Odisha news

ବିଜେପି ସାଂସଦ ପତ୍ରଲେଖି ସଶିଥରୁରଙ୍କୁ ଆଇଟି ମାମଲାର ସଂସଦୀୟ ପଦରୁ ହଟାଇବାକୁ ଦାବି

0

ନୂଆଦିଲ୍ଲୀ : ଫେସବୁକ ବିବାଦ ମଧ୍ୟରେ କଂଗ୍ରସ ସାଂସଦ ସଶିଥରୁରଙ୍କୁ ଆଇଟି ମାମଲାର ସଂସଦୀୟ ସ୍ଥାଇ ସମିତିର ଚେୟାରମ୍ୟାନ ପଦରୁ ହଟାଇବା ପାଇଁ ଦାବି ହୋଇଛି l କମିଟିର ସଦସ୍ୟ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେ ଗୁରୁବାର ଦିନ ଲୋକ ସଭାର ସ୍ପିକର ଓମ ବିର୍ଲାଙ୍କୁ ପତ୍ରଲେଖି ଜଣାଇଛନ୍ତି ଯେ ସଶିଥରୁର ସଂସଦୀୟ ନିୟମ ଓ କାଇଦାର ଉଲଂଘନ କରିଛନ୍ତି ଓ କମିଟିର ଗାରିମାକୁ କ୍ଷୁଣ୍ଣ କରିଛନ୍ତି l

ଦୁବେ ଆରୋପ ଲଗାଇଛନ୍ତି ଯେ ସଶିଥରୁର ଷ୍ଟାଣ୍ଡିଙ୍ଗ କମିଟି ଇନଫର୍ମେଶନ ଟେକ୍ନୋଲୋଜି ଚ୍ୟାର ମ୍ୟାନର ଦାଇତ୍ୱ ତୁଲାଇବାରେ ଅସମର୍ଥ ଅଟନ୍ତି l ସେ କହିଛନ୍ତି ଯେ ସଂସଦୀୟ ସଂସ୍ଥା ମାନଙ୍କର ଦୁରୁପଯୋଗ କରି ବିଜେପି ପାର୍ଟିକୁ ସମାଲୋଚନା କରନ୍ତି l ଯେବେଠାରୁ ସଶିଥରୁର କମିଟିର ଚ୍ୟାର ମ୍ୟାନ ହୋଇଛନ୍ତି ସେବେଠୁ ବିଜେପି ପାର୍ଟିକୁ ବଦ୍ନାମ କରିବା ସହିତ ବିଭିନ୍ନ ପ୍ରକାର ମିଥ୍ୟା ରାଜନୈତିକ ଆରୋପ ଲଗାଉଛନ୍ତି l

ବିଜେପି ସାଂସଦ କହିଥିଲେ ଯେ ସଶିଥରୁର ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ ମାମଲାରେ ସେ କମିଟିରେ ଚର୍ଚା ନକରି ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ l ୫୯ ଚାଇନିଜ ଆପ ବ୍ୟାନ ହେବାପରେ ସଶିଥରୁର ସମାଲୋଚନା କରିଥିଲେ l ଗୋଟିଏ ବିଦେଶୀ ଖବର କାଗଜ ରିପୋର୍ଟ ଅନୁସାରେ ଗତ କିଛିଦିନ ହେଲାଣି ଫେସବୁକରେ ବିଜେପିକୁ ନେଇ କିଛି ତଥ୍ୟ ପ୍ରକାଶ କରାଯାଇଥିଲା ,ଯାହାକୁ ନେଇ ସଶିଥରୁର ଷ୍ଟାଣ୍ଡିଙ୍ଗ କମିଟିର ପକ୍ଷରୁ କହିଥିଲେ ଯେ ଫେସବୁକର ଏପରି ତଥ୍ୟ ଗ୍ରହଣ ଯୋଗ୍ୟ ନୁହେଁ l ଏହାପରଟ ବିଜେପି ସାଂସଦ ଦୁବେ କହିଥିଲେ ସମିତିର ସମସ୍ତ ସଦସ୍ୟଙ୍କ ସହିତ ବିଚାର ବିମର୍ଶ କରିବା ପରେ ଏପରି ଫଇସଲା ନେଇ ପାରିବେ l

Leave A Reply