ଓଡିଶାର ବିକାଶ ପାଇଁ ମୋଦି ସରକାର ବଦ୍ଧପରିକର :ଗୋଲକ ମହାପାତ୍ର
ଓଡିଶାରେ୧୧୪୪.୨୯ କୋଟି ବ୍ୟୟରେ ୩୧୪.୧୭ କି.ମି ରାସ୍ତା ପାଇଁ ୧୪ଟି ପ୍ରକଳ୍ପକୁ ଅନୁମତି ମିଳିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି
ରାଜ୍ୟରେ ସଡକ ସୁରକ୍ଷା କାର୍ଯ୍ୟ ପାଇଁ ୧.୪୨ କୋଟି ଟଙ୍କା ବ୍ୟୟ କରାଯିବ
ବରପାଲି ରୁ ବଲାଙ୍ଗିର ପର୍ଯ୍ୟନ୍ତ ୪-ଲେନ୍ ରାସ୍ତା ପ୍ରଶସ୍ତିକରଣ ପାଇଁ ୧୪୧.୨୪ କୋଟି ଟଙ୍କା ବ୍ୟୟ ବରାଦ
ମୁଣ୍ଡାମାରାଇର ରୁ ରତନପୁର ଜାତୀୟ ରାଜପଥ -୫୯ ପାଇଁ ୧୨୫.୯୪ କୋଟି ଟଙ୍କା ଅନୁଦାନ
୧୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶାବାସୀ ଲାଭବାନ ହେବେ
ପ୍ରଧାନମନ୍ତ୍ରୀ ସର୍ବଦା ଓଡିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି
ଭୁବନେଶ୍ୱର,ତା.୧୮/୦୪: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଓଡିଶାରେ୧୧୪୪.୨୯ କୋଟି ବ୍ୟୟରେ ୩୧୪.୧୭ କି.ମି ରାସ୍ତା ପାଇଁ ୧୪ଟି ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟରେ ସଡକ ସୁରକ୍ଷା କାର୍ଯ୍ୟ ପାଇଁ ୧.୪୨ କୋଟି ଟଙ୍କା ବ୍ୟୟ କରାଯିବ । ରାଜ୍ୟରେ ବରପାଲି ରୁ ବଲାଙ୍ଗିର ପର୍ଯ୍ୟନ୍ତ ୪-ଲେନ୍ ରାସ୍ତା ପ୍ରଶସ୍ତିକରଣ ପାଇଁ ୧୪୧.୨୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଣ୍ଡାମାରାଇର ରୁ ରତନପୁର ଜାତୀୟ ରାଜପଥ -୫୯ ପାଇଁ ୧୨୫.୯୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଓଡିଶାର ବିକାଶ ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବ୍ୟାପକ ଅର୍ଥ ବ୍ୟୟ ବରାଦ କରିଥିବାରୁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରିଙ୍କୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ମୋଦି ସରକାର ବଦ୍ଧ ପରିକର । ପ୍ରଧାନମନ୍ତ୍ରୀ ସର୍ବଦା ଓଡିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ମହାମାରୀ ମୋଦି ସରକାର ଓଡିଶାକୁ ଆବଶ୍ୟକତା ଠାରୁ ଅଧିକ ସହାୟତା ପ୍ରଦାନ କରିଛନ୍ତି । ଏବେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରି ଓଡିଶାରେ ୧୪ଟି ପ୍ରକଳ୍ପ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶାବାସୀ ଲାଭବାନ ହେବେ । ସଡକ ପ୍ରଶସ୍ତିକରଣ, ୪-ଲେନ୍ ଓ ୨-ଲେନ୍ ରାସ୍ତା ଏବଂ ରାସ୍ତା ମରାମତି ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ।
ଜାତୀୟ ରାଜପଥ -୨୬ ଅଧୀନରେ ଥିବା ଭବାନୀପାଟଣା ଟାଉନ ଅଂଶ ରାସ୍ତା ନିର୍ମାଣ ପାଇଁ ୩.୨୭ କୋଟି, ମୋହନାରୁ ମାଲୱା ଘାଟ ରାସ୍ତା ପାଇଁ ୨୩.୨୧ କୋଟି, ଅଙ୍ଗାବିରା ଠାରୁ ନାକଟିଦେଉଳ ରାସ୍ତା ପାଇଁ ୧୪.୭୩ କୋଟି, ଜାତୀୟ ରାଜପଥ -୫୩ର ବିଭିନ୍ନ ରାସ୍ତା ପାଇଁ ୬.୫ କୋଟି, ଜାତୀୟ ରାଜପଥ-୨୦ ରାସ୍ତା ପାଇଁ ୧୮.୦୬ କୋଟି, ଜାତୀୟ ରାଜପଥ -୫୫ର ବିଭିନ୍ନ ରାସ୍ତା ପାଇଁ ୨୨.୫୨ କୋଟି, ଜାତୀୟ ରାଜପଥ-୧୪୯ ପାଇଁ ୫.୭୨ କୋଟି, ୫ଟି ଓଭର ବ୍ରିଜ ନିର୍ମାଣ ପାଇଁ ୧୫୪.୦୫ କୋଟି, ଜାତୀୟ ରାଜପଥ-୩୧୬ ରାସ୍ତା ମରାମତି ପାଇଁ ୧୩୭.୬୧ କୋଟି, ଟ୍ରକ ରହିବା ସ୍ଥାନ ପାଇଁ ୧୧.୮ କୋଟି, ଜାତୀୟ ରାଜପଥ ୧୫୩-ବି କଂଟିଆଲି ରେ ବ୍ରିଜ ନିର୍ମାଣ ପାଇଁ ୯.୭ କୋଟି, ଜାତୀୟ ରାଜପଥ-୫୯ ବ୍ରହ୍ମପୁର ବାଇପାସ ରାସ୍ତା ନିର୍ମାଣ ପାଇଁ ୧୯୬.୯୪ କୋଟି ଏବଂ ସଡକ ସୁରକ୍ଷା କାର୍ଯ୍ୟ ପାଇଁ ୧.୪୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାଜ୍ୟରେ ସଡକ ସୁରକ୍ଷା ଓ ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପ୍ରଚେଷ୍ଟା ଓ ଆନ୍ତରିକତା ଥିବା କାରଣରୁ ରାଜ୍ୟରେ ସଡକ ନିର୍ମାଣରେ ବିକାଶ ହୋଇଥିବାରୁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।