞ୍ଜି ବୁଣିବା ପରେ ପଟାଳିକୁ ସଢ଼ା ଗୋବରଖତ କିମ୍ବା ଶୁଖିଲା ନଡ଼ାକୁ ମଞ୍ଜି ପଟାଳୀରେ ଘୋଡ଼େଇ ଦିଆଯାଏ । ମଞ୍ଜି ବୁଣିଲାପରେ ବାଲି ଏବଂ ଗୋବର ଖତ ଦ୍ୱାରା ମଞ୍ଜିକୁ ଘୋଡାଇ ଦେଇ ଝରାଦ୍ୱାରା ପାଣି ଦିଆହୁଏ । ସଂପୂର୍ଣ୍ଣ ଅଙ୍କୁରଣ ପରେୟାଲି ୨ ଗ୍ରାମ ପ୍ରତି ଲିଟର ପାଣିରେ ଗୋଳାଇ ତଳିଘରାରେ ପ୍ରୟୋଗ କରାଯାଏ । ୩-୪ ସପ୍ତାହ ଯେତେବେଳେ ୫-୬ ପତ୍ର ହୋଇଥିବ ସେହି ସମୟରେ ତଳିକୁ ମୁଖ୍ୟ ଜମିରେ ରୁଆହୁଏ । ବର୍ଷା ଦିନରେ ତଳି ରୋପଣର ଗୋଟିଏ ଦିନ ପୂର୍ବରୁ ମେଥ୍ରିନ୍‍ (୦.୫ ମି.ଲି/ ଲି. କିମ୍ବା କୋରୋଥେଲୋନିଲ୍‍ (୨ ଗ୍ରା/ଲି) ହିସାବରେ ତଳି ଘରାରେ ସିଞ୍ଚନ କରାଯିବ ଉଚିତ୍‍ ।

ତଳି ପ୍ରସ୍ତୁତର ୩ ସପ୍ତାହ ପରେ ତଳି ଘେରାରେ କିଛିଦିନ ପାଇଁ ପାଣି ଦିଆ ନଗଲେ ଚାରାଗଛ ଶକ୍ତ ହୁଏ ଓ ଚାରା ରୋପଣ ପରେ ତାହା ସହଜରେ ଚେର ଧରେ । ସାଧାରଣତଃ ଅଣଜଳସେଚିତ ବାଇଗଣ ଫସଲ ପାଇଁ ଏହା ବହୁତ ଉପକାରୀ ।

ଚାରା ରୋପଣ ଏବଂ ପରବର୍ତ୍ତି ଯନି :
ଭଲ ଉତ୍ପାଦନ ପାଇଁ ଉଚିତ ଦୂରତାରେ ଚାରା ରୋପଣର ଆବଶ୍ୟକତା ରହିଛି । ଛୋଟ ଆକୃତିର କିସମକୁ କମ୍‍ ଏବଂ ବଡ଼ କିସମର ଚାରାକୁ ଅଧିକ ଦୂରତାରେ ଲଗାଯାଏ । ସେଥିପାଇଁ ଚାରାଗଛର କିସମ ଅନୁସାରେ ଧାଡିରୁ ଧାଡି ୪୦-୬୦ ସେ.ମି. ଏବଂ ଗଛରୁ ଗଛ ୪୦-୫୦ ସେ.ମି. ଦୂରତା ରଖି ଚାରାଗଛ ଲଗାଯାଏ । ଶରତକାଳୀନ ଫସଲ ଜୁଲାଇ-ଅଗଷ୍ଟ, ଗ୍ରୀଷ୍ମ ଫସଲ ଜାନୁଆରୀ-ଫେବୃୟାରୀ ଏବଂ ବର୍ଷାକାଳୀନ ଫସଲ ପାଇଁ ଏପ୍ରିଲ-ମଇ ମାସରେ ଉଚିତ୍‍ ଦୂରତାରେ ଚାରା ଲଗାଇବା ଆବଶ୍ୟକ । ଗଛ ଲଗାଇବାରେ ପରେ ଝରା ସାହାଯ୍ୟରେ ଜଳ ସେଚନ କରାଯାଏ । ଚାରା ଲଗାଇବାର ୪୦-୫୦ ଦିନ ପର୍ଯ୍ୟନ୍ତ ଘାସ ଏବଂ ଅନାବନା ଗଛ ବାଛି କିଆରିରୁ ସଫାରଖିବା ଆବଶ୍ୟକ । ଏହା କଲେ ଗଛର ବୃଦ୍ଧି ଠିକ୍‍ ହୁଏ ଏବଂ ଗଛ ମୂଳରେ ପଲିଥିନ୍‍ କାଗଜ ଅବା ଶୁଖିଲା ଘାସ, ନଡ଼ା ଇତ୍ୟାଦି ବିଛାଇ ରଖିଲେ ପାଣିର ଆବଶ୍ୟକତା କମିବା ସହିତ ଅନାବନା ଘାସ ଉଠେ ନାହିଁ ଓ ଅଧିକ ଅମଳ ହୁଏ । ସାଧାରଣତଃ ମାଟିର ବତର ରଖି ସମୟ ସମୟରେ ଜଳ ସେଚନ କରାଯାଏ । କିନ୍ତୁ ଶୀତଋତୁରେ ପ୍ରତି ୧୦-୧୨ ଦିନ ଅନ୍ତରରେ ବାଇଗଣ ଫସଲରେ ଜଳସେଚନ କରାଯାଉଥିବା ବେଳେ ଖରା ଦିନରେ ୫-୬ ଦିନ ଅନ୍ତରରେ ଜଳସେଚନ କରିବା ଦରକାର । ବୁନ୍ଦାଜଳ ସେଚନ ପ୍ରଣାଳୀରେ ଜଳ ସେଚନ କଲେ ପାଣିର ଆବଶ୍ୟକତା ଅଧା କମିଯାଏ ଏବଂ ଉତ୍ପାଦନ ଅଧିକ ହୁଏ ।

