Odisha news

ରକ୍ଷକ ହୋଇ ଭକ୍ଷକ ସାଜିଲା କଂଗ୍ରେସ ଦଳ : ମନମୋହନ ସାମଲ

0

 ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ “ଇସ୍ୟୁ ଡାଇଭର୍ଟ” କରିବାର ପ୍ରଚେଷ୍ଟା କରାଯାଉଛି
 ଦୋଷ ଲୁଚାଇବା ପାଇଁ ବିକ୍ଷୋଭ କରୁଛି କଂଗ୍ରେସ
 ନ୍ୟାସନାଲ ହେରାଲ୍ଡକୁ ନିଜର ବ୍ୟକ୍ତିଗତ ସମ୍ପତି ଭଳି ବ୍ୟବହାର କରିଛି କଂଗ୍ରେସ
ଭୁବନେଶ୍ୱର, ତା.୧୬/୦୪: ୫ ହଜାରରୁ ଉର୍ଦ୍ଧ୍ୱ ଦେଶଭକ୍ତ ଓ କ୍ରାନ୍ତିକାରୀଙ୍କ ଆର୍ଥିକ ସହଯୋଗରେ ୧୯୩୭ ମସିହାରେ ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ଏହା କେବଳ ନେହେରୁ ପରିବାରର ବ୍ୟକ୍ତିଗତ ଅଫିସ ନଥିଲା । ଦେଶର ସ୍ୱାଧୀନତାସଂଗ୍ରାମ ସେନାନୀଙ୍କ ବାର୍ତାକୁ ସାରଦେଶରେ ପହଂଚାଇବା ଏହି ସମ୍ବାଦପତ୍ରର ମୂଳ ଉଦ୍ଦେଶ୍ୟ ଥିଲା । ଭାରତ ବର୍ଷ ବିଭିନ୍ନ ସ୍ଥାନରେ ପ୍ରକାଶକ ଏଜେଏଲ୍ କମ୍ପାନୀ ଜରିଆରେ ନ୍ୟାସନାଲ ହେରାଲ୍ଡ ନିଜର ଶାଖାପ୍ରଶାଖା ଖୋଲି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ନେଇଥିଲା । ପରବର୍ତୀ ସମୟରେ ୯୦ କୋଟି ଟଙ୍କାର ଆର୍ଥିକ ଋଣ ଦେଖାଇ ୨୦୦୮ ମସିହାରେ ଏହାକୁ କ୍ଷତି ଦର୍ଶାଇ ବନ୍ଦ କରିଦିଆଗଲା କଂଗ୍ରେସର ତତ୍କାଳନୀ କୋଷାଧ୍ୟକ୍ଷ ମୋତିଲାଲ ଭୋରା ସେତେବେଳେ ଏହାର ନିର୍ଦ୍ଦେଶକ ଥିଲେ । ଅନ୍ୟ ପଟେ ମାତ୍ର ୫୦ ଲକ୍ଷ ଟଙ୍କା ଦେଇ ଏହି ସଂସ୍ଥାର ସମସ୍ତ ସଂପତି ୟଙ୍ଗ ଇଣ୍ଡିଆ ସଂସ୍ଥାକୁ ଦିଆଗଲା । ଯାହାର ୩୮ ପ୍ରତିଶତ ଅଂଶ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ୩୮ ପ୍ରତିଶତ ଅଂଶ ରାହୁଲ ଗାନ୍ଧୀଙ୍କର ଥିଲା । ଅର୍ଥାତ ମାତ୍ର ୫୦ ଲକ୍ଷ ଟଙ୍କା ବିନିମୟରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷେ୍ନୌା, ଭୋପାଳ ଓ ପାଟନାଠାରେ ଥିବା ହଜାର ହଜାର କୋଟି ଟଙ୍କାର ସଂପତିକୁ ନିଜ ନାମରେ କରିଦିଆଗଲା । ବହୁଚର୍ଚ୍ଚିତ ‘ନ୍ୟାସନାଲ ହେରାଲ୍ଡ ଦୁର୍ନୀତି’ ପର୍ଦ୍ଦାଫାଶ ହୋଇସାରିଛି । ଏହି ଘଟଣାରେ ଧରାପଡ଼ିବା ପରେ ମୋତିଲାଲଙ୍କ ସମେତ ପବନ ବଂଶଲ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଜେରା କରିଛି । ଦଳର ନାମ ବ୍ୟବହାର କରି ସମସ୍ତ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ ସହିତ ମାତ୍ର ୫୦ ଲକ୍ଷ ଟଙ୍କାରେ ୫ ହଜାର କୋଟି ଟଙ୍କାର ସଂପତିକୁ ହାତେଇ ନେବା ଭଳି ଅଷ୍ଟମାଶ୍ଚର୍ଯ୍ୟ କରିଛି କଂଗ୍ରେସ ଦଳ । ଏହି ଖବର ସରାବରାହ ସଂସ୍ଥାକୁ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ନିଜର ସମ୍ପତି ଭଳି ବ୍ୟବହାର କରିଛି । ରକ୍ଷକ ହୋଇ ଭକ୍ଷକ ସାଜିଲେ । ଦେଶବାସୀ କଂଗ୍ରେସ ଦଳକୁ କେବେହେଲେ କ୍ଷମା