ବୋଲଗଡ ତା ୦୧/୦୮(ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ,ପ୍ରତିନିଧି,ବୋଲଗଡ଼ ): ଶ୍ରାବଣ ମାସ ଯାଇ ଭାଦ୍ରବ ମାସ ଅରମ୍ଭ ହୋଇଯାଇଛି । ଆକାଶରେ କଳାମେଘ ଘୁରି ବୁଲୁଥିବାବେଳେ ବର୍ଷାର ନାମଗନ୍ଧ ନାହିଁ । ଚାଷିକୁଳ ଜଳବିନା ହତାଶ ପ୍ରାୟ । ଜମି ଗୁଡିକ ଫାଟି ଆଁ କରିବା ସହିତ ହୋଇଥିବା ଧାନ ଗଛ ସୁଖି ପୋଡି ଗଲାଣି । ଓଡିଶାର ପରମ୍ପରାରେ ଗିରିଗୋବର୍ଦ୍ଧନ ବା ଦେବ ଦେବୀଙ୍କୁ ସନ୍ତୁଷ୍ଠ କରି ବର୍ଷା ହେଉଥିବାର ପୈାରାଣିକ ମତ ରହିଛି ।
ଏହି ଅବସରରେ ବୋଲଗଡ ବ୍ଲକ ଡାବରଧୁଆ ଗ୍ରାମପଞ୍ଚାୟତ ଘୋରଡିଆ ଗ୍ରାମର ଗ୍ରାମବାସୀ ପାହାଡଶିଖରରେ ଥିବା ଆରାଧ୍ୟ ମା’ ଶୁଳିଆ ଦେବୀଙ୍କ ପୀଠରେ ବର୍ଷାପାଇଁ ପୂଜା ଅର୍ଚ୍ଚନା କରିଛନ୍ତି । ବଡିଭୋରରୁ ଧୁପ,ଦୀପ ନୈବେଦ୍ୟ ଅର୍ପଣ କରିବା ସହିତ ମା’ଙ୍କ ପ୍ରିୟ ‘ଚସୁମୀ ଯାଉ’ ଭୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂଜକ ଜୈନ ଦାସଙ୍କ ସହିତ ରମାକାନ୍ତ ମହାପାତ୍ର, ରାଜ ନିଶଙ୍କ ,ସୁଶୀଲ କୁମାର ନିଶଙ୍କ,ଶାନ୍ତନୁ ପଲାଇ, ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ,ଶର ମହାରଣା, ପାଗଲ ସାହୁ,ଅମୁଲି ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।