ଖତ ଏବଂ ସାର :
ଭଲ ଉତ୍ପାଦନ ପାଇ ୨୦୦-୨୫୦ କ୍ୱି/ହେ. ସଢ଼ା ଗୋବର ଖତ ଦେଇ ୩-୪ ଥର ହଳକରିବା ଆବଶ୍ୟକ । ଏହା ବ୍ୟତୀତ ୧୦୦କି.ଗ୍ରା ଯବକ୍ଷାରଯାଜନ (୧୮୦ କି.ଗ୍ରାୟୁରିଆ), ୫୦ କି.ଗ୍ରା ଫସ୍‍ଫୋରସ୍‍ (୧୧୦ କି.ଗ୍ରା ନବରନିା ଡି.ଏ.ପି.) ଏବଂ ୬୦ କି.ଗ୍ରା, ପଟାସ (୧୦୦ କି.ଗ୍ରା ନବରନିା ଏମ୍‍୍‍.ଓ.ପି.) ପ୍ରତି ହେକଫରରେ ପ୍ରୟୋଗ କରିବା ଆବଶ୍ୟକ । ଯବକ୍ଷାରଯାନ ସାରର ଏକ ତୃତୀୟାଅଂଶ ଓ ଫସଫରସ୍‍ ଏବଂ ପଟାସର ପୁରାମାତ୍ରା ଶେଷଥର ହଳ ସମୟରେ ଦିଆହୁଏ । ଅବଶିଷ୍ଟ ଯବକ୍ଷାରଯାନକୁ ଦୁଇ ସମାନ ଭାଗରେ ବାଣ୍ଟି ଗଛ ଲଗାଇବାର ୩୦ ଦିନ ଏବଂ ୬୦ ଦିନ ପରେ ଦିଆହୁଏ । ଏହା ବ୍ୟତୀତ ଅଣୁସାର ପ୍ରୟୋଗ କଲେ ଅମଳ ବୃଦ୍ଧି ହୁଏ ।

ଅମଳ :
ବାଇଗଣ ଅମଳ ବଜାରର ଆବଶ୍ୟକତା ଅନୁଯାୟୀ କରାଯିବା ଉଚିତ୍‍ । ଯେତେବେଳେ ବାଇଗଣ ନରମ ଓ ସତେଜ ଥାଏ ସେହି ସମୟରେ ତୋଳାହୁଏ । ତୋଳିବାରେ ଡେରିକଲେ ଫଳ ଟାଣ ଏବଂ ର୍‍ଙ୍ଗହୀନ ହୋଇଯାଏ । ଯାହାଫଳରେ ବଜାରରେ କମ୍‍ ମୂଲ୍ୟ ମିଳିଥାଏ । ତୋଳିବା ପରେ ଫଳକୁ ବାଛି, ଭଲ ଫଳକୁ ଟୋକେଇ ବା ଅଖାରେ ଭରି ବଜାରକୁ ପଠାଯାଏ । ସାଧାରଣତଃ କଷି ଧରିବାର ୧୮-୨୦ ଦିନ ପରେ ଫଳ ତୋଳିବା ପାଇଁ ଉପଯୁକ୍ତ ଅଟେ ।

