Odisha news

କିଏ ହେଉଛନ୍ତି ଏହି ୫ଜଣ ମହିଳା, ଯେଉଁମାନଙ୍କ ଆବେଦନ ପରେ ଆରମ୍ଭ ହୋଇଥିଲା ଜ୍ଞାନବ୍ୟାପୀ ମନ୍ଦିରର ସର୍ଭେ

0

ନୂଆଦିଲ୍ଲୀ : ବାରଣାସୀର ବିବାଦିତ ଜ୍ଞାନବ୍ୟାପୀ ମସ୍ଜିଦ ପରିସରର ସର୍ଭେ ରିପୋର୍ଟ ୨ଦିନ ମଧ୍ୟରେ କୋର୍ଟରେ ଯମକରାଯିବା ପାଇଁ ନିର୍ଦେଶ ଦିଆ ଯାଇଛି l ମଙ୍ଗଳବାର ଦିନ କୋର୍ଟ ନିଜ ନିଷ୍ପତିରେ କୋର୍ଟ କମିଶନର ଅଜ୍ଞ ମିଶ୍ର ଙ୍କୁ ସର୍ଭେ ରୁ ବାହାର କରି ଦେଇଥିଲା l ବର୍ତମାନ ମସଜିଦ ର ସର୍ଭେ ବିଶାଳ ସିଂ ଓ ଅଜୟ ସିଂ କରିବେ l ଜ୍ଞାନବ୍ୟାପୀ ମସଜିଦ ମାମଲାକୁ ୫ଜଣ ମହିଳା କୋର୍ଟକୁ ନେଇ ଯାଇଥିଲେ l ଏହି ମହିଳାମାନେ ମସଜିଦ ପରିସର ରେ ଶୃଙ୍ଗାର ଗୌର ସ୍ଥଳରେ ପ୍ରାର୍ଥନା ପାଇଁ ଅନୁମତି ମାଗିଥିଲେ l ଏମାନେ ସମସ୍ତେ ସାଧାରଣ ମହିଳା ଅଟନ୍ତି , ଏମାନଙ୍କ ମଧ୍ୟରୁ କାହାର ବ୍ୟୁଟି ପାର୍ଲର ଅଛି ତ , ଆଉ କେହି ସାଧାରଣ ଗୃହିଣୀ ଅଟେ , ଏଭଳି ୨ଟି ମହିଳା ଅଛନ୍ତି ଯାହାଙ୍କର ହିନ୍ଦୁ ସଂଗଠନ ସହିତ ସମ୍ପର୍କ ରହିଛି l

ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ –
ଏହି ୫ଜଣ ମହିଳାଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା ଓ ଅନ୍ୟ ୪ଜଣ ବାରଣାସୀ ର ଅଟନ୍ତି l ଏହି ମହିଳାମାନେ ସର୍ବ ପ୍ରଥମେ ଶୃଙ୍ଗାର ଗୌରୀ ସ୍ଥଳରେ ପ୍ରାର୍ଥନା ପାଇଁ ଅନୁମତି ମାଗିଥିଲେ l ଯେଉଁ କାରଣରୁ ଜଣେ ସିଭିଲ ଜଜ , ବାରଣାସୀ ରେ ଭିଡିଓଗ୍ରାଫି ର ଅନୁମତି ଦେଇଥିଲେ l ଯେବେକି ମସ୍ଜିଡ଼ ପ୍ରବନ୍ଧକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ l

କୋର୍ଟ ରେ ଆବେଦନ କରିଥିବା ମହିଳାମାନେ ହେଲେ ଲକ୍ଷ୍ମୀ ଦେବୀ, ସୀତା ସାହୁ , ମଞ୍ଜୁ ବ୍ୟାସ, ରେଖା ପାଠକ ବାରାଣସୀରେ ରୁହନ୍ତି ଓ ପଞ୍ଚମ ମୁଖ୍ୟ ଆବେଦନ କାରୀ ହେଲେ ରାକ୍ଷୀ ସିଂ ଯିଏକି ଦିଲ୍ଲୀ ରେ ରୁହନ୍ତି l  ଏହି ଶୁଣାଣି ଅଗଷ୍ଟ ୨୦ ୨୧ ରେ ଆରମ୍ଭ ହୋଇଥିଲା l

ରାକ୍ଷୀ ସିଂ ବିଶ୍ୱ ବୈଦିକ ସନାତନ ସଙ୍ଘ ସହିତ ଯୋଡି ହୋଇଛନ୍ତି l ଯାହାର ଅଧ୍ୟକ୍ଷ ତାଙ୍କ ଚାଚା ଜିତେନ୍ଦ୍ର ସିଂ ଅଟନ୍ତି l ସନାତନ ସଙ୍ଘ କାରଣରୁ ରାକ୍ଷୀ ସିଂ ଙ୍କ ସାକ୍ଷାତ ଉକ୍ତ ମହିଳା ମାନଙ୍କ ସହିତ ହୋଇଥିଲା l ବିଶ୍ୱ ବୈଦିକ ସନାତନ ସଙ୍ଘ ର ୟୁପି ସଂଯୋଜକ ସନ୍ତୋଷ ସିଂ କହିଛନ୍ତି  ଯେ ସଂଗଠନ ବାରଣାସୀ ର ୪ ଜଣ ମହିଳାଙ୍କ ସହିତ ସାକ୍ଷାତ କରିଥିଲେ l

୧) ରାକ୍ଷୀ ସିଂ –
ରାକ୍ଷୀ ସିଂ ଦିଲ୍ଲୀରେ ରୁହନ୍ତି ଓ ବିଶ୍ୱ ବୈଦିକ ସନାତନ ସଂଘର ସଂସ୍ଥାପକ ସଦସ୍ୟ ଅଟନ୍ତି ଓ ଜଣେ ସାମାଜିକ କାର୍ଯ୍ୟକର୍ତା ମଧ୍ୟ l
୨) ଲକ୍ଷ୍ମୀ ଦେବୀ –
ଲକ୍ଷ୍ମୀ ଦେବୀ ହେଉଛନ୍ତି ଜଣେ ସାଧାରଣ ଗୃହିଣୀ l
୩) ସୀତା ସାହୁ –
ଜେନେରାଲ ଷ୍ଟୋର ମାଲିକ ଅଟନ୍ତି l
୪) ମଞ୍ଜୁ ବ୍ୟାସ –
ବ୍ୟୁଟି ପାର୍ଲର ଅଛି l
୫) ରେଖା ପାଠକ –
ରେଖା ପାଠକ ମଧ୍ୟ ଜଣେ ଗୃହିଣୀ ଅଟନ୍ତି l

Leave A Reply

Your email address will not be published.