ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରତିନିଧି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ମୋଦିଙ୍କ ଭିଜନକୁ ଆଗେଇ ନେଉଛନ୍ତି
ସମ୍ବଲପୁର ଆଇଆଇଏମ୍ର ପ୍ରତିଷ୍ଠା, ବ୍ରହ୍ମପୁର ଆଇଜର୍ର ନୂଆ ଅତ୍ୟାଧୁନିକ କ୍ୟାମ୍ପସ, ରାଉରକେଲା ଷ୍ଟିଲ୍ ପ୍ଲାଂଟରେ ୧୨ହଜାର କୋଟି ଟଙ୍କାର ପୁଞ୍ଜୀନିବେଶ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ପାଇଁ ସମ୍ଭବ ହୋଇଛି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହୋଇଛି ପାରାଦୀପ ତୈଳ ବିଶୋଧନାଗାର, ବରଗଡର ଇଥେନାଲ ପ୍ଲାଂଟ, ବଲାଙ୍ଗିରି ବଟଲିଙ୍ଗ୍ ପ୍ଲାଂଟ ସ୍ଥାପନା
୫୫ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ, ଏସ୍ଡିଆଇ, ଏନ୍ଏସ୍ଟି ଭଳି ଦୁଇଟି ବିଶ୍ୱସ୍ତରୀୟ ସ୍କିଲିଂ ପ୍ରତିଷ୍ଠାନ, ୮ଲକ୍ଷ ଯୁବକଯୁବତୀଙ୍କର ତାଲିମ ସମ୍ଭବ ହୋଇପାରିଛି
ଭୁବନେଶ୍ୱର,ତା.୧୫/୦୪: ନବୀନ ବାବୁଙ୍କ ୨୪ବର୍ଷର ସରକାର ଓଡ଼ିଶା ପାଇଁ କଣ କରିଛି ତାହା ଜାଣିବା ପାଇଁ ଓଡ଼ିଶାର ଲୋକ ପ୍ରଶ୍ନ କରୁଛନ୍ତି, ଯାହାର ଉତର ବିଜେଡି ଦେଇପାରୁ ନାହିଁ । ସସ୍ମିତ ବାବୁ ପ୍ରଥମେ ଓଡ଼ିଶାରେ ବିଜୁ ଜନତା ଦଳ ସରକାର କଣ କରିଛି ତାହାର ଉତର ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିରେ ଶୁଦ୍ଧ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଆଜିବି ହିଂଜିଳିରୁ ହଜାର ହଜାର ଲୋକେ ଓଡିଶାରେ ରୋଜଗାର ନପାଇ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି । ନବୀନ ବାବୁ ୫ଥର ମୁଖ୍ୟମନ୍ତ୍ରୀ ହେଲା ପରେ ତାଙ୍କ ନିଜ ନିର୍ବାଚନ ମଣ୍ଡଳି ହିଂଜିଳର ବିକାଶ କାହିଁକି କରିପାରିଲେ ନାହିଁ । ଏହା ଉପରେ ସସ୍ମିତ ବାବୁ ନିଜର ପ୍ରତିକ୍ରିୟା କେବେ ଦେବେ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୧୦ବର୍ଷର ମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇପାରିଛି, ଯାହା ଓଡ଼ିଶାରେ ଏକ ବୃହତ ପୁଞ୍ଜିନିବେଶ । ବରଗଡରେ ଇଥେନାଲ ପ୍ଲାଂଟ, ବଲାଙ୍ଗିରିରେ ବୃହତ ବଟଲିଙ୍ଗ୍ ପ୍ଲାଂଟ ସ୍ଥାପନା ହୋଇପାରିଛି । ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୫୫ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ଏସ୍ଡିଆଇ, ଏନ୍ଏସ୍ଟି ଭଳି ଦୁଇଟି ବିଶ୍ୱସ୍ତରୀୟ ସ୍କିଲିଂ ପ୍ରତିଷ୍ଠାନ ଆଜି ଓଡ଼ିଶାରେ ସ୍ଥାପନା ହୋଇଛି । ସ୍କିଲ ମନ୍ତ୍ରଣାଳୟର ଦାୟିତ୍ୱରେ ଥିôବା କାରଣରୁ ଓଡ଼ିଶାର ୮ଲକ୍ଷ ଯୁବକଯୁବତୀଙ୍କର ତାଲିମ ପାଇବା ସମ୍ଭବ ହୋଇପାରିଛି । ସମ୍ବଲପୁର ଆଇଆଇଏମ୍ର ପ୍ରତିଷ୍ଠା, ବ୍ରହ୍ମପୁର ଆଇଜର୍ର ନୂଆ ଅତ୍ୟାଧୁନିକ କ୍ୟାମ୍ପସ ପ୍ରତିଷ୍ଠା ସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ଭବ ହୋଇଛି । ରାଉରକେଲା ଷ୍ଟିଲ୍ ପ୍ଲାଂଟରେ ୧୨ହଜାର କୋଟି ଟଙ୍କାର ପୁଞ୍ଜୀନିବେଶ କରାଇ ଏହାକୁ ଏସିଆର ଅନ୍ୟତମ ବୃହତମ ଷ୍ଟିଲ୍ ପ୍ଲାଂଟର ମାନ୍ୟତା ଦେବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । ଓଡ଼ିଶାରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା, ପାଇକ ସଂଗ୍ରାମର ମାନ୍ୟତା, ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଦରବାରରେ ପହଂଚାଇବା ପଛରେ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କ ପ୍ରଚେଷ୍ଟା ଓ ଅବଦାନ ରହିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡ଼ିଶାରେ ବିଜୁ ଜନତା ଦଳର ୨୪ବର୍ଷର ସ୍ଥିର ସରକାର ଥିବା ସତ୍ୱେ ଓଡ଼ିଶା ଆଜି କାହିଁକି ଗରିବୀରେ ଏକ ନମ୍ବର । ଓଡ଼ିଶାର ଚାଷୀର ରୋଜଗାର କାହିଁକି ଦେଶରେ ସର୍ବନିମ୍ନ ଏହାର ଉତର ବିଜେଡିର ରାଜ୍ୟସଭା ସାଂସଦ ଦେଇପାରିବେ କି? ମହିଳା ବିରୋଧୀ ହିଂସାରେ ଓଡ଼ିଶାର ସ୍ଥାନ ଏକ ନମ୍ବର । ୬୭ପ୍ରତିଶତ ମହିଳା ରକ୍ତହୀନତାର ଶିକାର । ୩୦ପ୍ରତିଶତରୁ ଅଧିକ ଶିଶୁ ଜନ୍ମରୁ ରୋଗାକ୍ରାନ୍ତ ଏହା କେଉଁ ରୂପାନ୍ତରୀକରଣ? ଓଡ଼ିଶାରେ ଏଭଳି ରୂପାନ୍ତରୀକରଣ ହୋଇଛି ଯେ, ଦୁଇଟି ମହାନଗର ନିଗମରେ (ସମ୍ବଲପୁର, ରାଉରକେଲା) ଶୁଦ୍ଧପିଇବା ପାଣି ନମିଳିବା କାରଣରୁ ଜଣ୍ଡିସ୍ ବ୍ୟାପୁଛି । ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଯାଇ ଘରୋଇ ହସ୍ପିଟାଲମାନଙ୍କୁ ପୋଷା ଯାଉଛି । ରାଜ୍ୟରେ ସରକାରୀ ଡାକ୍ତରଖାନାରେ ୫୦ପ୍ରତିଶତ ଡାକ୍ତର ପଦବୀ ଫାଙ୍କା ପଡିଛି, ୬୫ପ୍ରତିଶତ ପାରା ମେଡିକାଲ ପଦବୀରେ ସରକାର ନିଯୁକ୍ତି ଦେଉନାହାନ୍ତି ।
Prev Post