ମନ୍ଦିର କୁ ବାହାର ଭୋଗ ପୁରାଇ ନ ଦେବାକୁ ପ୍ରଶାସନ ର ନିଷ୍ପତି,,ଭକ୍ତ ମାନେ ମାନିବାକୁ ନାରାଜ ବାହାରେ ବାଡେ଼ଇଲେ ନଡ଼ିଆ
କାକଟପୁର 21/9 ଦେବୋତ୍ତର ବିଭାଗ ତରଫରୁ କୋଟି କୋଟି ଟଙ୍କା ରେ ଭୋଗ, ଦୀପ, ପାର୍କିଙ୍ଗ ନିଲାମ ଦିଆଯାଇ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ର ନିୟମ ଥିବା ବେଳେ ନିଲାମ ଧାରୀ ମାନଙ୍କୁ ସବୁ ସୁବିଧା ରୁ ବଞ୍ଚିତ କରିବା ଦ୍ୱାରା ବ୍ୟବସାୟ ରେ ମାତ୍ରାଧିକ କ୍ଷତି ଯୋଗୁଁ ପ୍ରଶାସନିକ ସ୍ତରରେ ଗତ କାଲିର ନିଷ୍ପତି କ୍ରମେ ଆଜି ସକାଳ ଠାରୁ ମନ୍ଦିର ଭିତର କୁ କୌଣସି ପ୍ରକାର ରେ ଦୀପ, ଭୋଗ,କଦଳୀ,ନଡ଼ିଆ,ପ୍ରଭୁତି ଛାଡି ନ ଥିବା ଯୋଗୁଁ ଭକ୍ତ ଓ ମନ୍ଦିର ସିକୁରିଟି ଗାର୍ଡ ଙ୍କ ଭିତରେ ବାକଯୁଦ୍ଧ୍ୟ ଦେଖିବାକୁ ମିଳିଥିଲା, ପରିସ୍ଥିତି ଏମିତି ହୋଇଥିଲା ଜେ ହାତରେ ଧରିଥିବା ନଡ଼ିଆ, କଦଳୀ କୁ ଭକ୍ତ ମାନେ ମନ୍ଦିର ଦ୍ୱାର ମୁହଁରେ ଭୋଗ କରି ଠାକୁରାଣୀ ଙ୍କୁ ସମର୍ପଣ କରିଥିଲେ ଏବଂ ଏ ବିଷୟରେ ମନ୍ଦିର ପ୍ରଶାସନ କୁ ପଚାରିବାରେ ସେ କୁହନ୍ତି ଜେ ଏଣ୍ଡୋମେଣ୍ଟ ବିଭାଗ ତରଫରୁ ଆମ ପାଖକୁ ଅଡର ଆସିଛି ଯେହେତୁ ନିଲାମ ଧାରୀ ମାନେ କୋଟି କୋଟି ଟଙ୍କାରେ ନିଲାମ ନେଉଛନ୍ତି ସେମାନଙ୍କ ପାଇଁ ଅlନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ମଧ୍ୟ ରହିଛି, ଭୋଗ ଦୋକାନ ପାଇଁ ରୋଷ ଗୃହ, ଦୀପ ଦୋକାନ ପାଇଁ ଦୀପ ବୋଳିବା ପାଇଁ ଗୃହ ନ ଥିବା ବେଳେ ପାର୍କିଙ୍ଗ ରେ ଆଲୋକ ଵେବସ୍ଥା, ଓ ଶୌଚାଳୟ ର ବ୍ୟବସ୍ଥା ଆବଶ୍ୟକ ଥିଲେ ମଧ୍ୟ ଏଯାବତ କାମ ହୋଇନାହିଁ, ଭକ୍ତ ମାନଙ୍କ ପାଇଁ ମନ୍ଦିର ତରଫରୁ ସୁବ୍ୟବସ୍ତା ଓ ଭକ୍ତ ଙ୍କ ସୁବିଧା ଦୃଷ୍ଟିରୁ ମନ୍ଦିର ଚତୃପାର୍ଶ୍ୱ କୁ ପରିଷ୍କାର କରି ମନ୍ଦିର ପାଖରେ ଭକ୍ତ, ସେବାୟତ ଓ ସ୍ଥାନୀୟ ଅଧିବାସୀ ଙ୍କ ପାଇଁ (ଏ ଟି ଏମ )କାଉଣ୍ଟର ଖୋଲିବା ଆଲୋକିତ କରାଯାଉ l ଏଣ୍ଡୋମେଣ୍ଟ ବିଭାଗ ଯେଉଁ ପ୍ରକାର ଭାବରେ କୋଟି କୋଟି ଟଙ୍କା ଦୀପ, ଭୋଗ, ପlର୍କିଙ୍ଗ,ମୋବାଇଲ ଷ୍ଟାଣ୍ଡ ପାଇଁ ନେଉଛି ସେହିପରି ଭାବରେ ସମସ୍ତ ସୁବିଧା ଯୋଗାଇ ଦେବାର ବି ଆବଶ୍ୟକ ବୋଲି ଭକ୍ତ ଓ ସେବାୟତ ମହଲରେ ଦାବି ହୋଇଛି l
