ନୂଆଦିଲ୍ଲୀ : କିଛି ମାସ ପୂର୍ବରୁ ଗୋଟିଏ ହାତୀର ମୃତ୍ୟୁରେ ସାରା ଦେଶ ଦୋହଲି ଯାଇଥିଲା l ବର୍ତ୍ତମାନ କେରଳରେ ପୁଣିଥରେ ଜୀବଜନ୍ତୁଙ୍କ ସହିତ ବିଭତ୍ସ ଘଟଣା ସାମ୍ନାକୁ ଆସିଛି l ଏହିଥର କେରଳରେ ଶିକାରୀ ମାନେ ଗୋଟିଏ ଗର୍ଭବର୍ତୀ ଜଙ୍ଗଲୀ ମଇଁଷିକୁ ମାରି ତାପେଟରେ ଥିବା ଭୃଣକୁ ଛୋଟଛୋଟ ଖଣ୍ଡକରି କାଟିଛନ୍ତି l କେରଳରେ ହିଁ ଗର୍ଭବର୍ତୀ ହାତୀର ମୃତ୍ୟୁ ବାରୂଦ ଭରା ନଡ଼ିଆ ଖାଇବା ପରେ ହୋଇଥିଲା l ଜୁନ ମାସରେ ଘଟିଥିବା ଏହି ଘଟଣାଟି ସାରା ଦେଶକୁ ଦୋହଲାଇ ଦେଇଥିଲା l କିନ୍ତୁ ଏହାପରେ ମଧ୍ୟ କେରଳ ସରକାର ଶିକାରୀ ମାନଙ୍କୁ ପ୍ରତିବନ୍ଧକ ଲଗାଇ ପାରିଲେ ନାହିଁ l
ମିଳିଥିବା ସୂଚନା ଅନୁସାରେ ଶିକାରୀ ମାନେ ଜଙ୍ଗଲୀ ଗର୍ଭବର୍ତୀ ମଇଁଷିକୁ ପ୍ରଥମେ ଗୁଳିକରି ମାରିଲେ ଏହାପରେ ତା ପେଟରେ ଥିବା ଭୃଣକୁ ବାହାର କରି ଛୋଟଛୋଟ ଖଣ୍ଡରେ କାଟିଲେ l ଏହି ଘଟଣା କେରଳର ମଲପୁରମ ଜିଲ୍ଲାରେ ପୁଂଛା ଜଙ୍ଗଲରେ ଘଟିଛି l ଜଙ୍ଗଲୀ ମଇଁଷି ମାନଙ୍କର ଏହି ପ୍ରଜାତି ବର୍ତ୍ତମାନ ସଂକଟରେ ଅଛନ୍ତି l ଯେତେବେଳେ ବନବିଭାଗ ପାଖରେ ଏହି ସୂଚନା ପହଁଞ୍ଚିଥିଲା ,ସେତେବେଳେ ସେମାନେ ଶିକାରୀ ଅବୁ ଘର ଉପରେ ଚଢ଼ାଉ କରିଥିଲେ l
ଚଢ଼ାଉ କରିବା ପରେ ଅବୁ ଘରୁ ୨୫ କେଜି ମାଂସ ଜବତ ହୋଇଥିଲା l ଏହା ପରେ ଅନ୍ୟ ଶିକାରୀ ମାନେ ମଧ୍ୟ ଗିରଫ ହୋଇଥିଲେ l ଏହି ଶିକାରୀମାନେ ହେଲେ ସୁରେଶ ବାବୁ ,ଅସିଫ ,ଆଶିକ ଓ ସୁହୁଲ ଅଟନ୍ତି l ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଏହି ବ୍ୟକ୍ତି ମାନେ ନିଜ ଗ୍ରାମ ପାଖରେ ଥିବା ଜଙ୍ଗଲରୁ ଶିକାର କରିଥିଲେ l ଏହି ଆରୋପି ମାନେ ଭୃଣକୁ କାଟି ୨୦୦ କେଜି ମାଂସ ବାହାର କରିଥିଲେ ଓ ତାପରେ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ l ତାପରେ ହାଡ ଓ ମୁଣ୍ଡକୁ ଜଙ୍ଗଲରେ ଛାଡି ଦେଇଥିଲେ l