Odisha news

ଚକମା ଦେଖାଇ ସିସି କ୍ୟାମେରା ନଜରରୁ ଖସିଲେ ଖସି ପାରିଲେନି ପୁଲିସ ଆଖିରୁ

0
ବ୍ରହ୍ମପୁର:ଚକମା ଦେଖାଇ ସିସି କ୍ୟାମେରା ନଜରରୁ ସିନା ଖସିଲେ ହେଲେ ଖସି ପାରିଲେନି ପୁଲିସ ଆଖିରୁ । ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଅଂଚଳରେ ଗତ ୧୩ ତାରିଖ ରାତିରେ ଘଟିଥିବା ହତ୍ୟା ଘଟଣାର ତିନି ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି । ଏନେଇ ବ୍ରହ୍ମପୁର ଏସପି ପିନାକ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମହାଲକ୍ଷ୍ମୀ ଭଣ୍ଡାରର ମାଲିକ ତଥା କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନିଙ୍କ କାର୍ଯ୍ୟାଳୟତ ତଥା ଗୃହରେ ପଶି ୫ଜଣ ଦୁର୍ବୃତ ତାଙ୍କୁ ଗାମୁଛାରେ ତଂଟି ଚିପି ହତ୍ୟା କରିବା ସହ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲେ । ଘର ଢିଙ୍କି କୁମ୍ଭୀର ହେବା ନ୍ୟାୟରେ ସ୍ୱର୍ଗତ ମୁନୀଙ୍କ ଗାଡ଼ି ଡ୍ରାଇଭର ରୁପେଶ ପାଢୀ ଡ଼କାୟତି ଘଟଣାରେ ମୁଖ୍ୟ ଭୂମିକା ତୁଲାଇଥିଲା ।
ଦୁର୍ବୃତ ମାନେ ଏକା ଶୋଇଥିବା ଲମ୍ବୋଦର ମୁନୀଙ୍କୁ ହତ୍ୟା କରି ସେ ପିନ୍ଧିଥିବା ସୁନା ଚେନ୍‌, ମୁଦି, କାନର ଆଦି ଲୁଟି ନେବା ସହ ଆଲମିରାରେ ଥିବା ୪ଲକ୍ଷ ଟଙ୍କା ଲୁଟି ନେଇଥିଲେ ।ପୁଲିସ ଏହି ବାବଦରେ ରୁପେଶଙ୍କ ସମେତ ଶିବ ମହାଙ୍କୁଡ଼ ଓ ରଞ୍ଜିତ ସାହୁଙ୍କୁ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସନ୍ତୋଷ ସାହୁ ଓ ଶ୍ରୀନୁ ପାତ୍ର ଫେରାର୍ ରହିଥିବା ଜଣାପଡ଼ିଛି । ପୁଲିସ ସେମାନଙ୍କ ଠାରୁ ଟଙ୍କା ଓ ଅଳଙ୍କାର ଉଦ୍ଧାର କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଅତି ଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିଯିବେ ବୋଲି ଏସପି ସୂଚନା ଦେଇଛନ୍ତି ।
Nalco
Leave A Reply