ରୋଗ ଓ ପୋକ ନିୟନ୍ତ୍ରଣ
କାଣ୍ଡ ଏବଂ ଫଳ ବିନ୍ଧା ପୋକ : ଏହି ପୋକ ଫସଲକୁ ଅଧିକା କ୍ଷତି କରେ । ଏହା କଅଁଳିଆ ଶାଖାର ଉପରିଭାଗରେ କଣାକରି ପ୍ରବେଶ କରେ, ଯାହାଫଳରେ ଗଛ ଝାଉଁଳି ପଡ଼େ । ଏହାର ପ୍ରତିକାର ପାଇଁ ପ୍ରଭାବିତ ଶାଖାକୁ ଭାଙ୍ଗି ନଷ୍ଟ କରିବା ଉଚିତ୍‍ ଓ ରୋଗର କିମ୍ବା ରାଇପର (୧୦ ଗ୍ରା/୧୫ ଲି) ଅବା ପ୍ରୋସିପ୍‍ (୧.୫ ମିଲି/ଲି. ପାଣି ହିସାବରେ) ପ୍ରୟୋଗ କରାଯାଏ । ଫଳ ତୋଳିବା ପରେ କୀଟନାଶକ ଔଷଧ ପ୍ରୟୋଗ କରିବା ଉଚିତ୍‍ ।
କାଙ୍କଡ଼ିଆ ପୋକ : ଏହି କୀଟ ତଳି ଅବସ୍ଥାରୁ କ୍ଷତି କରେ । ଶିଶୁ କୀଟ ଛୋଟ ଏବଂ ହଳଦିଆ ରଙ୍ଗର ହୋଇଥାଏ । ଏହା ପର ଅବସ୍ଥାରେ ଏହି ପୋକ ଲାଲ ରଙ୍ଗର ହୋଇଥାଏ । ଏହାର ପ୍ରତିକାର ପାଇଁ ରାଇପର (୧୦ ଗ୍ରା./୧୫ ଲି. ପାଣିରେ) ୧୫ ଦିନ ଅନ୍ତରରେ ଦୁଇଥର ପ୍ରୟୋଗ କରାଯାଏ ।
ଉପରୋକ୍ତ ପୋକ ବ୍ୟତୀତ ଜଉପୋକ, ଏଫିଡ୍ସ, ଧଳାମାଛି ଓ ହପର ପୋକ ମଧ୍ୟ ବାଇଗଣ ଗଛକୁ ଆକ୍ରମଣ କରେ ଯାହାକି ମନୋସାନ୍‍ (୧.୬ ମି.ଲି. ପାଣିରେ) ସିଞ୍ଚନ କଲେ ଉପଯୁକ୍ତ ଫଳ ମିଳେ ।

ସୂତ୍ରକୃମି ଆକ୍ରମଣ ଯୋଗୁଁ ଗଛ ଭଲ ଭାବରେ ବଢ଼ିପାରେ ନାହିଁ, ଚେରରେ ଗ=ି ପଡିଯାଏ । ଏହାର ପ୍ରତିକାର ପାଇଁ କାରବୋସାନ୍‍୍‍ (୫କେ.ଜି./ଏକର) ହିସାବରେ ମାଟିରେ ମିଶାଇବା ଦରକାର । ଅଧିକନ୍ତୁ ଗେଣ୍ଡୁଫୁଲ ସହିତ ଅନ୍ତଫସଲ ଓ ରସୁଣ ସହିତ ଫସଲ ପର୍ଯ୍ୟାୟ ଲାଭଦାୟକ ଅଟେ ।
ତଳିଘେରା ମୂଳସଢ଼ା ରୋଗ : ଏହି ତଳିଘେରାର ମୁଖ୍ୟ ଫିମ୍ପି ଜନିତ ରୋଗ । ଏହା ଦୁଇ ପ୍ରକାରର : ପ୍ରଥମ ପ୍ରକାରର ଚାରା ଗଛ ଗଜା ହୋଇ ମାଟି ଉପରକୁ ଆସିବା ପୂର୍ବରୁ ମରିଯାଏ ଏବଂ ଦ୍ୱିତୀୟଟିରେ ମଞ୍ଜି ଅଙ୍କୁରଣ ପରଠାରୁ ୨୦ ରୁ ୨୫ ଦିନ ଭିତରେ ସଢ଼ି ଚାରା ମରିଯାଏ । ଏହାର ନିରାକରଣ ପାଇଁ ଟ୍ରଫି ନାମକ ଏକ ଗୁଣ୍ଡ ଔଷଧରେ ମଞ୍ଜି ବିଶୋଧନ କରାଯାଏ । ଚାରାଗଛ ଉଠିଲା ପରେ ରିଡ଼ୋମିଲ୍‍ ଏମ୍‍. ଜେଡ଼୍‍-୭୨ କୁ ୨ ଗ୍ରା. ପ୍ରତି ଲିଟର ପାଣିରେ ମିଶାଇ ତଳି ଘେରାର ମାଟିକୁ ୨ ରୁ ୩ ଇଞ୍ଚ ପର୍ଯ୍ୟନ୍ତ ଭିଜାଇ ଦିଆଯାଏ ।

