Odisha news

ମହିଳା ବିଜେପି ପକ୍ଷରୁ ନାରୀଶକ୍ତି ବନ୍ଦନ ଯାତ୍ରା

0
ରାଜନଗର  : ସୋମବାର ଅପରାହ୍ନରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ରାଜନଗର ଠାରେ ନାରୀଶକ୍ତି ବନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜନଗର ଦଧିବାମନଜୀଉ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ରାଜନଗର ବଜାର ପରିକ୍ରମା କରି ତ୍ରିନାଥ ବଜାର ନିକଟରେ ପହଁଚିଥିଲା । ଶୋଭାଯାତ୍ରା ସମୟରେ ଫିର ଏକବାର ମୋଦୀ ସରକାର, ଓଡିଶା ସରକାର ବଦଳିବା ଦରକାର ପ୍ରଭୃତି ନାରା ଦେଇଥିଲେ । ନାରୀଶକ୍ତି ବନ୍ଦନ ଯାତ୍ରାର ଜିଲ୍ଲା ସଂଯୋଜକ ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ରବିନ୍ଦ୍ର କୁମାର ବିଶ୍ୱାଳ, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପ୍ରିୟଙ୍କା ଶତପଥି, ଜିଲ୍ଲା ସଂଯୋଜିକା ସଶ୍ମିତା ପାତ୍ର, ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ସଂଯୋଜକ ସଦାଶିବ ଜେନା, ଜୋନ ସଭାପତି ଅକ୍ଷୟ କୁମାର ସେଠୀ, ପ୍ରମୋଦ କୁମାର ଦାସ, ଜିଲ୍ଲା ସୋସିଆଲ ସେଲ ମିଡିଆ ସଭାପତି ମୁକ୍ତିକାନ୍ତ ସ୍ୱାଇଁ, ଯୁବମୋର୍ଚ୍ଚା ସଭାପତି ରାଜୀବ କୁମାର ମାହୁନ୍ତ ପ୍ରମୁଖ ଯୋଗଦେଇଥିଲେ । ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳା କର୍ମୀ ମାନେ ରାଲି ଓ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
Leave A Reply