Odisha news

ଜୀବାଣୁ ନାଶ କରାଗଲା ଅସ୍ଥାୟୀ ସଙ୍ଗରୋଧକ କେନ୍ଦ୍ର

0

ଆଗରପଡ଼ା: ଆଗରପଡ଼ା ନିକଟସ୍ଥ ·ରିଗାଁ ପଞ୍ଚାୟତର ବାଲିପୋଖରୀ ହାଇସ୍କୁଲରେ ଅସ୍ଥାୟୀ ସଙ୍ଗରୋଧକ କେନ୍ଦ୍ର କରାଯାଇଛି ଏହି କେନ୍ଦ୍ରରେ ଚଳିତମାସ ତାରିଖରୁ ୪୯ ଜଣ ପ୍ରବାସୀ ରହି ଆସୁଥିଲେ ତେବେ ନୂତନ ନିୟମାନୁସାରେ ଆଜି ଉକ୍ତ କେନ୍ଦ୍ରରୁ ୪୯ ଜଣ ପ୍ରବାସୀଙ୍କୁ ପ୍ରମାଣପତ୍ର ସହ ଆସନ୍ତା ୭ଦିନ ପର୍ଯ୍ୟନ୍ତ ନିଜନିଜ ଗୃହରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇ ଛାଡ଼ି ଦିଆଯାଇଛି    ଏଠାରେ ଏବେ ଜଣ ପ୍ରବାସୀ ରହିଛନ୍ତି

ଯେହତୁ ଉକ୍ତ କେନ୍ଦ୍ରରୁ ବ୍ଲକର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ତେଣୁ ଉକ୍ତ କେନ୍ଦ୍ରକୁ ଆଗରପଡ଼ା ଦମକଳ ବାହିନୀ ପକ୍ଷରୁ ଜୀବାଣୁ ନାଶକ ଦ୍ରବଣ ଦ୍ୱାରା ପରିସ୍କାର କରାଯାଇଛି ପ୍ରବାସୀଙ୍କ ଆଗମନ ଜାରୀ ରହିଥିବାରୁ ଏହାକୁ ଜୀବାଣୁମୁକ୍ତ କରିବା ଆବଶ୍ୟକତା ଦେଖାଦେଇଥିଲା ଏହି କାର୍ଯ୍ୟକ୍ରମରେ ଦମକଳ ବାହିନୀର କର୍ମକର୍ତ୍ତାଙ୍କ ସମେତ ସରପଞ୍ଚ ବନମାଳୀ ବେହେରା, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ସାହୁ, ୱାର୍ଡ଼ସଭ୍ୟ ରଞ୍ଜନ ସାହୁ, ଦେବେନ୍ଦ୍ର ମଲ୍ଲିକ, ରଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ

Leave A Reply