Odisha news

ଚୀନରେ ରାଷ୍ଟ୍ରପତି ମତଦାନକୁ ନେଇ ଜିନପିଙ୍ଗ ଙ୍କ ବିରୁଦ୍ଧରେ ଆରମ୍ଭ ହେଲା ଅଭିଯାନ, କଣ କରିବେ ଯିନପିଙ୍ଗ

0
ନୂଆଦିଲ୍ଲୀ : ଚିନ୍ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି । ଇତି ମଧ୍ୟରେ ଜିନପିଙ୍ଗ ଏପରି ସଂକେତ ଦେଇଛନ୍ତି ଯେପରି ସେ ଲଗାତାର ତୃତୀୟ ଥର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହାକୁ ନେଇ ଚୀନ ରେ ଆଲୋଚକ ମାନେ ଜୀନପିଙ୍ଗ ଙ୍କ ର କଡ଼ା ସମାଲୋଚନା କରୁଛନ୍ତି ।
ANI ର ତଥ୍ୟ ଆଧାରରେ ଲୋକ ମାନେ ମତ ଦେଇଛନ୍ତି ଯେ ଜୀନପୀଙ୍ଗ ଚୀନ କୁ ପଛକୁ ନେଇ ଯାଇଛନ୍ତି । କରୋନା ମହାମାରୀ ସମୟ ରେ ଠିକ୍ ଭାବରେ ପଦକ୍ଷେପ ନନେବା କାରଣରୁ ଏହା ଗୋଟିଏ ଅପୂରଣୀୟ କ୍ଷତି ହୋଇଛି । ଜନସାଧାରଣ ମତ ଦେଇଛନ୍ତି ଯେ ସାଂଘାଇ ଭଳି ସହରକୁ ନିଜ ଇଚ୍ଛା ଅନୁସାରେ ବନ୍ଦ୍ କରି ଆର୍ଥିକ ସ୍ଥିତି କୁ ଖରାପ୍ କରି ଦେଇଛନ୍ତି ।
ANI ରିପୋର୍ଟ ଅନୁସାରେ ଚୀନ ରେ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି । ଅଭିଯାନ ଆରମ୍ଭ କରିଥିବା ଲୋକମାନେ ଗୋଟିଏ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନୁସାରେ ମାନବତା ବିରୁଦ୍ଧରେ ଜିନପିଙ୍ଗ ଙ୍କ ଅପରାଧ ର ଭିଡିଓ ପ୍ରସ୍ତୁତ କରି ଚାରିଆଡେ ଭାଇରାଲ୍ କରାଯିବାକୁ ଅନୁରୋଧ କରାଯାଇଛି । ଚୀନ୍ ରେ ରହୁଥିବା ଲୋକଙ୍କୁ ସାବଧାନ ରହିବାକୁ କୁହାଯାଇଛି ।
ଚୀନ୍ ରେ ଏହି ଅଭିଯାନ ରେ ଅଧିକ ରୁ ଅଧିକ ଲୋକଙ୍କୁ ଯୋଡି ବାକୁ କୁହାଯାଇଛି, ଯାହାଦ୍ଵାରା ଜିନପିଙ୍ଗଙ୍କୁ ଗାଦି ରୁ ହଟା ଯାଇ ପାରିବ । ଏହା ସହିତ ସୈନ୍ୟ ଓ ନିୟମ କାନୁନ ର ସହଯୋଗ ନ କରିବା ପାଇଁ କୁହାଯାଉଛି ।
ଅଭିଯାନ ଚଳାଇ ଥିବା ଲୋକଙ୍କୁ ନାଗରିକ ମାନଙ୍କ ନିକଟରୁ ଭ୍ରଷ୍ଟାଚାର ଓ ମନି ଲନ୍ଡ୍ରିଙ୍ଗ ର ବିଭିନ୍ନ ପ୍ରମାଣ ଯୋଗାଡ କରିବାକୁ କହିଛନ୍ତି । କରୋନା ମହାମାରୀ, ଇକୋନମି ଓ ନିବେଶ କୁ ନେଇ ଶି ଜିନପୀଙ୍ଗ ଙ୍କ ଉପରେ ପ୍ରଶ୍ନ ଉଠୁଚି ।
Leave A Reply

Your email address will not be published.