Odisha news

ବିଜେପି ପକ୍ଷରୁ ମୋଦୀ ଅନ୍ନ ବଂଟନ

0

କଣିହାଁ : ମହାମାରି କରୋନା ଜନିତ ଲକଡାଉନ ସମୟରେ ରାସନକାର୍ଡରୁ ବଂଚିତ ବୃଦ୍ଧ ବୃଦ୍ଧା, ଅସହାୟ , ଆର୍ଥୀକ ଅନଗ୍ରସର ଓ ଜିବନ ଜୀବିକା ହରାଇଥିବା ଲୋକଙ୍କୁ ବିଜେପି ପକ୍ଷରୁ ମୋଦୀ ଅନ୍ନ ବଂଟନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନକ୍ରମେ ବୁଧବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ, ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ,ଧ୍ରୁବଚରଣ ଧିର, ଚନ୍ଦନ ସ୍ୱରାଜ, ହରେକୃଷ୍ଣ ପ୍ରଧାନ ପ୍ରମୁଖ ପାଳଲହଡା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକ ୮ନଂ ଯୋନର ହନୁମାନପୁର, ଦଲକ, ତାଳପଦା ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ଲୋକଙ୍କୁ ମୋଦୀ ଅନ୍ନ ବଂଟନ କରିଥିଲେ ।

Leave A Reply