Odisha news

ଦଳାଇ ଲାମାଙ୍କ ର ଧର୍ମ ସଭାରେ ଚୀନକୁ କଡା ସମାଲୋଚନା , ଚୀନ ବୌଧ ଧର୍ମକୁ ପ୍ରଭାବିତ କରିଛି

0

ନୂଆଦିଲ୍ଲୀ : ‘ ଚୀନ ବୌଦ୍ଧ ଧର୍ମକୁ କ୍ଷତି କରିଛି, ଚୀନ ରେ ଥିବା ବୌଦ୍ଧ ବିହାର କୁ ଭଙ୍ଗା ଯାଇଛି l ଆମ ବୌଦ୍ଧ ଭିକ୍ଷୁଙ୍କୁ ବିଷ ଦେଇ ହତ୍ୟା ମଧ୍ୟ କରାଯାଇଛି l ‘ ବୁଦ୍ଧ ଗୟା ରେ ଶନିବାର ଦିନ ଗୋଟିଏ ବୌଦ୍ଧ ଭିକ୍ଷୁ ଙ୍କ କାର୍ଯ୍ୟକ୍ରମ ରେ ବୋୖଦ୍ଧ ଧର୍ମ ଗୁରୁ ଦଳାଇ ଲାମା ଏହି ମନ୍ତବ୍ୟ ଦେଇଛନ୍ତି l  ସେ ଚୀନ ର ସରକାର ଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି l  ସେ ଆହୁରି ମଧ୍ୟ କହିଛନ୍ତି ଯେ ବୌଦ୍ଧ ଧର୍ମକୁ କ୍ଷତିଗ୍ରସ୍ତ କରିବା ପାଇଁ ଚୀନ ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଛି l  ତଥାପି ବୌଦ୍ଧ ଧର୍ମ ନିଜ ସ୍ଥାନରେ ବର୍ତମାନ ମଧ୍ୟ ରହିଛି l  ତିନିଦିନ ହେଲାଣି ବୌଦ୍ଧ ଭିକ୍ଷୁ ଙ୍କ ଗୋଟିଏ ଟିଚିଙ୍ଗ କାର୍ଯ୍ୟକ୍ରମ ରେ ବୁଢା ଗୟା ର କାଳଚକ୍ର ପଡିଆ ଠାରେ ଦଳାଇ ଲାମା ଏହି ସନ୍ଦେଶ ଦେଇଛନ୍ତି l  ସେ ଏହି ଟିଚିଙ୍ଗ କାର୍ଯ୍ୟକ୍ରମ ରେ ଏତେ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ ସେ ଚୀନ ର ସମସ୍ତ କଳା ଚିଠା ଖୋଲି ରଖିଛନ୍ତି l

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ ରେ ବୌଦ୍ଧ ଧର୍ମର ଲୋକ ଅନେକ ମାତ୍ରା ରେ ରହିଛନ୍ତି l ଚୀନ ସରକାର ଙ୍କ ପକ୍ଷରୁ ଯେଉଁ ଲୋକମାନେ ବୌଦ୍ଧ ଧର୍ମର ଚୀନ ରେ ବାସ କରୁଥିଲେ ତାଙ୍କୁ ମଧ୍ୟ ଚୀନ ସରକାରଙ୍କୁ ପକ୍ଷରୁ ନଷ୍ଟ କରି ଦିଆଯାଇଛି l କୌଣସି ବ୍ୟକ୍ତିକୁ କଷ୍ଟ ଦେବା ପାଇଁ ତାର ଧର୍ମକୁ ନଷ୍ଟ କରିବା ଉଚିତ ନୁହେଁ କିମ୍ବା ବିପଦ ରେ ପଡିବ ଉଚିତ ନୁହେଁ l ଆଜି ମଧ୍ୟ ଚୀନ ରେ ବୌଦ୍ଧ ଧର୍ମର ଭିକ୍ଷୁ ମାନେ ବୁଦ୍ଧ ଙ୍କୁ ପ୍ରାର୍ଥନା କରିବାରେ ଲୀନ ଅଛନ୍ତି l  ଦଳାଇ ଲାମା ଙ୍କ ମତରେ ଅନ୍ୟର ଭାବନାକୁ ସମ୍ମାନ ଦେଉଥିବା ବ୍ୟକ୍ତିକୁ ଅନ୍ୟର ଭାବନା କୁ ମଧ୍ୟ ସମ୍ମାନ ଦେଉଥିବା ଆବଶ୍ୟକ l  ସେ ଆହୁରି ମଧ୍ୟ କହିଛନ୍ତି ଯେ ସର୍ବଦା ବ୍ୟକ୍ତି ଅନ୍ୟର ଧର୍ମ କୁ ବୁଝିବା ଜରୁରୀ ଏବଂ ସେଥିପ୍ରତି ସମ୍ବେଦନଶୀଳତା ରଖିବା ମଧ୍ୟ ଜରୁରୀ l

Govt
Leave A Reply