ଫଳ ସଢ଼ା : ଏହା ଏକ ଫିମ୍ପି ଜନିତ ରୋଗ । ଏଥିରେ ପତ୍ର ଉପରେ ଛୋଟ ଛୋଟ ଗୋଲ୍‍ ଆକାରର ଧୂଷର ରଙ୍ଗର ଦାଗ ଦେଖାଯାଏ । ଅନିୟମିତ ଆକାରର କଳା ରଙ୍ଗର ଦାଗ ପତ୍ରର ଧାରରେ ମଧ୍ୟ ଦେଖାଯାଏ । ରୋଗ ଗ୍ରସ୍ତ ପତ୍ର ହଳିଦିଆ ପଡି ଶୁଖିଯାଏ । ଫଳ ଉପରେ ମଧ୍ୟ ଧୂଳି ଆକାରର ଦାଗ ଦେଖାଦିଏ ଏବଂ କ୍ରମେ ଏହା ବଢ଼ି ଫଳକୁ ସଜାଇ ଦିଏ । ଏହାର ପ୍ରତିକାର ପାଇଁ ଚାରା ପକାଇବା ପୂର୍ବରୁ ୨ ଗ୍ରାମ୍‍ ଟ୍ରଫି ପ୍ରତି କି.ଗ୍ରା. ମଞ୍ଜିରେ ମିଶାଇ ବିଶୋଧନ କରିବା ଆବଶ୍ୟକ ଏବଂ ମଞ୍ଜି ବୁଣିଲା ପରେ ଟ୍ରଫି କିମ୍ବା ବ୍ଲାଇଷ୍ଟକ (୨ଗ୍ରାମ୍‍/ଲି) ଦ୍ରବଣ ତିଆରି କରି ୭-୮ ଦିନ ଅନ୍ତରରେ ୨-୩ ଥର ସିଞ୍ଚନ କରିବା ଆବଶ୍ୟକ ।

ଜୀବାଣୁ ଜନିତ ଝାଉଁଳା ରୋଗ : ଏହା ବାଇଗଣ ଜାତୀୟ ପରିବା ଫସଲର ପ୍ରଧାନ ରୋଗ । ବିଶେଷ ଭାବରେ ଏହା ବର୍ଷା ଏବଂ ଗ୍ରୀଷ୍ମକାଳୀନ ଫସଲକୁ ଅଧିକ ପ୍ରଭାବିତ କରିଥାଏ । ଏହି ରୋଗ ହେଲେ ଠିକ୍‍ ଫୁଲ ଫଳ ଧରିବା ସମୟରେ ହିଁ ଗଛ ଝାଉଁଳି ମରିଯାଏ । ଚାରା ଲଗାଇବା ପୂର୍ବରୁ ଚାରାକୁ ଷ୍ଟେପଟୋସାଇକ୍ଲିନ୍‍ ୫୦୦ ମି.ଗ୍ରା./ଲି. ପାଣିରେ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡାଇ ବିଶୋଧନ କରାଯାଏ । ଏହା ବ୍ୟତୀତ ସୋରିଷ ଜାତୀୟ ଫସଲକୁ କୃଷି ପର୍ଯ୍ୟାୟରେ ଓ ଜୀବାଣୁ ପ୍ରତିରୋଧକାରୀ କିସମ ବ୍ୟବହାର ଲାଭ ଦାୟକ ଅଟେ । ବାଇଗଣ ଫସଲରେ ଛୋଟ ପତ୍ରଧାରୀ ଅଣ୍ଡିରା ଗଛ ଦେଖାଦେଲେ ତାହାକୁ ଉପାଡ଼ି ନଷ୍ଟକରି ଦେବା ଉଚିତ୍‍ ।

Leave A Reply