ନୂଆଦିଲ୍ଲୀ : ସ୍ଲାବ ସିଟି ଗୋଟିଏ ଏଭଳି ସ୍ଥାନ ଯେଉଁଠି ନା କୌଣସି ଘରଭଡା ଦେବାକୁ ପଡିଥାଏ, ନା କୌଣସି ଟାକ୍ସ l ଏଠାରେ କୌଣସି ନିୟମ କାନୁନ ଲାଗୁ କରାଯାଏ ନାହିଁ, ଏଠାରେ କୌଣସି ସରକାର ମଧ୍ୟ ନାହାନ୍ତି l ଏହାକୁ ବିଶ୍ୱର ଲ ଲେସ ପ୍ଲେସ ବୋଲି କୁହାଯାଏ , ଯେଉଁଠାରେ ସମସ୍ତେ ନିଜ ଇଛାରେ ଜୀବନ ଅତିବାହିତ କରି ଥାଆନ୍ତି l କିନ୍ତୁ ଏଠାରେ ରହିବ ଖୁବ ଆହ୍ୱାନ ପୁର୍ଣ ଅଟେ l ଜାତୀୟ ଗଣମାଧ୍ୟମ ର ତଥ୍ୟ ଅନୁସାରେ ଏହାର ଖୁଲାସା ଗୋଟିଏ ଟିଭି ଚାନେଲ ର ହୋଷ୍ଟ ବେନ ଫୋଗଲେ ନିଜର ଗୋଟିଏ ପ୍ରୋଗ୍ରାମ ଜରିଆରେ କହିଥିଲେ l ସେ ନିଜେ ସ୍ଲାବ ସିଟି ଯାଇ ସେଠାକାର ତଥ୍ୟ ଦେଇଥିଲେ l
ସ୍ଲାବ ସିଟି ଆମେରିକାର କାର୍ଲିଫର୍ନିଆ ରେ ଅବସ୍ଥିତ, ଯେଉଁଠାରେ ବନ୍ଧୁକ ଓ ଡ୍ରଗ୍ସ କାରବାର ହୋଇଥାଏ l ଏହି ସ୍ଥାନକୁ ମାନସିକ ପୀଡିତ ବ୍ୟକ୍ତିମାନେ ଯାଇ ଥାଆନ୍ତି କିମ୍ବା କାନୁନ ଠାରୁ ଲୁଚି ରହିବା ପାଇଁ ଏଠାକୁ ଯାଆନ୍ତି l କାରଣ ଏହି ମରୁଭୂମି ଅଂଚଳରେ କୌଣସି ସରକାର କିମ୍ବା ପ୍ରଶାସନ ନାହାନ୍ତି l ବେନ ଫୋଗଲ କହିଥିଲେ ଯେ ଏଠାରେ ଜଳ, ବିଜୁଳୀ ଓ ଗ୍ୟାସର କୌଣସି ବ୍ୟବସ୍ଥା ନାହିଁ l
ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ସୈନିକ ମାନଙ୍କୁ ଏହି ସ୍ଥାନରେ ଟ୍ରେନିଂ ଦିଆଯାଉଥିଲା, ଯାହାକୁ ୧୯୫୬ ରେ ନଷ୍ଟ କରି ଦିଆ ଯାଇଥିଲା l ଏହି ସହର କଂକ୍ରିଟ ର ଗୋଟିଏ ଧ୍ବଂସ ସ୍ତୁପ ରେ ପରିଣତ ହୋଇଥିଲା l ସାଧାରଣ ଭାବରେ ଏହି ସ୍ଥାନ କୁ ଆସୁଥିବା ଲୋକମାନେ ସାମାଜିକ ଭାବରେ ଅଲଗା ହୋଇ ଯାଇ ଥାଆନ୍ତି l ଫୋଗଲେ ଏଠାରେ ଅଦ୍ଭୁତ ଲୋକମାନଙ୍କୁ ଦେଖିଥିଲେ l ଯେଉଁମାନଙ୍କ ନିକଟରେ ସମୟ ଜାଣିବା ପାଇଁ ଘଡି ନଥିଲା,ଦୁନିଆର ଖବର ଜାଣିବା ପାଇଁ ଟିଭି ନାହିଁ, ତାରିଖ ଜାଣିବା ପାଇଁ କ୍ୟାଲେଣ୍ଡର ନାହିଁ l
ଏଠାକୁ ଏଭଳି ଅନେକ ଲୋକ ଆସି ଥାଆନ୍ତି ଯେଉଁମାନେ ଅନେକ କ୍ରାଇମ କରି ଥାନ୍ତି l ସ୍ଲାବ ସିଟିରେ ଅନେକ ଅସୁବିଧା ସତ୍ୱେ ସେଠାକୁ ଥରେ ସମସ୍ତେ ଯିବା ଆବଶ୍ୟକ ବୋଲି ଫୋଗଲେ କହିଥିଲେ l