ବ୍ରହ୍ମପୁର-ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହୁଳ ଗାନ୍ଧୀଙ୍କ ପବିତ୍ର ଜନ୍ମ ଦିନ ଅବସରରେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତା ମନଙ୍କର ନିଜସ୍ୱ ଉଦ୍ୟମରେ ସହର’ର ଗରିବ ଓ କଂଗ୍ରେସ ସମର୍ଥକ ମାନଂକୁ କରୋନା ଜନିତ ଅସୁବିଧା ପରିପ୍ରେକ୍ଷୀ’ରେ ଗୋଟିଏ ଗୋଟିଏ ଚାଉଳ ବସ୍ତା ଦିଆଯାଇଛି l
ଭାରତ -ଚୀନ ସୀମା ରେ ସହୀଦ ହୋଇଥିବା ଯବାନ ମାନଙ୍କ ପାଇଁ ଦୁଇ ମିନଟ ନୀରବ ପ୍ରାଥନା କରା ଯାଇଥିଲା l ଏହା ସହ ଶ୍ରୀଯୁକ୍ତ ଗାନ୍ଧୀ ଙ୍କର ଲମ୍ବା ଜୀବନ କାମନା କରାଯିବ ସହ ଧର୍ମନିରପେକ୍ଷ, ଗଣତନ୍ତ୍ର,ସାଧାରଣ ଲୋକଙ୍କ ସ୍ୱର’ର ରକ୍ଷକ ଭାବରେ ରାହୁଳ ଗାନ୍ଧୀଙ୍କୁ କଂଗ୍ରେସ ନେତା ମାନେ ବର୍ଣନା କରିଥିଲେ l
ଏହି କାର୍ଯ୍ୟକ୍ରମ’କୁ ଜିଲ୍ଲା ସଭାପତି ଶ୍ରୀ ତ୍ରିନାଥ ବେହେରା, କାର୍ଯକାରୀ ସଭାପତି ଶ୍ରୀ ପୀତବାସ ପଣ୍ଡା, ରାଜ୍ୟ କୃଷକ କଂଗ୍ରେସ ନେତା ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ପି ସି ସି ସମ୍ପାଦକ ଶ୍ରୀ ଲିଙ୍ଗରାଜ ଚୌଧୁରୀ, ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ସାଇ ପତ୍ର, ଏସ.ଦଣ୍ଡପାଣି, ନାରାୟଣ ନାୟକ, ବୁସି ବାବୁ, ମହିଳା ନେତ୍ରୀ ଶ୍ରୁତି ମୟୀ ପଟ୍ଟନାୟକ, ଆରତୀ ଦେବୀ,ଶ୍ରୀମତୀ ସୌଭାଗ୍ୟ ଶାସମଲ ଯୁବ କଂଗ୍ରେସ ନେତା ସିଦ୍ଧାନ୍ତ ସାହୁ, ରାଜୀବ ଖୁଣ୍ଟିଆ, ବବୁଲୁ ବେଗ ପ୍ରଭୁତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