ବାରିପଦା : ମୟୂରଭଞ୍ଜ ଓ ରାଷ୍ଟ୍ରିୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ସଂସ୍ଥାନ, ସାମାଜିକ ନ୍ୟାୟ ଏବଂ ଅଧିକାରୀ ମନ୍ତ୍ରଣାଳୟ ଭାରତ ସରକାର, ମନୋବିକାଶ ନଗର ସିକନ୍ଦରାବାଦଙ୍କ ମିଳିତ ସହଯୋଗରେ ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷଠାରେ ୧୧ଗୋଟି ବ୍ଲକରୁ ୧୧୧ଜଣ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ଉପକରଣ ବଣ୍ଟନ କରାଯାଇଅଛି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପୌରହିତରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ରୂପଭାନୁ ମିଶ୍ର ଯୋଗଦାନ କରିଥିଲେ ଓ ଅନ୍ୟତମ ଅତିଥି ଭାବରେ ଜରୁରୀ କାଳୀନ ଅଧିକାରୀ (ଏମରଜେନ୍ସି ଅଫିସର) ସୁଜୟ ପତି ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ କମ୍ପୋଜାଇଟି କେନ୍ଦ୍ରର, ରାଜନଗର ଛତିଶଗଡର ଗଜେନ୍ଦ୍ର କୁମାର ସାହୁ ଓ ଅଶ୍ୱିନ ନଟିଆଲା ଯୋଗଦାନ କରିଥିଲେ । ଏହି ଶିକ୍ଷଣ ଉପକରଣଟିର ପ୍ରକୃତ ବ୍ୟବହାର କଲେ ପିଲାମାନଙ୍କର ଶିକ୍ଷାର ଉନ୍ନତି ହେବାସହିତ ବୌଦ୍ଧିକ ବିକାଶର ଉନ୍ନତି ହେବ ବୋଲି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମିଶ୍ର ବୌଦ୍ଧିକ ଅନଗ୍ରସର ପିଲା ଓ ଅଭିଭାବକ ମାନଙ୍କୁ ଉଦ୍ୱୋଧନ ଦେଇ କହିଥିଲେ । ପୂର୍ବରୁ ଚୟନ କରାଯାଇଥିବା ୧୧ଟି ବ୍ଲକରୁ ମୋଟ୍ ୧୧୧ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିଲା । ବୟସ ଅନୁଯାଇ ବୌଦ୍ଧିକ ଛାତ୍ରଛାତ୍ରୀ ମାନଙ୍କୁ ତିନିପ୍ରକାର ଉପକରଣ ବଣ୍ଟନ କରାଯାଇଥିଲା । ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବାବେଳେ ସାଧନାର ନିଦେ୍ର୍ଦଶକ ରଂଜିତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବାଙ୍ଗିରିପୋଷିରୁ ୧୫ଜଣ, କପ୍ତିପଦାରୁ ୧୨ଜଣ, କୁସୁମିରୁ ୧୩ଜଣ, ମୋରଡାରୁ ୧୦ଜଣ, ବହଲଦାରୁ ୫ଜଣ, ସାରସକଣାରୁ ୮ଜଣ, ଯଶିପୁରରୁ ୪ଜଣ , ବେତନଟିରୁ ୧୦ଜଣ, ଠାକୁରମୁଣ୍ଡାରୁ ୧୮ଜଣ, ତିରିଂରୁ ୮ଜଣ ଓ ଗୋପବନ୍ଧୁନଗରରୁ ୮ଜଣ ଉପକରଣ ଗ୍ରହଣ କରିଥିଲେ । ଉକ୍ତ ୧୧ଟି ବ୍ଲକର ସମସ୍ତ ସମ୍ବଳ ଶିକ୍ଷକ, ସାଧନାର କର୍ମଚାରୀ ଓ ବାରିପଦା ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କର୍ମୀ ମାନେ ସହଯୋଗ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
