ରାଷ୍ଟ୍ରୀୟ ଚିନ୍ତାଧାରାରେ ଦେଶ, ଜାତୀୟତାବାଦ, ଦେଶଭକ୍ତି ଏବଂ ଶୃଙ୍ଖଳିତ ଆତ୍ମୀୟତା ଦୃଢତାର ଜଣେ ପ୍ରତୀକ ଥିଲେ ଦୀନଦୟାଲ ଜୀ: ରାଜ୍ୟ ସଭାପତି ମନମୋହନ ସାମଲ
ଏକାତ୍ମମାନବବାଦର ବିଚାରଧାରାକୁ ସ୍ମରଣ କରିବା ପାଇଁ ସମର୍ପଣ ଦିବସ ପାଳନ ହୋଇଛି
ଦୀନଦୟାଲ ଜୀ ଗୁଳ୍ମରୁ ବଟବୃକ୍ଷ ଭାବେ ଆମ ସଂଗଠନକୁ ତିଆରି କରିଛନ୍ତି
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାନ ଦର୍ଶନକୁ ଆଧାର କରି ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି
ଗରୀବକଲ୍ୟାଣମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀ ଙ୍କ ଦର୍ଶନ ଶାସ୍ତ୍ର ହିଁ ମୂଳ ଆଧାର
ଭୁବନେଶ୍ୱର, ତା.୧୧/୦୨: ରାଷ୍ଟ୍ର ସେବା ପାଇଁ ସମର୍ପିତ ଥିବା ଭାରତୀୟ ଜନସଂଘର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି ହେଉଛି ୫୮ତମ ପୂଣ୍ୟତିଥି । ଆଜିର ଦିନକୁ ଭାରତୀୟ ଜନତା ପାର୍ଟୀ ତରଫରୁ ସମଗ୍ର ଦେଶରେ ସମର୍ପଣ ଦିବସ ଭାବେ ପାଳନ କରାଯାଉଛି ବୋଲି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ମହାନ ଚିନ୍ତାନାୟକ ତଥା ଏକାତ୍ମମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ‘ସମର୍ପଣ ଦିବସ -୨୦୨୬’ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଉତରପ୍ରଦେଶର ମଥୁରାରୁ ୨୫ କିଲୋମିଟର ଦୂର ନଗହୀଚନ୍ଦ୍ରଭାନ୍ ଗ୍ରାମରେ ୧୯୧୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଦୀନଦୟାଲ ଜୀ ନିଜେ ସାରା ଜୀବନକୁ ରାଷ୍ଟ୍ର ସେବା ପାଇଁ ସମର୍ପିତ କରିଦେଇଥିଲେ । ଆର୍ଥିକ ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗିନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ ଜୀ କାର୍ଯ୍ୟ କରୁଥିଲେ । ଗରୀବ କଲ୍ୟାଣ ମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲ ଜୀ ଙ୍କ ଦର୍ଶନ ଶାସ୍ତ୍ର ହିଁ ମୂଳ ଆଧାର । ପଣ୍ଡିତ ଦୀନଦୟାଲ ଜୀ ଙ୍କ ଏକାତ୍ମମାନବବାଦ ଦର୍ଶନ ଏବଂ ସମାଜର ଶେଷ ବ୍ୟକ୍ତିର ଉତ୍ଥାନ ଅନ୍ତ୍ୟୋଦୟ ବିଚାରଧାରାକୁ ପ୍ରୋସôାହିତ କରିବା ଥିଲା ତାଙ୍କ ମହତ ଉଦେ୍ଦଶ୍ୟ । ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମମାନବବାଦର ମୂଳ ଲକ୍ଷ୍ୟ । ଭାରତୀୟ ଜନସଂଘର ନୀତି ଓ ସିଦ୍ଧାନ୍ତ ଉପସ୍ଥାପନା କରିବାକୁ ଯାଇ ପଣ୍ଡିତ୍ ଦୀନଦୟାଲଜୀ ଏକାତ୍ମମାନବବାଦ ଦର୍ଶନ ପ୍ରସ୍ତୁତ କରିଥିଲେ । ଦୀନଦୟାଲଙ୍କ ଏକାତ୍ମମାନବବାଦ ଗରିବଙ୍କ ଉତ୍ଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ ଅଟେ । ଅନ୍ତ୍ୟୋଦୟ ଦର୍ଶନର ପରିକଳ୍ପନା ଓ ପ୍ରଣୟନ ପଣ୍ଡିତ ଦୀନଦୟାଲଜୀ ଙ୍କ ଏକ ଅଭୂତପୂର୍ବ ସଫଳତା । ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗିନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ ଜୀ କାର୍ଯ୍ୟ କରୁଥିଲେ ।
୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ଏହାକୁ ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ପଂଚନିଷ୍ଠାରେ ସ୍ଥାନିତ କରିଛି । ପରବର୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାନ ଦର୍ଶନକୁ ଆଧାର କରି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀନଦୟାଲଜୀ ଙ୍କ ଅନ୍ତ୍ୟୋଦୟ ପରିକଳ୍ପନାକୁ ଆଧାର କରି ବହୁ ସଫଳତା ପାଇଛନ୍ତି । ବିଶେଷ ଭାବେ ଦେଶରେ ବସବାସ କରୁଥିବା ଗରିବ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ବହୁ ଗରିବକଲ୍ୟାଣ ମୂଳକ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି । ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ, ବାସହୀନ ଗରିବଙ୍କୁ ପକ୍କାଘର, ସମସ୍ତଙ୍କୁ ଶସ୍ତା ବିଜୁଳି ଓ ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ଘରେ ପାଇଖାନା ଓ ରୋଷେଇ ଗ୍ୟାସ ଯୋଗାଣ, ଜାତୀୟ ଜୀବିକା ମିଶନରେ ସମସ୍ତଙ୍କୁ କାମ ଓ ରୋଜଗାର, ମହିଳା ସଶକ୍ତିକରଣ ଆଦି ଗରୀବକଲ୍ୟାଣମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀ ଙ୍କ ଦର୍ଶନ ଶାସ୍ତ୍ର ହିଁ ମୂଳ ଆଧାର । ଗ୍ରାମାଂଚଳରେ ସେବା କରୁଥିବା ଗରିବ ଏବଂ ସମାଜର ଅବହେଳିତ ବ୍ୟକ୍ତିମାନଙ୍କ ପ୍ରତି ଦୀନଦୟାଲଜୀ ଙ୍କ ସଂକଳ୍ପବଦ୍ଧତାକୁ ସ୍ମରଣ କରିବା ହେଉଛି ସମର୍ପଣ ଦିବସର ମୂଳ ଉଦେ୍ଦଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଏହି ସମର୍ପଣ ଦିବସରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗ ଦେଇ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଜୀ ଜଣେ ଅଦୈତ୍ୟ ସଂଗଠକ ଥିଲେ । ସେ ଭାରତୀୟ ଜନତା ସଂଘର ପ୍ରାଣ ପ୍ରତିଷ୍ଠାତା ଅଟନ୍ତି । ଭାରତବର୍ଷରେ ମୂଲ୍ୟଭିତିକ ରାଜନୀତି ସେ ଆରମ୍ଭ କରିଥିଲେ । କାଶ୍ମୀରରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଯେତେବେଳେ ବଳିଦାନ ହେଲା ସେ ସମୟରେ ଦୀନଦୟାଲ ଉପାଧ୍ୟାୟ ଜୀ ଦଳର ମଙ୍ଗ ଧରିଥିଲେ । ସେ ଅଟଳ ବିହାରୀ ବାଜପେୟୀ ଙ୍କୁ ନେତୃତ୍ୱ ଭାବେ ପ୍ରସ୍ତୁତ କରିଥିଲେ । ଦୀନଦୟାଲ ଉପାଧ୍ୟାୟଜୀ ଙ୍କୁ ୧୯୬୮ ମସିହା ଫେବୃଆରୀ ୧୧ ତାରିଖରେ ମୋଗଲ ସରାଇ ରେଳଷ୍ଟେସନରେ ହତ୍ୟା କରାଯାଇଥିଲା । ଏହା ପୂର୍ବରୁ ସେ ଦେଶରେ ୩୫ଟି ଲୋକସଭାରେ ଜନସଂଘକୁ ବିଜୟୀ କରିବା ସହ ୪ଟି ରାଜ୍ୟକୁ ଶାସନ କ୍ଷମତାକୁ ଆଣିଥିଲେ । ଦୀନଦୟାଲଜୀ ରାଷ୍ଟ୍ରୀୟ ଚିନ୍ତାଧାରାରେ ଦେଶ, ଜାତୀୟତାବାଦ, ଦେଶଭକ୍ତି ଏବଂ ଶୃଙ୍ଖଳିତ ଆତ୍ମୀୟତା ଦୃଢତାର ଜଣେ ପ୍ରତୀକ ଥିଲେ । ମୋଗଲ ଷ୍ଟେସନ ଦୀନଦୟାଲ ଉପାଧ୍ୟାୟଜୀ ଙ୍କ ନାମରେ ନାମିତ ହୋଇଛି । ସେ ଗୁଳ୍ମ ରୁ ବଟବୃକ୍ଷ ଭାବେ ଆମ ସଂଗଠନକୁ ତିଆରି କରିଛନ୍ତି । ସେ ଜଣେ ଯୋଗ୍ୟ ମଣିଷ ତିଆରି କାରଖାନା ଥିଲେ । ତାଙ୍କ ନୀତିକୁ ଆଧାର କରି ଗରିବ କଲ୍ୟାଣ ଯୋଜନାରେ ସାଧାରଣ ଲୋକଙ୍କ ବିକାଶ କରାଯିବ । ଏହି ଏକାତ୍ମମାନବବାଦ ଦର୍ଶନକୁ ସଫଳ ରୂପେ କ୍ରିୟାନ୍ୱୟନ କରିବା ପାଇଁ ଏବେ ୨୦ଟି ରାଜ୍ୟ ସରକାର ଓ କେନ୍ଦ୍ରସରକାର ଲାଗିଛନ୍ତି । ଏକାତ୍ମମାନବବାଦର ବିଚାରଧାରାକୁ ସ୍ମରଣ କରିବା ପାଇଁ ଏହି ସମର୍ପଣ ଦିବସ ପାଳନ ହୋଇଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀ ଙ୍କ ନୀତି ଆଦର୍ଶ ଓ ବିଚାରରେ ଅନୁପ୍ରାଣିତ ହୋଇ ଆଜି ଏହି ମହାନ ଦିବସରେ ସମାଜ ପାଇଁ ଆମେ ସମସ୍ତେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେବା । ଏହା ହିଁ ହେବ ପଣ୍ଡିତଜୀଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସମର୍ପଣ ଦିବସ ପାଳନର ରାଜ୍ୟ ସଂଯୋଜକ ତଥା ରାଜ୍ୟ ଉପସଭାପତି ଶ୍ରୀ ଅଶୋକ ମିଶ୍ର ସାଂସ୍କୃତିକ ରାଷ୍ଟ୍ରବାଦ, ଅନ୍ତ୍ୟୋଦୟ, ପରିଷ୍କୃତ ଗଣତନ୍ତ୍ର ଓ ଦୀନଦୟାଲଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଣ୍ଡିତ ଦୀନଦୟାଲଜୀଙ୍କ ଫଟୋଚିତ୍ରରେ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ବିଜେପି ବାର୍ତା’ ପତ୍ରିକାର ଉନ୍ମୋଚନ କରିଛନ୍ତି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ଟିଟଲାଗଡ ବିଧାୟକ ଶ୍ରୀ ନବୀନ କୁମାର ଜୈନ୍, ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ, ଶ୍ରୀମତି ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ, ରାଜ୍ୟ ସଂପାଦିକା ଶ୍ରୀମତି ଡ. ପ୍ରିତୀପ୍ରତିଭା ଭୋଳ, ଶ୍ରୀମତି ପିଙ୍କି ପ୍ରଧାନ, ଶ୍ରୀମତି ସ୍ମିତା ପ୍ରଧାନ, ବିଜେପି ବାର୍ତା ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବରିଷ୍ଠ ନେତା ଶ୍ରୀ ଭୁବନାନନ୍ଦ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ସେହିପରି ଆଜି ରାଜ୍ୟବ୍ୟାପୀ ସମସ୍ତ ବୁଥ୍ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ପଣ୍ଡିତ ଦୀନଦୟାଲଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।