Odisha news

ହିଞ୍ଜିଳିକାଟୁ : ପୁଣି ଥାନାକୁ ମୁଁହାଇଲା କରୋନା , ୫ ପଜିଟିଭ

0

ହିଞ୍ଜିଳିକାଟୁ,୧/୮(ନିପ୍ର):-କରୋନା ସଂକ୍ରମଣର ହଟସ୍ପଟ ଭାବେ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲାର ସ୍ଥିତି ଗମ୍ଭୀର ଜନକ।ଜିଲ୍ଲାରେ ଦୈନିକ ନୁଆଁ ସଂକ୍ରମଣଙ୍କ ସଂଖ୍ୟା ବେଶ ବୃଦ୍ଧି ପାଉଛି।ଏହି ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ ଯୋଦ୍ଧା ବି ସାମିଲ ଅଛନ୍ତି।ଯେତେ ସଚେତନତା ହେଲେ ବି କିଛି ନା କିଛି ଅସାବଧାନତା ଯୋଗୁଁ କରୋନା ସଂକ୍ରମଣ ର ଶିକାର ହେଉଛନ୍ତି।ଶନିବାର ତାଲା ଖୋଲା-୩  ନିୟମ ଘୋଷଣା ହେବା ପରେ ସ୍ଥାନୀୟ ହିଞ୍ଜିଳି ପୁଲିସ ଥାନାର ୫ ଜଣ କୋଭିଡ ଯୋଦ୍ଧାଙ୍କ କରୋନା ପଜିଟିଭ ବାହାରିବା ଘଟଣା ଚିନ୍ତାର କାରଣ ପାଲଟିଛି।ଗତ କିଛି ଦିନ ଧରି ସେମାନଙ୍କ ଠାରେ ଥଣ୍ଡା, କାଶ ଓ ଜ୍ବରର ଲକ୍ଷଣ ଦେଖା ଦେଇଥିଲା।

ସ୍ୱାବ ଟେଷ୍ଟ ପରେ ସେମାନଙ୍କ ପଜିଟିଭ ଥିବା ଜଣାପଡିଥିଲା।ପଜିଟିଭଙ୍କ ମଧ୍ୟରେ ୨ ଏଏସଆଇ, ୨ ଜଣ କନଷ୍ଟେବଳ ଓ ଜଣେ ହୋମ ଗାର୍ଡ ଥିବା ଜଣାପଡିଛି।ସେମାନଙ୍କ ଚିକିତ୍ସା ଲାଗି  ସ୍ଥାନୀୟ କୋଭିଡ କେୟାର ସେଣ୍ଟର ରେ ଭର୍ତ୍ତି କରାଯାଇଛି।କୋଭିଡ ମୁକାବିଲା ପାଇଁ ଦିନ ରାତି ଏକ କରି ଦାୟିତ୍ବ ନିର୍ବାହ କରୁଥିବା  ୫ ଯୋଦ୍ଧା କରୋନା ସଂକ୍ରମିତ ହେବା ଘଟଣା କରୋନା ସଂକ୍ରମଣର ଭୟଙ୍କର ସ୍ଥିତିକୁ ଦର୍ଶାଇଛି।

Leave A Reply