Odisha news

ବଡ ଖବର : ଜୟପୁର ଉପ କାରାଗାର ଉପରେ ଚଢ଼ାଉ ୧୮,୨୦୬ ଟଙ୍କା, ଗୋଟିଏ ମୋବାଇଲ ଓ ପେନ ଡ୍ରାଇଭ ସାଙ୍ଗ କୁ ବିପୁଳ ପରିମାଣର ଗୁଡଖା ଜବତ

ଜୟପୁର / ବୋରିଗୁମ୍ମା (କେ.ସାକିଲି ଦୋରା)—କୋରାପୁଟ ଜିଲ୍ଲା ଜୟପୁର ଉପକାରାଗାର ରେ ଚଢ଼ାଉ। କୋରାପୁଟ ଏସ ପି ବରୁଣ ଗୁଣ୍ଠପାଲି ଙ୍କ ନେତୃତ୍ୱ ରେ ଆଜି ଭୋର ୪ ଟା ରୁ  ୭.୩୦ ଘଣ୍ଟ ପର୍ଯ୍ୟନ୍ତ ଚାଲିଥିଲା ରେଡ଼ । କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଏସ ପି ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଜୟପୁର ଉପ କାରାଗାର ରେ ରହୁଥିବା କୈଦୀ ଙ୍କ ହାବଭାଵ ଉପରେ ନଜର ରଖିବା ପାଇଁ ହଠାତ ଆଜି ସକାଳୁ ଭୋର ୪ ଟା ଘଣ୍ଟ ସମୟରେ କାରାଗାର ଭିତରେ ଚଢ଼ାଉ କରାଯାଇଛି।ଆଠ ଗୋଟି ପୁରୁଷ ୱାର୍ଡ ଏବଂ ଗୋଟିଏ ମହିଳା ୱାର୍ଡ ଉପରେ ଚଢ଼ାଉ କରାଯାଇଥିଲା।
ସୂଚନା ଅନୁଯାୟୀ ମୋଟ ୧୮ ହଜାର ୨୦୬ ଟଙ୍କା ,ଗୋଟିଏ ମୋବାଇଲ, ତିନି ଗୋଟି ଡମ୍ବଲସ, ତିନି ଗୋଟି ଷ୍ଟିଲ ଛୋଡ, ବିପୁଳ ପରିମାଣର ଗୁଟଖା ଏବଂ ଗୋଟିଏ ପେନ ଡ୍ରାଇଭ ଜବତ କରାଯାଇଛି।ଜୟପୁର ଉପ କାରାଗାର ରେ ରାଜ୍ୟ ଓ ରାଜ୍ୟ ବାହାର ର ଅନେକ ଗଞ୍ଜାଇ ମାଫିଆ ସଜା କାଟୁଛନ୍ତି। ଏଥିସହ ଜ ଉପ କାରାଗାର ରେ ସ୍ଥାନୀୟ ଗୁଣ୍ଡା ଶ୍ରେଣୀ ର ଯୁବକ ମାନେ ବି ରହୁଛନ୍ତି। ବହୁ ଦିନ ଧରି ଜୟପୁର ଉପ କାରାଗାର  କୁ ନିଶା ଦ୍ରବ୍ଯ ଯିବା ସହ କଏଦୀମାନେ ମୋବାଇଲ ରେ କଥାବାର୍ତ୍ତା ହେଉଥିବା ଅଭିଯୋଗ ହୋଇ ଆସୁଥିଲା
 ପୋଲିସ ର ଏହି ହଠାତ ଛଡାଉ କଏଦୀଙ୍କୁ ଛନକା ପଶିଛି।ମାଜିଷ୍ଟ୍ରେଟ ଭାବେ ଜୟପୁର ଉପ ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦେଇଥିଲେ। ଏହି ଛଡାଉ ବେଳେ କୋରାପୁଟ ଏସ ପି ଶ୍ରୀ ଗୁଣ୍ଟୁପାଲି ଙ୍କ ସମେତ ଅତିରିକ୍ତ ଏସ ପି ଉତ୍କଳ ରଞ୍ଜନ ଦାଶ,ଜୟପୁର ଏସ ଡ଼ି ପି ଓ ଅରୁପ ଅଭିଷେକ ବେହେରା, ବୋରିଗୁମ୍ମା ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ, ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ବିଧି, ସଦର ଥାନା ଅଧିକାରୀ ଆଦିତ୍ୟ ମହାଙ୍କୁଡ଼, ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ, ବୈପାରିଗୁଡା ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
0Shares
0