ତୁନିସା ଆତ୍ମହତ୍ୟା ଘଟଣା ପ୍ରତିଦିନ ନେଉଛି ନୂଆମୋଡ, ସିଜାନ ଙ୍କ ପୋଲିସ ରିମାଣ୍ଡ ଅବଧି ବଢ଼ିଲା ୧୪ ଦିନ ଓ ସିଜାନ ଙ୍କ ଅନୁରୋଧ ତାଙ୍କ କେଶ କଟା ନଯାଉ
ମୁମ୍ବାଇ : ଅଭିନେତ୍ରୀ ତୁନିସା ଶର୍ମା ଙ୍କ ଆତ୍ମହତ୍ୟା କେଶ ରେ ପ୍ରତିଦିନ ନୂଆ ନୂଆ ମୋଡ଼ ଆସୁଛି l ଏଠି ମଧ୍ୟରେ ତୁନିସା ଙ୍କ ପୁଋଷବନ୍ଧୁ ଶିଯାନ ଙ୍କ କଷ୍ଟଡି ର ଅବଧି ଆହୁରି ୧୪ ଦିନ ବଢ଼ାଇ ଦିଆଯାଇଛି l କୋର୍ଟ ଙ୍କ ପକ୍ଷରୁ ଶନିବାର ଦିନ ଯେତେବେଳେ ତାର କଷ୍ଟଡି ର ଅବଧି ବଢାଇବା ପାଇଁ ଆଦେଶ ଦିଆଯାଇ ଥିଲା ସେତେବେଳେ ଶିଯାନ ତାଙ୍କ କେଶ ନାକଟିବା ପାଇଁ ନିବେଦନ କରିଥିଲେ l ଅନ୍ୟ ପକ୍ଷରେ ପୋଲିସ ଆରୋପ ଲାଗିଛି ଯେ ଶିଯାନ ଏହି କେଶ ରେ ସହଯୋଗ କରୁ ନାହାନ୍ତି l ଏହାଛଡା ସେ ନିଜର ମେଲ୍ ଆଇଡି ର ପାସୱାର୍ଡ଼ ଲୁଚାଉଛନ୍ତି l ପୋଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଶିଯାନ ନିଜର ଗୁଗୁଲ ପାସ୍ୱାର୍ଡ ମଧ୍ୟ ଠିକ ଭାବରେ କହୁ ନାହାନ୍ତି l ସେ କହୁଛନ୍ତି ତାଙ୍କର ମାନେ ନାହିଁ l ଶିଯାନ ଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଛି ଯେ ଫୋନ ପୋଲିଶ ନିକଟରେ ରହିଛି ଓ ପାସୱାର୍ଡ଼ ମଧ୍ୟ ଯେ କୌଣସି ଏକ୍ସପର୍ଟ ଙ୍କ ନିକଟରୁ ମଧ୍ୟ ଜାଣିହେବ l କୋର୍ଟ ପକ୍ଷରୁ ଶିଯାନ ଙ୍କର ଏହି ଦଲିଲ କୁ ଖାରଜ କରି ଦିଆଯାଇଛି l
କୋର୍ଟ ରେ ଶୀଜନ ଙ୍କର ୫ଟି ଦାବି ରହିଛି –
– ମୋର କେଶ କଟା ନଯାଉ, ମିଡ଼ିଆ ଟ୍ରାଏଲ କରା ନଯାଉ, ଘର ଖାଦ୍ୟ ଖାଇବାର ଅନୁମତି ଦିଆଯାଉ, ଆସ୍ଥମା ଇନହାଲର ବ୍ୟବହାର କରିବାକୁ ଦିଆଯାଉ, ତାକୁ ପୋଲିସ ସୁରକ୍ଷା ପ୍ରଦାନ କରାଯାଉ l
ଆଜି କୋର୍ଟ ରେ ଉପସ୍ଥିତି ସମୟରେ ଶିଯାନ ଙ୍କ ମା ଓ ଭଉଣୀ ମଧ୍ୟ ଉପସ୍ଥିତ ହୋଇଥିଲେ l ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ କିଛିଟା ପ୍ରଶ୍ନ ପଚାରିବାକୁ ଚାହିଁଥିଲେ ସୁଦ୍ଧା ସମ୍ଭବ ହୋଇ ନଥିଲା l ତୁନିସା ଙ୍କ ମା ବନିତା ଶର୍ମା ଶୁକ୍ରବାର ଦିନ ଗୋଟିଏ ପ୍ରେସ କର୍ଣ୍ଣଫରେନ୍ସ କରି ଶିଯାନ ଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ ସିଜାନ ,ତୁନିସା ଙ୍କୁ ମାନସିକ ଓ ଆର୍ଥିକ ଶୋଷଣ କରୁଥିଲେ l ସିଜାନ ଙ୍କ ଭଉଣୀ ଫଲକ ନୱାଜ, ତୁନିସା ଙ୍କୁ ଦରଘା ନେବାକୁ ଚାହୁଁଥିଲେ l ସିଜାନ ତୁନିସା ଙ୍କୁ ଦାମିକିଆ ଉପହାର ମଧ୍ୟ ମାଗୁଥିଲା l’
ବନିତା ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ତୁନିସା ଯେତେବେଳେ ମଧ୍ୟ ସିଜାନ ଙ୍କୁ ତାଙ୍କ ସିକ୍ରେଟ ଗାର୍ଲଫ୍ରେଣ୍ଡ ବିଷୟରେ ପ୍ରଶ୍ନ ପଚାରୁଥିଲେ ସେ ସେଟ ରେ ହିଁ ତୁନିସା ଙ୍କୁ ଚାପୁଡ଼ା ମାରିବାକୁ ପଛାଉ ନଥିଲେ l ଅନ୍ୟ ପକ୍ଷରେ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠଵାଲେ ଗୁରୁବାର ଦିନ ତୁନିସା ଙ୍କ ମାଙ୍କ ସହିତ ସାକ୍ଷାତ କରିବା ପରେ କହିଥିଲେ ଯେ ତୁନିସା ଙ୍କ ମା କହିଛନ୍ତି ଯେ ସିଜାନ ତାଙ୍କୁ ୩ମାସ ହେଲାଣି ଟ୍ରାପ କରି ରଖିଥିଲେ l ସମାଚାର ଏଜେନ୍ସି ANI ର ସୂଚନା ଅନୁସାରେ କୁହାଯାଇଛି ଯେ ତୁନିଷା ଙ୍କ ମୃତ୍ୟୁ ପୂର୍ବରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଖୁବ ଗଣ୍ଡଗୋଳ l