ଦେବେ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ସାମଲ କହିଛନ୍ତି ଯେ, ‘ଧାରଣା ଦେବାର ଅଧିକାର ସମସ୍ତଙ୍କର ରହିଛି, କିନ୍ତୁ ଦେଶର ସଂପତି, ଜମି ଓ ଧନ ଲୁଟ କରିବାର ଅଧିକାର କାହାକୁ ଦିଆଯାଇନାହିଁ’ । ଧାରଣା ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଅତ୍ୟନ୍ତ ନିର୍ଲଜ କାମ କରୁଛି କଂଗ୍ରେସ ଦଳ । ଗତ ୪ ବର୍ଷ ଧରି ନ୍ୟାସନାଲ ହେରାଲ୍ଟ ମାମଲା ସୁପ୍ରିମକୋର୍ଟରେ ଚାଲିଛି । କୋର୍ଟରେ ସନ୍ତୋଷଜନକ ତଥ୍ୟ ଉପସା୍ଥପନା କରିବା ପରିବର୍ତେ ଧାରଣା ଓ ପ୍ରଦର୍ଶନ କରାଉଛନ୍ତି । ଗତ ମଙ୍ଗଳବାର ଏହି ମାମଲାକୁ ନେଇ ଇଡି ପକ୍ଷରୁ ଚାର୍ଜସିଟ୍ ଦାଖଲ ହେବା ପରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ଷଡଯନ୍ତ୍ର ରଚି ହଜାର ହଜାର କୋଟି ଟଙ୍କାର ସଂଂପତିକୁ ହଡପ କରିବାର ପ୍ରଚେଷ୍ଟା କରି କଂଗ୍ରେସ ଦଳ ବର୍ତମାନ ଧରାପଡିଛି । ଷଡଯନ୍ତ୍ରର ସମସ୍ତ ତଥ୍ୟ ଲୋକଲୋଚନକୁ ଆସିଛି । ଅଇନର ଉର୍ଦ୍ଧ୍ୱରେ କେହି ନୁହନ୍ତି । ଖସିଯିବାର ଚେଷ୍ଟା କରୁଛନ୍ତି । ଏହି ଘଟଣାରେ ବର୍ତମାନ ଜାମିନରେ ଥିବା ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମଧ୍ୟ କୈାଣସି ଆଶ୍ୱସ୍ଥି ମିଳିଲା ନାହିଁ । ଆସନ୍ତା ୨୧ ତାରିଖ ଦିନ ମାନ୍ୟବର ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଥିବା କାରଣରୁ ବିଭ୍ରାନ୍ତ ଓ ବାଚଳାମୀ କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ “ଇସ୍ୟୁ ଡାଇଭର୍ଟ” କରିବାର ପ୍ରଚେଷ୍ଟା କରାଯାଉଛି । ମାମଲା କୋର୍ଟ ବିଚାରଧିନ ଥିବାବେଳେ ମାନ୍ୟବର କୋର୍ଟଙ୍କ ରାୟକୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି ।
କଂଗ୍ରେସ ଦଳର ଦୁର୍ନୀତି, ଭ୍ରଷ୍ଟାଚାର, ଲୁଟ, ଶୋଷଣ କାହାକୁ ଅଛପା ନାହିଁ । ଅତୀତରେ ଏଭଳି ଘଟଣାରେ ସଂପୃକ୍ତ ଏକାଧିକ କଂଗ୍ରେସ ନେତା ଗିରଫ ହୋଇ ଜେଲ ଯାଇଛନ୍ତି । ଗାନ୍ଧୀ ପରିବାର ପାଇଁ ଏହା ନୂଆ ନୁହେଁ । ଗାନ୍ଧୀ ପରିବାରର ଜଣେ ସଦସ୍ୟ ହରିୟାଣାରେ ୩କୋଟି ଟଙ୍କାରେ ଜମି କିଣି ୫୮ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ସରକାରୀ ଟଙ୍କାକୁ ଏଟିଏମ ଭଳି ବ୍ୟବହାର କରୁଥିଲା । ଏହି ପରିବାର କେବଳ ଦେଶ ଓ ସମାଜକୁ ଲୁଟିଛି । ଗରିବ ହଟାଓର ସ୍ଲୋଗାନ ଦେଇ ଗରିବଙ୍କୁ ଶୋଷଣ କରିଥିବାରୁ କଂଗ୍ରେସ ଆଜି ଏଭଳି ଦୁରାବସ୍ଥାର ସମ୍ମୁଖୀନ ହୋଇଛି । ଆଇନକୁ ସାହାଯ୍ୟ ଓ ସହଯୋଗ କରିବା ପରିବର୍ତେ ତଦନ୍ତକାରୀ ସଂସ୍ଥା ଇଡିକୁ ଧମକ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକା କସ୍ତୁରି ମିଶ୍ର ଓ ରାଜ୍ୟ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply