ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଚିତ୍ରଣ କରି ପୁରୀର ସ୍ୱର୍ଣ୍ଣଭ ବେଳାଭୂମୀରେ ଏକ ବାଲୁକା ସ୍ଥାପତ୍ୟ ନିର୍ମାଣ
ପୁରୀ,୨୬ା୯ :ସମଗ୍ର ବିଶ୍ୱମହାମାରୀ କରୋନା କବଳରେ କବଳିତ ହେଉଥିବାବେଳେ ବିଶ୍ୱ ପର୍ଯ୍ୟଟନ ଦିବସର ଅବ୍ୟବହିତ ପୂର୍ବରୁ ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଚିତ୍ରଣ କରି ପୁରୀର ସ୍ୱର୍ଣ୍ଣଭ ବେଳାଭୂମୀରେ ଏକ ବାଲୁକା ସ୍ଥାପତ୍ୟ ନିର୍ମାଣ କରିଛନ୍ତି । ଶିଳ୍ପୀ ତାଙ୍କ ସ୍ଥାପତ୍ୟରେ ଟ୍ରାଭେଲ୍ ଓ ରିଭେଲର ବାର୍ତ୍ତା ପ୍ରଦାନ କରିଛନ୍ତି ।ପର୍ଯ୍ୟଟନ ଶିଳ୍ପ ଆୟର ଏକ ମୁଖ୍ୟ ଉତ୍ସହୋଇଥିବାରୁ ତାହାକୁ ସମୃଦ୍ଧ କରିବା ପାଇଁ ଶିଳ୍ପୀ ତାଙ୍କ ବାଲୁକା ସ୍ଥାପତ୍ୟ ଜରିଆରେ ଆହ୍ୱାନ ଦେଇଛନ୍ତି ।
ଏହି ଭୟାବହ ମହାମାରୀ ସଂକ୍ରମଣ ସମୟରେ ମାନସିକ ଅବସାଦରୁ ଦୂରେଇ ରହିବାକୁ କରୋନା କଟକଣା ମାନି ଆଖପାଖ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତେବେ ପରିଦର୍ଶନ ସମୟରେ ମାସ୍କ ଓ ସାନିଟାଇଜ୍ର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବାଲୁକା ସ୍ଥାପତ୍ୟରେ ଶିଳ୍ପୀ ମାନସ ବାର୍ତ୍ତା ଦେଇଛନ୍ତି । ଏହି ବାଲୁକାସ୍ଥାପତ୍ୟ ନିର୍ମାଣ ଲାଗି ତାଙ୍କୁ ପାଞ୍ଚଘଣ୍ଟା ସମୟ ଲାଗିଥିବା ମାନସ କହିଛନ୍ତି ।
