Odisha news

ହାଡ଼କୁ ମଜବୁତ କରିବା ସହିତ ବିଭିନ୍ନ ପ୍ରକାରର ହାଡ଼ ଜନିତ ସମସ୍ୟାରୁ ଦୂରେଇ ରଖିଥାଏ ଏହିସବୁ ଖାଦ୍ୟ

0

ହାଡ଼ ଦୁର୍ବଳ ହେବା ଦ୍ୱାରା ଶରୀର ଫମ୍ପା ହୋଇ ଯାଇଥାଏ ଓ ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ ସହିତ ଅନ୍ୟ ନ୍ୟୁଟ୍ରିଏଣ୍ଟ ର ଆବଶ୍ୟକତା ରହିଛି l ଏହା ଆପଣଙ୍କର ୩ଟି ଖାଦ୍ୟ ଦ୍ୱାରା ବିଶେଷ ଭାବରେ ଦୂର ହୋଇଥାଏ l ଏହି ଖାଦ୍ୟ ଗୁଡିକ ସମ୍ପୂର୍ଣ ଭେଜ ହୋଇଥିଲେ ସୁଦ୍ଧା ହାଡ ପାଇଁ ଖୁବ ହିତକର l ବିଶେଷ ଭାବରେ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କର କ୍ୟାଲସିୟମ କମି ଓ ହାଡ଼ ଦୁର୍ବଳ ରହିବାର ସମସ୍ୟା ରହିଥାଏ l

– ରାଶି ସେବନ :
ଆମ ଘରେ ପ୍ରାୟ ରାଶିର ବହୁଳ ବ୍ୟବହାର ହୋଇଥାଏ l ସାଧାରଣ ଭାବରେ ରାଶିର ବ୍ୟବହାର ଶୀତ ଋତୁରେ ଅଧିକ ହୋଇଥାଏ ଓ ମିଠାଈ, ଲଡୁ ଇତ୍ୟାଦି ରେ ଅଧିକ ରାଶିର ପ୍ରୟୋଗ ହୋଇଥାଏ l ରାଶି ଅଧିକ ଗରମ ହୋଇଥିବା କାରଣରୁ ଶୀତ ଋତୁରେ ଅଧିକ ଖାଇ ଥାଆନ୍ତି, କିନ୍ତୁ ଗ୍ରୀଷ୍ମ ଋତୁରେ ଏହାର ସୀମିତ ବ୍ୟବହାର ହୋଇଥାଏ l ତେଣୁ ରାଶି କୁ ଦୁଗ୍ଧ ସହିତ ମିଶାଇ ନିୟମିତ ସେବନ କରିବା ଦ୍ୱାରା ହାଡ଼ ଜନିତ ସମସ୍ୟା ଦୂର ହୋଇଥାଏ l

– ବିଭିନ୍ନ ପ୍ରକାରର ବିନ୍ସ ଜାତୀୟ ଜିନିଷ :
ଯେପରି ବିଭିନ୍ନ ପ୍ରକାର ଛୁଇଁ ରହିଛି, ଯେପରିକି ସଜନା ଛୁଇଁ, ବିନ୍ସ, ଝୁଡୁଙ୍ଗ ଇତ୍ୟାଦି ରେ ମଗ୍ନେଶୀୟମ, ଫସଫରସ ଓ କ୍ୟାଲସିୟମ ପ୍ରଚୁର ମାତ୍ରାରେ ମିଳିଥାଏ l ଯାହାକି ହାଡ଼ କୁ ପୋଷଣ ଦେଇ ଭିତରୁ ମଜବୁତ କରିଥାଏ l ଦିନରେ ମାତ୍ର ମଧ୍ୟାହ୍ନ ଭୋଜନ ରେ ଥରଟିଏ ଏଭଳି କିଛି ଜିନିଷ ଖାଇବା ନିହାତି ଜରୁରୀ l

– ମାଣ୍ଡିଆ ନିହାତି ଖାଇବା ଜରୁରୀ :
କ୍ୟାଲସିୟମ ରେ ଭରପୁର ଅଟେ ମାଣ୍ଡିଆ, ମହିଳାମାନେ ନିହାତି ମାଣ୍ଡିଆ ସେବନ କରିବା ଆବଶ୍ୟକ l ମାଣ୍ଡିଆ କୁ ନିୟମିତ ସେବନ କରିବା ଦ୍ୱାରା ଅଂଟା ଯନ୍ତ୍ରଣା, ଆଣ୍ଠୁ ଯନ୍ତ୍ରଣା, ହାଡ଼ ଜନିତ ବିଭିନ୍ନ ଯନ୍ତ୍ରଣାରୁ ଆରାମ ମିଳିଥାଏ l  ପ୍ରତିଦିନ ନିହାତି ମାଣ୍ଡିଆ ନିଜ ଡାଏଟ ରେ ସାମିଲ କରନ୍ତୁ l

Leave A Reply

Your email address will not be published.