– କ୍ରୋଧ ପକାଇଥାଏ ଶରୀରର ସମସ୍ତ ଅଙ୍ଗରେ ପ୍ରଭାବ –
– ହୃତ୍ପିଣ୍ଡ ଉପରେ ପ୍ରଭାବ ପକାଏ କ୍ରୋଧ :
ଉକ୍ତ ଗବେଷଣାରେ ଗବେଷକ ମାନେ ଜାଣିବାକୁ ପାଇଛନ୍ତି ଯେ କ୍ରୋଧ ଆମ ଶରୀରର ଧମନୀ ଗୁଡିକୁ ସଂକୁଚିତ କରିଦେଇ ଥାଏ l ଅତ୍ୟଧିକ କ୍ରୋଧ କାର୍ଡିଓ ଭାସ୍କୁଲାର ରୋଗ ଯେପରିକି ଉଚ୍ଚ ରକ୍ତଚାପ କିମ୍ବା କୋଲେଷ୍ଟ୍ରଲ ରହିଥିଲେ ହାର୍ଟ ଆଟାକ ହେବାର ସମ୍ଭାବନା ମଧ୍ୟ ରହିଥାଏ l ଏହାଛଡା କ୍ରୋଧ ଆମର ଇମ୍ୟୁନ ସିଷ୍ଟମ କୁ ମଧ୍ୟ ପ୍ରଭାବିତ କରେ l ଏହାଛଡା ଧମନୀ ରେ ବ୍ଳକେଜ ଆସିଥାଏ l
– ମସ୍ତିଷ୍କ ବିକାର ଘଟିଥାଏ :
ବ୍ରୋକନ ହାର୍ଟ ସିଣ୍ଡ୍ରୋମ ର ବିଶେଷଜ୍ଞ ଙ୍କ ମତରେ କ୍ରୋଧ ଆସିବା ଦ୍ୱାରା ମସ୍ତିଷ୍କ ଠିକ ଭାବରେ ନିଷ୍ପତି ନେବାରେ ସକ୍ଷମ ହୋଇପାରି ନଥାଏ l ମଣିଷ ନିଜର କ୍ରୋଧ ସମୟରେ ସେହି କାର୍ଯ୍ୟକୁ କରିବାକୁ ପସନ୍ଦ କରେ ଯାହାଦ୍ୱାରା ସେ ଅନ୍ୟକୁ କଷ୍ଟ ଦେଇପାରିବ l କ୍ରୋଧ ଦ୍ୱାରା ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ l କୌଣସି କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ ହୋଇ ନଥାଏ l
– ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ :
ଭାବନା ଓ ପେଟ ମଧ୍ୟରେ ଗଭୀର ସମ୍ବନ୍ଧ ରହିଛି l କ୍ରୋଧ କାରଣରୁ ଗ୍ୟାସ୍ଟ୍ରୋ ସମସ୍ୟା ଦେଖା ଯାଉଛି l ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ l କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଯାଇଥାଏ l କ୍ରୋଧ ଦ୍ୱାରା ମାଂସପେଶୀ ଅଧିକ ସକ୍ରିୟ ହୋଇଯାଇ ଥାଏ l ଅନେକ ସମୟରେ ଅନ୍ତ ରେ ସମସ୍ୟା ମଧ୍ୟ ଦେଖାଯାଏ l ଏପରିକି ଡାଇରିଆ ସମସ୍ୟା ମଧ୍ୟ ଦେଖାଯାଏ l ଭୋକ ମଧ୍ୟ ହୋଇ ନଥାଏ l
– ନିଜକୁ ସୁସ୍ଥ ରଖିବା ପାଇଁ ଠିକ ଭାବରେ ଶୋଇବା ଉଚିତ :
କ୍ରୋଧ କୁ ନିୟନ୍ତ୍ରଣ କରିବା ଉଚିତ ହୋଇ ନଥାଏ l କିନ୍ତୁ ଆମେ ଏହାକୁ ଚାହିଁଲେ ଠିକ କରି ପରିବା l କ୍ରୋଧ ନିୟନ୍ତ୍ରଣ କରିବା ପାଇଁ ଯୋଗ ପ୍ରାଣାୟାମ କରିବା ସହିତ ଗଭୀର ନିଦ୍ରାରେ ନିୟମିତ ଶୋଇବା ଆବଶ୍ୟକ l