Odisha news

ଶାଳଗାଁ ସରପଂଚ ପବିତ୍ର ମୋହନ ଉପାଧ୍ୟାୟ, ନଖରା ସରପଂଚ ମଧୁଛନ୍ଦା ଉପାଧ୍ୟାୟ ଓ ବରିଷ୍ଠ ନେତା ଜୟନ୍ତ ବେହେରା କଂଗ୍ରେସ ଛାଡି ବିଜେପିରେ ହେଲେ ସାମିଲ

0

 ରାଜ୍ୟ ସଭାପତି ମନମୋହନ ସାମଲ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ କଲେ ସ୍ୱାଗତ

ଭୁବନେଶ୍ୱର/କଟକ,ତା.୧୧/୦୨: ଆଜି କଟକ ସଦର ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଶାଳଗାଁ ସରପଂଚ ପବିତ୍ର ମୋହନ ଉପାଧ୍ୟାୟ, ନଖରା ସରପଂଚ ମଧୁଛନ୍ଦା ଉପାଧ୍ୟାୟ ଓ ବରିଷ୍ଠ ନେତା ଜୟନ୍ତ ବେହେରାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କାର୍ଯ୍ୟକର୍ତା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ ବାଧକ ସାଜିଛି । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଗାମୀ ଦିନରେ ଓଡିଶାରେ ମଧ୍ୟ ଭାରତୀୟ ଜନତା ପାର୍ଟୀ ନିଶ୍ଚିତ ଭାବେ ଡବଲ୍ ଇଂଜିନ ସରକାର ଗଠନ କରିବ । ଆଜିର ଏହି ମିଶ୍ରଣ ପର୍ବ ପାର୍ଟୀର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ପାଢ଼ୀ, ଯୁବମୋର୍ଜା ରାଜ୍ୟ ସମ୍ପାଦକ ଗଗନ ଓଝା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ନଳିନୀ ରାୟ, ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave A Reply