Odisha news

ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ତାଲିକା ଘୋଷିତ : ଓଡିଶାରୁ ୪ ଜଣଙ୍କୁ ସ୍ଥାନ ମିଳିଥିବାରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି

0

 ରାଷ୍ଟ୍ରୀୟ ଉପସଭାପତି ଭାବେ ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀତ ସଂପାଦକ ଭାବେ ସାଂସଦ ଇଂ.ବିଶେଷ୍ୱର ଟୁଡୁ, ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଡ.ସମ୍ବିତ ପାତ୍ର ଏବଂ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ଦାୟୀତ୍ୱ ପ୍ରଦାନ

ଭୁବନେଶ୍ୱର, ତା.୨୬/୦୯: ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଅନୁମୋଦକ୍ରମେ ଆଜି ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି । ନୂତନ ପଦାଧିକାରୀ ତାଲିକା ଅନୁଯାୟୀ ରାଷ୍ଟ୍ରୀୟ ଉପସଭାପତି ଭାବେ ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀତ ସଂପାଦକ ଭାବେ ସାଂସଦ ଇଂ.ବିଶେଷ୍ୱର ଟୁଡୁ, ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଡ.ସମ୍ବିତ ପାତ୍ର ଏବଂ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ୪ ଜଣ ଓଡିଆଙ୍କୁ ସ୍ଥାନ ମିଳିଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟୀ ଓଡିଶାକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରି ଆସୁଛି ଏବଂ ଏହା ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓଡିଶାର ୪ ଜଣ ନବନିଯୁକ୍ତ ପଦାଧିକାରୀଙ୍କ ସମେତ ସମସ୍ତ ନୂତନ ରାଷ୍ଟ୍ରୀୟ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply