ଆଗରପଡ଼ା : ବନ୍ତ ବ୍ଲକ ଅନ୍ତର୍ଗତ ସେଣ୍ଡତିରା ପଞ୍ଚାୟତର ଆଳମଙ୍ଗା, ରାଧାନଗର ଓ ମହାନ୍ତିଆ ଗ୍ରାମରେ ରବିବାର ବିଜେପି ପକ୍ଷରୁ କୋରାନା ମହାମାରୀ ସମ୍ପର୍କରେ ସାମାଜିକ ଦୂରତା ରକ୍ଷା କରି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଭଣ୍ଡାରିପୋଖରୀ ବିଧାନସଭାର ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ବରଡ଼େଶ୍ୱର ମଣ୍ଡଳ ସଭାପତି ନବକିଶୋର ବଳ,ବିଜେପି ନେତା ବନମାଳୀ ଜେନା, ମାଧବାନନ୍ଦ ବିଶ୍ୱାଳ, ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ତପନ ବାରିକ, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଏହି ସବୁ ଗ୍ରାମକୁ ଯାଇ କରୋନା ମହାମାରୀର ଭୟାବହତା ଉପରେ ଗ୍ରାମବାସୀଙ୍କୁ ସଚେତନ କରାଇବା ସହିତ ରାସନକାର୍ଡ଼ରୁ ବଞ୍ଚିତ ପରିବାର ଓ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ ବଣ୍ଟନ କରିଛନ୍ତି ।
ଆଜକୁ ଦୀର୍ଘ ୫୫ଦିନ ଧରି ନିରନ୍ତର ଭାବେ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଜାରୀ ରହିଛି । ଏହି ସେବାକାର୍ଯ୍ୟ ଆଗକୁ ଜାରୀ ରହିବ ବୋଲି ଶ୍ରୀଧଳ ପ୍ର୍କାଶ କରିଛନ୍ତି ।