Odisha news

ଗୁରୁକୋଲ ଲାକୋବୋଦ୍ରାଙ୍କ ୧୦୪ତମ ଜନ୍ମ ଦିବସ ଜୟନ୍ତୀ ପାଳିତ

0

ବାରିପଦା  : ଗୁରୁକୋଲ ଲାକୋବୋଦ୍ରାଙ୍କ ୧୦୪ତମ ଜନ୍ମ ଦିବସକୁ ସିଦା ହୋରା ସୁସାର ଆକଳା, ବାରିପଦା ତରଫରୁ ରଘୁନାଥପୁର, ବାରିପଦା ଠାରେ ମହାସମାରୋହ ସହିତ ପାଳନ କରାଯାଇଥିଲା । ପାରମ୍ପାରିକ ରୀତି ଅନୁଯାୟୀ ଗୁରୁଙ୍କ ଫୋଟ ଚିତ୍ରଠାରେ ପୂଜାପାଠ ଅର୍ପଣ କରାଯାଇଥିଲା । ଉକ୍ତ ଉତ୍ସବରେ ଆକାଳାର ସଭାପତି ତଥା ଅବସରପ୍ରାପ୍ତ ସ୍ୱତନ୍ତ୍ର ସାଶନ ସଚିବ ଈଶ୍ୱର ଚନ୍ଦ୍ର ବାର୍ଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାରସକଣା ବିଧାୟକ ଡକ୍ଟର ବୁଢାନ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ଅତିଥିମାନଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ଗୁରୁଙ୍କ ଫୋଟ ଚିତ୍ରରେ ଅରୁଆ ·ଉଳ ଓ ପୁଷ୍ପଦେଇ ଶ୍ରଦ୍ଧଞ୍ଜଳି ଅର୍ପଣ କରାଯାଇଥିଲା । ମୁଖ୍ୟଅତିଥି ଡଃ ବୁଢାନ୍ ମୁର୍ମୁ “ହୋ” ଭାଷାର ସାମ୍ବିଧାନିକ ସ୍ୱୀକୃତି ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଏହି ଭାଷାର ଗୁରୁତ୍ୱ ଓ ଆବଶ୍ୟକତା ନେଇ ଆଲୋଚନା କରିଥିଲେ । ମଞ୍ଚାସିନ ବକ୍ତା କୁଞ୍ଜବିହାରୀ ପୂର୍ତ୍ତୀ, ସୁରେନ୍ଦ୍ରନାଥ ସିଂ (ଚୋଳା) ଓ ବାଲେଶ୍ୱର ମାର୍ଶାଲ ଆକାଳାର ରସାନନ୍ଦ ବାଙ୍କିରା ମଧ୍ୟ ଗୁରୁଙ୍କର ମହିମା ମଣ୍ଡନ ସହିତ ପୂରାତନ “ହୋ” ଭାଷାର ସାମ୍ବିଧାନିକ ସ୍ୱୀକୃତି ନିମନ୍ତେ ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ନେଇ ଅତ୍ୟନ୍ତ କ୍ଷଭପ୍ରକାଶ କରିଥିଲେ । ୧୯୫୮ ମସିହାରେ ତତ୍କାଳିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମୟରୁ ତଥା ୧୯୭୬ ମସିହା ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଗୁରୁ ଲାକୋବୋଦ୍ରା “ହୋ” ଭାଷାର ସମ୍ବିଧାନୀକ ସ୍ୱୀକୃତି ପାଇଁ ଉପସ୍ଥାପନ କରିଥିଲେ । ବିଭିନ୍ନ ସଂଗଠନ ଆଜି ପର୍ଯ୍ୟନ୍ତ “ହୋ” ଭାଷାର ସ୍ୱୀକୃତି ପାଇଁ ବିଭିନ୍ନ ଆନେ୍ଦାଳନ ବଳବତ୍ତର ରହିଛି । କିନ୍ତୁ ସରକାରଙ୍କ ଏହି ନୈରାଶ୍ୟ ଓ ଅବହେଳା ପ୍ରତି ଏହି ସଂପ୍ରଦାୟର ଲୋକଙ୍କ ମନରେ ଗଭୀର ଅସନ୍ତୋଷ ଦୃଷ୍ଟିରୁ ଆଜିର ଏହି ପବିତ୍ର ଶୁଭ ଅବସର ଅର୍ଥାତ୍ ଲାକୋବୋଦ୍ରାଙ୍କ ୧୦୪ତମ ଜନ୍ମଜୟନ୍ତୀ ଦିବସ ଉପଲକ୍ଷେ ସିଦା ହୋରା ସୁସାର ଆକାଳା, ବାରିପଦା ସଂଗଠନ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଭାରତର ମହାମହୀମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସଂଗଠନର ସଭାପତି ଈଶ୍ୱର ଚନ୍ଦ୍ର ବାର୍ଦା, ସେକ୍ରେଟାରୀ କୁଞ୍ଜବିହାରୀ ପୂର୍ତ୍ତୀ, ସଦସ୍ୟ ସୁବାଷ ଚନ୍ଦ୍ର ହେମ୍ବ୍ରମ, ଦୋଳ ସିଂ, ଇଲସାନ ବୈପାଇ ଓ ଘାସିରାମ ନାଏକ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply