Odisha news

କାକଟପୁର ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଚୀନ ରାଷ୍ଟ୍ରପତି ଙ୍କ କୁଶ ପୁତଳିକା ଦାହ, ଭାରତୀୟ ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି।

0

କୋଣାର୍କ:ଗାଲଓନ ଘାଟି ଠାରେ ଚାଇନା ବାରମ୍ବାର ଭାରତ ଉପତ୍ୟକା ରେ ପ୍ରବେଶକରି ବାକୁ ନେଇ ଭାରତ ଦୃଢ ବିରୋଧ କରିବା ଫଳରେ ଚୀନ ର ଭାରତ ପ୍ରତି ଆକ୍ରମଣ ମନୋଭାବ ଯୋଗୁଁ ଭାରତ ମାତାର ୨୦ ଜଣ ବୀର ଯବାନ ସହିଦ ହୋଇଗଲେ।ଏହି ବର୍ବରିଚିତ ଆକ୍ରମଣ କୁ ବିରୋଧ କରି କାକଟପୁର ଯୁବ ଓ ଛାତ୍ର  କଂଗ୍ରେସ ଡ଼ାକରାରେ ଶୁକ୍ରବାର ପୂର୍ବାହ୍ନରେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ନିକଟରେ କୋଣାର୍କ ନଗର କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ନାୟକ(ନେତୁ) ଙ୍କ ନେତୃତ୍ତ୍ୱ ରେ ନଗର ସଭାପତି ଭରତଚନ୍ଦ୍ର ପାଢ଼ୀ, ପୂର୍ବତନ କାଉନସିଲର ଉପେନ୍ଦ୍ର କାଣ୍ଡି, ସୁବୋଧ ଖଟୁଆ, ନଟବର ନାୟକ,ବିଜୟ କୁମାର ନନ୍ଦି ,ଛାତ୍ର ନେତା ପିନାକୀ ପ୍ରସାଦ ନାୟକ, ବିରଞ୍ଚି ନାରାୟଣ ପତି, ପ୍ରବୀର ବିଶ୍ୱାଳ, ତପନ କାଣ୍ଡି, ସୁବାସ ବିଶ୍ୱାଳ, କେଶବ ବେହେରା ,ବିଶ୍ୱଜିତ ସ୍ବାଇଁ, ହରମୋହନ ବେହେରା ଯୁବନେତା ସ୍ୱାଧୀନ ନାୟକ, ପୀତବାସ ବେଉରା ,ପୁର୍ବତନ ଜିଲାପରିଷଦ ଦେଶପ୍ରାଣ ଲେଙ୍କା ପ୍ରମୁଖ ଯୋଗ ଦେଇ ଚୀନ ବିରୋଧ ସ୍ଲୋଗାନ ଦେଇ ଚୀନ ରାଷ୍ଟ୍ରପତି ଜି ଜିନ ପିଙ୍ଗ ଙ୍କ କୁଶ ପୁତଳିକା ଦାହ କରି ଥିଲେ।ଏବଂ ସହିଦ ଯବାନ ମାନଙ୍କ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ କାକଟପୁର ନିର୍ବାଚନ ମଣ୍ଡଳୀର ନେତା  ତଥା ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ ବିଶ୍ୱ ଭୂଷଣ ଦାସ ଯୋଗ ଦେଇଥିଲେ ପରେପରେ ଶ୍ରୀ ଦାସ ଙ୍କ ଦ୍ଵାରା କୋଣାର୍କ ଏନ.ଏ.ସି. ଅନ୍ତ୍ରର୍ଗତ ୩ୱାର୍ଡ଼ ମୁଳିସାଇର ହରିଜନ ବସ୍ତିରେ  ରାହୁଲ ଗାନ୍ଧୀ ଙ୍କ ଜନ୍ମ ଉପଲକ୍ଷେ ୨୦୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା

Nalco
Leave A Reply