ସାଧାରଣ ଭାବରେ ଆମେମାନେ ପୂଜାପାଠ ସମୟରେ ପିତଳ ବାଶନର ବ୍ୟବହାର କରିଥାଉ l ପ୍ରାଚୀନ କାଳରେ ପିତଳ ବାସନ ରେ ଲୋକମାନେ ଖାଉଥିଲେ l କିନ୍ତୁ ସମୟ ସହିତ ପରମ୍ପରା ପ୍ରାୟ ଲୁପ୍ତ ହୋଇ ଗଲାଣି l ପିତଳ ବାସନ ସ୍ୱାସ୍ଥ୍ୟ ପାଇଁ ଓ ଧାର୍ମିକ ଦୃଷ୍ଟିରୁ ଖୁବ ଗୁରୁତ୍ୱପୂର୍ଣ l ପିତଳ ବାସନ ଖୁବ ଶୁଭ ଅଟେ l ଶାସ୍ତ୍ର ଅନୁସାରେ ପିତଳ ବାସନ ଆମର ସ୍ୱାସ୍ଥ୍ୟ ସହିତ ଭାଗ୍ୟ ମଧ୍ୟ ଚମକାଇ ଥାଏ l
ସୌଭାଗ୍ୟର ପ୍ରତୀକ ଅଟେ ପିତଳ ବାସନ
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତଳ ଧାତୁ ଉପରେ ଦେବଗୁରୁ ବୃହସ୍ପତି ଙ୍କ ଆଧିପତ୍ୟ ରହିଛି l ନିଜ ଜାତକ ରେ ବୃହସ୍ପତି ଙ୍କୁ ମଜବୁତ କରିବା ପାଇଁ ପିତଳ ବାସନ ର ବ୍ୟବହାର କରନ୍ତୁ l
* ଘରେ ସମ୍ପର୍ଣତା ରହିବା ପାଇଁ ପୁର୍ଣିମା ଦିନ ସୁଧ ଦେଶୀ ଘିଅରେ ପିତଳ ର ଗୋଟିଏ କଳସି ଭରି, ଭଗବାନ ଶ୍ରୀକୃଷ୍ଣ ଙ୍କୁ ଅର୍ପଣ କରନ୍ତୁ l ଏହାପରେ ସେହି ଘିଅକୁ କୌଣସି ଦୁଖୀ ଜନ କୁ ଦାନ କରିବା ଦ୍ୱାରା ଧନ ର ଅଭାବ ରୁହେ ନାହିଁ l
* ଗୃହରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ l ତେଣୁ ପ୍ରତିଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ସୁଧ ଦେଶୀ ଘିଅରେ ପିତଳ ଦୀପ ଅର୍ପଣ କରନ୍ତୁ l ମିଳିବ ଲକ୍ଷ୍ମୀଙ୍କ କୃପା l
* ପିତଳ ବାସନ ରେ ଭୋଜନ କରିବା ଦ୍ୱାରା ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ l ତେଣୁ ପିତଳ ବାସନ ରେ ପ୍ରସ୍ତୁତ ଭୋଜନ ରେ ଅଧିକ ଖଣିଜ ପଦାର୍ଥ ରହିଥାଏ ଯାହାକି ଶରୀରକୁ ଭିତରୁ ମଜବୁତ କରିଥାଏ l ଏହାଛଡା ସ୍ମରଣଶକ୍ତି ବୃଦ୍ଧି କରିଥାଏ l