ଆମ ଦୈନନ୍ଦିନ ଜୀବନ ରେ ଚାଣକ୍ୟ ନୀତିର ଖୁବ ପ୍ରଭାବ ରହିଛି l କାରଣ ମଣିଷ ଜୀବନକୁ ଠିକ ଭାବରେ ଗଢି ତୋଳିବା ପାଇଁ ଚାଣକ୍ୟ ନୀତି ର ଖୁବ ଗୁରୁତ୍ୱ ରହିଥାଏ l ଆସନ୍ତୁ ଆଜି ଜାଣିବା ମଣିଷକୁ ଗୋଟିଏ ସମ୍ମାନ ପଦରେ ଉପସ୍ଥାପନ କରିବା ପାଇଁ ଚାଣକ୍ୟ ଙ୍କ କେଉଁ ନୀତି ଗୁଡିକର ପ୍ରୟୋଜନ ରହିଛି l
* କ୍ରୋଧ ମଣିଷର ବିନାଶର କାରଣ ଅଟେ l ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଆଧ୍ୟାତ୍ମିକ ଅନୁଚିନ୍ତା ନିହାତି ଜରୁରୀ l ସର୍ବଦା ଶାନ୍ତ ମନରେ ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ l
* ପ୍ରତ୍ୟେକ ମଣିଷ ଜୀବନ ରେ ଅନୁଶାସନ ନିହାତି ଜରୁରୀ l ଅନୁଶାସନ ବିହୀନ ମଣିଷ ର ଜୀବନ ଅବାଟରେ ପରିଚାଳିତ ହୋଇଥାଏ l ତେଣୁ ସର୍ବଦା ଅନୁଶାସନ ଜରୁରୀ l
* ଆଳସ୍ୟ ହେଉଛି ସଫଳତାର ସବୁଠୁ ବଡ଼ ବାଧକ l ଆଳସ୍ୟ ପରାୟଣ ବ୍ୟକ୍ତି କଦାପି ଜୀବନ ରେ ଆଗକୁ ବଢି ପାରି ନଥାଏ l ସେ ସର୍ବଦା ନିଜକୁ ଆରାମ ଦେଇ ଜୀବନ ଅତିବାହିତ କରିବାକୁ ଚାହିଁଥାଏ l
* ପ୍ରତିଟି ମଣିଷ ଜାଣି ରଖିବା ଉଚିତ ଯେ ଯେଉଁ ଧୋକା ଅନ୍ୟକୁ ଦେବ ତାର ଫଳାଫଳ ନିହାତି ତମକୁ ଭୋଗିବାକୁ ପଡିବ l ଧୋକା ଦେଉଥିବା ବ୍ୟକ୍ତି ଅନ୍ୟ ନିକଟରୁ ଦୂରେଇ ଯାଇଥାଏ l
* ଅହଂକାରୀ ମଣିଷ ସର୍ବଦା ନିଜ ମଧ୍ୟରେ ସୀମିତ ରହିବାକୁ ଚାହେଁ ଓ ଅହଂକାର ର ବଶବର୍ତ୍ତୀ ହୋଇ ସେ ନିଜର ସ୍ଥିତି ଭୁଲି ଯାଇଥାଏ l କାରଣ ମଣିଷ ଜୀବନ କ୍ଷଣସ୍ଥାୟୀ, ତେଣୁ କଦାପି କୌଣସି କଥାକୁ ନେଇ ଅହଂକାର କରିବା ଉଚିତ ନୁହେଁ l
* ଲୋଭ ଠାରୁ ଦୁରେଇ ରହିବା ଆବଶ୍ୟକ l ଲୋଭ ମଣିଷକୁ ବିପଥଗାମୀ କରାଇଥାଏ ଓ ଖରାପ ବାଟରେ ପରିଚାଳିତ କରାଏ l
* ଜୀବନ ରେ ସବୁଠୁ ମୂଲ୍ୟବାନ ଅଟେ ଶିକ୍ଷା l କାରଣ ଶିକ୍ଷା ଦ୍ୱାରା ଯେଉଁ ମଣିଷ ଜ୍ଞାନ ଗ୍ରହଣ କରିଥାଏ ତାହା ତାକୁ ସମ୍ମାନ ଓ ପ୍ରତିଷ୍ଠିତ କରାଇଥାଏ l ସମାଜରେ ସର୍ବଦା ଜ୍ଞାନୀ ବ୍ୟକ୍ତିର ସ୍ଥାନ ଊର୍ଧ୍ୱରେ l
* ଜୀବନରେ ସବୁବେଳେ ମଣିଷ ଅଳ୍ପ ବହୁତେ ଭୁଲ କରିଥାଏ l କିନ୍ତୁ ସେହି ଭୁଲ ରୁ ଆମକୁ ସଠିକ ଜିନିଷ ଜାଣିବାର ଅଛି l ତେଣୁ ଭୁଲ କୁ ସୁଧାରିବା ଆବଶ୍ୟକ l
* ଗୋଟିଏ ଭଲ ବନ୍ଧୁର ସ୍ଥାନ ସର୍ବଦା ଉର୍ଦ୍ଧରେ l ଜୀବନରେ ସବୁବେଳେ ଭଲ ସାଙ୍ଗଟିଏ ବାଛିବା ଆବଶ୍ୟକ l କାରଣ ସାଙ୍ଗମାନେ ଜିବନର ପ୍ରକୃତ ପୁଞ୍ଜି ଅଟନ୍ତି l
* କ୍ଷମତା ବଳରେ ମଣିଷ ଜୀବନରେ ଆଗକୁ ବଢିଥାଏ l ତେଣୁ ସର୍ବଦା ନିଜ କ୍ଷମତାକୁ ଆକଳନ କରିବା ଜରୁରୀ l କ୍ଷମତା କୁ ଆକଳନ ନକରି ଆଗକୁ ବଢିବା ଉଚିତ ନୁହେଁ l