କାକଟପୁର ୭/୧,ପୁରୀଜିଲ୍ଲା କାକଟପୁର ଠାରେ ଭାରତୀୟ ଜନତା ପାର୍ଟିର ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନୀ ଉତ୍ସବରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡା, ପୁରୀଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ l ପରେ ପରେ ଯୁବନେତା ସୁଦର୍ଶନ ସ୍ୱାଇଁ (ସୁଦାମ ଭାଇ )ଙ୍କ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ମୋତି ମଣ୍ଡପ ଠାରେ ଆୟୋଜିତ ହୋଇଥିଲା l କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ କାରି ଯୋଜନାକୁ ପ୍ରତି ଘରେ ପହଞ୍ଚାଇବା ସହିତ ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନ ଯେପରି ତୃଣମୂଳ ସ୍ତରରୁ ମଜବୁତ ହେବ ଏବଂ ପ୍ରତିଟି ବିକାଶ ମୂଳକ କାର୍ଯ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ସହଯୋଗ ରହିବ ଏନେଇ ଶ୍ରୀମତୀ ପରିଡା ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ରତିକାନ୍ତ ବେହେରା ଯୁବନେତା ଚିତ୍ତରଞ୍ଜନ ସ୍ୱାଇଁ, କୈଳାଶ ନାୟକ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ l